କୋରୋନାର ନୂଆ ଲକ୍ଷଣ! ଯଦି ଦାନ୍ତରେ ହେଉଛି ସମସ୍ୟା ତେବେ ହୋଇଯାନ୍ତୁ ସତର୍କ

କୋରୋନା ଭାଇରସ ମନୁଷ୍ୟର ଦାନ୍ତରେ ଖରାପ ପ୍ରଭାବ ପକାଇବାର ଦେଖିବାକୁ ମିଳୁଛି। ନ୍ୟୁୟର୍କ ଟାଇମ୍ସର ଏକ ରିର୍ପୋଟ ମୁତାବିକ କୋଭିଡ-19ରେ ଆକ୍ରାନ୍ତ ହୋଇଥିବା କିଛି ଲୋକମାନଙ୍କ ମଧ୍ୟରେ କମଜୋର ମାଢି ଏବଂ ଦାନ୍ତ ଝଡିବାର ସମସ୍ୟା ଦେଖିବାକୁ ମିଳୁଛି। ଏମିତି ଘଟଣା ପରେ ବୈଜ୍ଞାନିକ ଏହା ଜଣିବା ପାଇଁ ଚାହୁଁଛନ୍ତି କି କ’ଣ ସତରେ କୋରୋନା ଭାଇରସ ପାଇଁ ଲୋକମାନଙ୍କ ଦାନ୍ତରେ ସମସ୍ୟା ହେଉଛି।

ନ୍ୟୁୟର୍କରେ ରହୁଥିବା ୪୩ ବର୍ଷିୟ ଫରାହ ଖେମିଲୀ କହିଛନ୍ତି କି ସେ ଯେମିତି ଏକ ବ୍ରିଟରଗ୍ରୀନ ବ୍ରେଥ ମିଣ୍ଟ ନିଜର ମୁଁହରେ ଦବେଇଲେ , ସେ ତଳ ଦାନ୍ତରେ ଅଜିବ ପ୍ରକାର ଝିମଝିମ ଅନୁଭବ ହେଲା। ସେ ଛୁଇଁକି ଦେଖିଲେ ତେବେ ସେ ଜାଣିଲେ ଯେ ଦାନ୍ତ ହଲୁଛି। ପ୍ରଥମେ ଖେମିଲୀଙ୍କୁ ଲାଗିଲା କି ବ୍ରେଥ ମିଣ୍ଟ ପାଇଁ ହେଉଛି। କିନ୍ତୁ କାରଣ ଅଲଗା ଥିଲା।

ପର ଦିନ ସକାଳେ ସେହି ଦାନ୍ତ ଭାଙ୍ଗି ଖେମୀଲଙ୍କ ହାତରେ। ଦାନ୍ତ ଭାଙ୍ଗିବାରୁ ନା ରକ୍ତ ବାହାରିଲା ଏବଂ ନା ଯନ୍ତ୍ରଣା ହେଲା। କିଛି ଦିନ ପୂର୍ବେ ଖେମୀଲ କୋରୋନା ପଜେଟିଭ ଆସିଥିଲେ ଏବଂ ସେବେଠାରୁ ସେ ଏକ ଏମିତି ଅନଲାଇନ ସପୋର୍ଟ ଗ୍ରୁପକୁ ଫଲୋ କରିବାକୁ ଲାଗିଲେ , ଯେଉଁଠି ଲୋକମାନେ ଏହି ରୋଗର ଲକ୍ଷଣ ଏବଂ ଅନୁଭବ ଅଂଶୀଦାର ହୋଇଛନ୍ତି।

ଏ ପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ମିଳି ନାହିଁ କି ସଂକ୍ରମଣରୁ ଦାନ୍ତ ଝଡିବା କିମ୍ବା ଦାନ୍ତରେ ସମସ୍ୟା ହୋଇଥାଏ। କିନ୍ତୁ ଏହି ସର୍ପୋଟ ଗ୍ରୁପରେ ତାଙ୍କୁ ଏମିତି ଲୋକ ମିଳିଲେ ଯେଉଁମାନେ ସଂକ୍ରମଣ ପରେ ଦାନ୍ତ ଝଡିବା ଏବଂ ମାଢିରେ ଝିମଝିମ ଅନୁଭବର ଅଂଶୀଦାର ଥିଲେ। କିଛି ଡେଣ୍ଟିସ୍ଟ ପର୍ୟାପ୍ତ ତଥ୍ୟ ନଥିବା ପରେ ଏହା ମାନନ୍ତି କି କୋଭିଡ-19 ଦାନ୍ତ ସହିତ ଜଡିତ ଲକ୍ଷଣର କାରଣ ହୋଇପାରେ।

