ଉତ୍ତରପ୍ରଦେଶ ଅମେଠୀ ଜେଲର ଏକ ଯୁବକ ଦ୍ବାରା ବାହାଘର ପାଇଁ କଥା ହେବାପରେ ଝିଅଟି ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ। ଝିଅଟି ଗମ୍ଭୀର ଭାବରେ ଜଳି ଯାଇଥିବା ଅବସ୍ଥାରେ ଉପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହିଠାରୁ ତାକୁ ଉପଚାର ପାଇଁ ଲଖନଞ୍ଜକୁ ପଠାଇ ଦିଆଗଲା, ଯେଉଁଠି ଆଜି ଉପଚାର ସମୟରେ ଝିଅଟିର ମୃତ୍ୟୁ ହୋଇଯାଇଛି।
ଉତ୍ତର ପ୍ରଦେଶର ଅମେଠୀ ଜେଲର ଏକ ଯୁବକ ଦ୍ବାରା ବାହାଘର ପାଇଁ କଥା ହେବାପରେ ଝିଅଟି ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଝିଅଟି ଗମ୍ଭୀର ଭାବରେ ଜଳି ଯାଇଥିବା ଅବସ୍ଥାରେ ଉପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରୁ ତାକୁ ଭଲ ଉପଚାର ପାଇଁ ଲଖନଞ୍ଜକୁ ପଠାଇ ଦିଆଯାଇଛି ଥିଲା। ଲଖନଞ୍ଜରେ ଆଜି ଉପଚାର ସମୟରେ ଝିଅଟିର ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାରେ ମୃକକାଙ୍କ ଭାଇ ଦ୍ଵାରା ଦିଆଯାଇଥିବା ଦରଖାସ୍ତ ଆଧାରରେ ପୋଲିସ ୪ଜଣଙ୍କ ବିରୁଦ୍ଧରେ ଏଫଆଇଆର ଜମା କରିଛନ୍ତି।
ଅମେଠୀର ଶିବରତନ ଗଞ୍ଜ ଥାନା କ୍ଷେତ୍ରର ଗାଁ ଜିୟାପୁରରେ ୨୦ ନଭେମ୍ବରରେ ଶହନୂର ବାନୋ ନିଜ ଘରେହିଁ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ପରିବାର ଲୋକେ ଏହାର ଉପଚାର ପାଇଁ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ର ଜଗଦିଶପୁରରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ଡାକ୍ତର ତାର ଅବସ୍ଥା ଗମ୍ଭୀର ଦେଖୀ ବେସରକାରୀ ଡାକ୍ତରଖାନା ଲଖନଞ୍ଜକୁ ପଠାଇ ଦେଇଥିଲେ। ଏବେ ସକାଳୁ ଉପଚାର ସମୟରେ ଶହନୂରଙ୍କ ମୃତ୍ୟୁ ହୋଇଯାଇଥିଲା।ଝିଅର ମୃତ୍ୟୁରେ ପରିବାରଲୋକେ ଦୁଃଖୀତ ହୋଇଯାଇଛନ୍ତି। ଏହି ମାମଲାରେ ମୃତକାଙ୍କ ଭାଇ ମୁଜୀବ ଅହମଦ ଜିୟାପୁରରେ ହିଁ ରହୁଥିବା ଚାରିଯୁବକଙ୍କ ବିରୁଦ୍ଧରେ ମତ ଦେଇଛନ୍ତି।
ଝିଅଟି ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ
ମୃତକଙ୍କ ଭାଇ ପୋଲିସକୁ କହିଲେକି ଜିୟାପୁରରେ ରହୁଥିବା ଜସୀମ ତାଙ୍କ ଭଉଣୀର ବାହାଘର ପାଇଁ କଥା କହିଥିଲେ। ଯେବେ ତାଙ୍କ ଭଉଣୀ ବାହାଘର ପାଇଁ ମନାକରିଦେଲେ, ତ ଆରୋପୀ ଦ୍ଵାରା ସେମାନଙ୍କୁ ଧମକ ଦେବାକୁ ଲାଗିଲେ। ଜସୀମ ସହିତ ତା’ର ତିନିଜଣ ବନ୍ଧୁ ବି ତାଙ୍କ ଭଉଣୀକୁ ବିରକ୍ତି କରୁଥିଲେ। ଏହି କାରଣରୁ ଶହନୂର କୋଠରୀରେ ନିଜକୁ ବନ୍ଦ୍ କରିଦେଲେ ଏବଂ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ମୃତକଙ୍କ ଭାଇ ଦ୍ଵାରା ଦିଆଯାଇଥିବା ଦରଖାସ୍ତ ଆଧାରରେ ପୋଲିସ ଚାରି ଯୁବକଙ୍କ ବିରୁଦ୍ଧରେ ଏଫଆଇଆର ଜମା କରି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପୋଲିସମାନେ ତ ଦୁଇ ଆରୋପୀ ଯୁବକଙ୍କୁ ଗିରଫ କରି ନେଇଯାଇଛନ୍ତି। ଉପର ପୋଲିସ ଅଧୀକ୍ଷକ ଦୟା ରାମ ସରୋଜ କହିଥିଲେ କି ମାମଲାରେ ତର୍ଜମା କରାଯାଉଅଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।