ଚୀନର କିଛି ବୈଜ୍ଞାନିକ ଦାବି କରିଛନ୍ତି ଯେ କରୋନା ଭାଇରସ ସର୍ବ ପ୍ରଥମେ ଭାରତୀୟ ଉପମହାଦ୍ଵୀପରେ ବ୍ୟାପିଥିଲା | ଦ ସନର ରିପୋର୍ଟ ମୁତାବକ, ସଂଘାଇ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜିକଲ ସାଇନ୍ସେଜର ବୈଜ୍ଞାନିକମାନେ ଏକ ରିସର୍ଚ୍ଚ ପେପରରେ କହିଛନ୍ତି ଯେ ଡିସେମ୍ବର ୨୦୧୯ ମସିହାରେ ଊହାନ ଠାରେ କରୋନାର ମାମଲା ସାମ୍ନାକୁ ଆସିବା ପୂର୍ବରୁ ଏହି ଭାଇରସ ଭାରତୀୟ ଉପମହାଦ୍ଵୀପରେ ଉପସ୍ଥିତ ରହିଥିଲା | ତେବେ ଭାଇରସ ବ୍ୟାପିବାର ଏହି ଥିଓରୀ ବିବାଦୀୟ ରହିଛି | ଚୀନ ବୈଜ୍ଞାନିକମାନଙ୍କର ଏହି ଥିଓରୀର ରିଭ୍ୟୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କୌଣସି ବୈଜ୍ଞାନିକ କରି ନାହାନ୍ତି |
ପ୍ରକୃତରେ ଚୀନ ନିଜ ସହରରୁ କରୋନା ବ୍ୟାପିଥିବାର ଆରୋପ ଅନ୍ୟ ଉପରେ ଲଗାଇବାକୁ ଚାହୁଁଥିଲା | ଏହାପୂର୍ବରୁ ଚୀନର କିଛି ଅଧିକାରୀ ଏହା ମଧ୍ୟ କହି ସାରିଛନ୍ତି ଯେ କରୋନା କରୋନା ଆମେରିକାରୁ ଊହାନ ଆସିଛି | ଚୀନ ଉପରେ ଏହା ଆରୋପ ମଧ୍ୟ ରହିଛି ଯେ ସେ ପ୍ରାରମ୍ଭିକ ସମୟରେ କରୋନା ମହାମାରୀଙ୍କୁ ଲୁଚାଇବାକୁ ଚେଷ୍ଟା କରିଥିଲା |
ସଂଘାଇ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜିକାଲ ସାଇନ୍ସେଜର ବୈଜ୍ଞାନିକମାନେ ଅଜବ ପ୍ରକାରର ଦାବି କରି କହିଛି ଯେ କରୋନା ଭାରତ କିମ୍ବା ବାଂଲାଦେଶରୁ ବ୍ୟାପିଥିବା | ଦ ଲାସ୍ନେଟ ମେଡିକାଲ ଜର୍ଣ୍ଣାଲର ପ୍ରି-ପ୍ରିଣ୍ଟ ପ୍ଲାଟଫର୍ମ SSRN.com ଉପରେ ଚୀନ ବୈଜ୍ଞାନିକମାନେ ରିସର୍ଚ୍ଚ ପେପରକୁ ପ୍ରକାଶିତ କରାଯାଇଛି |
ଚୀନ ବୈଜ୍ଞାନିକମାନେ ୧୭ ଗୋଟି ଦେଶର କରୋନା ଭାଇରସ ଷ୍ଟ୍ରେନ ଉପରେ ରିସର୍ଚ୍ଚ କରି ପେପର ପ୍ରକାଶିତ କରିଛନ୍ତି | ରିସର୍ଚ୍ଚର ନେତୃତ୍ୱ ଡ.ଶେନ ଲିଭିଙ୍ଗ କରିଥିଲେ | ରିସର୍ଚ୍ଚରେ ଦାବି କରାଯାଇଛି ଯେ ଭାରତର ଯୁବ ପିଢ଼ି, ବହୁତ ଖରାପ ପାଣିପାଗ ଏବଂ ମରୁଡି କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବ ଯେଉଁଥିରୁ ଏହି ଭାଇରସ ମଣିଷଙ୍କ ପାଖରେ ପହଞ୍ଚିଥିଲା |
ରିସର୍ଚ୍ଚରେ ଚୀନ ବୈଜ୍ଞାନିକ ଦାବି କରିଥିଲେ ଯେ ଏପରି ସଂକେତ ମିଳିଛି ଯେ ଊହାନରେ ଭାଇରସର ମାମଲା ସାମ୍ନାକୁ ଆସିବାର ୩ରୁ ୪ ମାସ ପୂର୍ବରୁ ଏହି ଭାରତୀୟ ଉପମହାଦ୍ଵୀପରେ ବ୍ୟାପିଛି | ସେହିପରି ଭାରତ ସରକାରଙ୍କ ସହିତ କାମ କରୁଥିବା ବୈଜ୍ଞାନିକ ମୁକେଶ ଠାକୁର ରିସର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଥିଲେ | ଦକ୍ଷିଣ ଚୀନ ମର୍ନିଙ୍ଗ ପୋଷ୍ଟର ରିପୋର୍ଟ ମୁତାବକ, ମୁକେଶ ଠାକୁରଙ୍କର କହିବା କଥା ଯେ ଗବେଷଣାର ଫଳାଫଳ ଭୁଲ ରହିଛି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।