ୟୁନିଭର୍ସିଟି ଅଫ ଉଟାହର ପିରିଅଡନ୍ଟିସ ଡକ୍ଟର ଡେବିଡ ଓକାନୋ କହୁଛନ୍ତି କି କୌଣସି ବ୍ୟକ୍ତିଙ୍କର ଦାନ୍ତରେ ଅଚାନକ ତଳକୁ ଆସିଯିବା ବହୁତ ଆଶ୍ଚର୍ଯ୍ୟଜନକ ଅଟେ। ଦାନ୍ତ ସହିତ ଜଡିତ ଏହି ସମସ୍ୟା ଆଉ ମଧ୍ୟ ଭୟାନକ ହୋଇପାରେ। ଏହି ରୋଗରୁ ଭଲ ହେବା ପରେ ମଧ୍ୟ ଲୋକମାନଙ୍କ ଭିତରେ ଏହାର ପ୍ରଭାବ ବହୁତ ସମୟ ପର୍ଯ୍ୟନ୍ତ ରହିଥାଏ।

କିଛି ଡେଣ୍ଟିଟ୍ସ ଏବଂ ଏକ୍ସପୋର୍ଟସ୍ ଏହି ବିଷୟ ଉପରେ ସୋଧ ର ଅନୁଭବ କରନ୍ତି। ସେଣ୍ଟର୍ସ ଫର ଡିସିଜ କଣ୍ଟ୍ରୋଲ ଆଣ୍ଡ ପ୍ରିବେଂଶନ ବର୍ଷ ୨୦୧୨ର ଏକ ରିର୍ପୋଟ ଅନୁସାରେ ୩୦ ବର୍ଷ ବା ତା ଠାରୁ ଅଧିକ ବର୍ଷର ୪୭ ପ୍ରତିଶଦ ଲୋକମାନଙ୍କୁ ପିରିୟଡଣ୍ଟଲ ଡିସିଜ, ମାଢିରେ ଇମ୍ଫେକେ୍ଶନ ଇନଫ୍ଲେମେଶନ ଏବଂ ଦାନ୍ତ ଆଖପାଖର ହାଡରେ କମଜୋର ହେବାର ସମସ୍ୟା ହୋଇପାରେ।

ରିର୍ପୋଟ ଅନୁସାରେ କୋରୋନା ସଂକ୍ରମଣ ହେବା ପୂର୍ବରୁ ମଧ୍ୟ ଖେମିଲୀଙ୍କୁ ଦାନ୍ତରେ ସମସ୍ୟା ଥିଲା। ଦାନ୍ତ ଝଡିବାର ଆଗ ଦିନ ଯେବେ ସେ ଡେଣ୍ଟିସ୍ଟଙ୍କ ପାଖକୁ ଗଲେ ତେବେ ତାଙ୍କୁ କୁହାଗଲାକି ତାଙ୍କ ମାଢିରେ କୌଣସି ଇମ୍ଫେକସନ ହୋଇନାହିଁ। ବଂର ସ୍ମୋକିଙ୍ଗ ପାଇଁ ଦାନ୍ତ ର ଆଖପାଖ ହାଡ କମଜୋର ହୋଇଯାଇଛି। ଏହାପରେ ତାଙ୍କୁ କୌଣସି ବଡ ଡକ୍ଟରଙ୍କ ପରାର୍ମସ ନେବାକୁ କୁହାଗଲା।

ଏହି ସମସ୍ୟା ଏହି ପର୍ଯ୍ୟନ୍ତ ସୀମିତ ନଥିଲା। ଖେମିଲୀଙ୍କ ପାର୍ଟନର ସୋଶିଆଲ ମିଡିଆରେ ସର୍ବାଈବର କର୍ପ ନାମର ଏକ ପେଜକୁ ଫଲୋ କଲେ। ଏଠାରେ ତାଙ୍କୁ ଜଣା ପଡିଲାକି ଏହି ପେଜର ଫାଉଣ୍ଡର ଡାୟନା ବୈରଂଟଙ୍କ ୧୨ ବର୍ଷର ପୁଅର ମଧ୍ୟ ଏହି ପରି ସମସ୍ୟା ହୋଇଛି। ପିଲାଠାରେ କୋଭିଡ-19ର ଅଳ୍ପ ଲକ୍ଷଣ ଦେଖା ଦେଇଥିଲା। ଯାହାପରେ ତାର ଏକ ଦାନ୍ତ ଭାଙ୍ଗି ଯାଇଥିଲା। ଅର୍ଥୋଡଣ୍ଟିସ୍ଟଙ୍କର କହିବା ଏହାକି ପିଲା ଏକଦମ ସୁସ୍ଥ ଥିଲା ଏବଂ ତାର ଦାନ୍ତରେ ଆଗରୁ କୌଣସି ସମସ୍ୟା ନଥିଲା।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *