ଇରାନର ବୈଦେଶିକ ମନ୍ତ୍ରୀ ଜବାଦ ଜରୀଫଙ୍କ କହିବା କଥା ଯେ ଇସ୍ରାଏଲ ଟିପ୍ପଣୀ କରିବାକୁ ମନା କରିଦେଇଛି କିନ୍ତୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ନିଜେ ବୈଜ୍ଞାନିକଙ୍କର ହତ୍ୟାର କଥା କହିଛନ୍ତି |
ଇରାନର ପ୍ରମୁଖ ପରମାଣୁ ବୈଜ୍ଞାନିକ ମୋହସିନ ଫଖରୀଜାଦେହଙ୍କର ତେହେରାନରେ ହତ୍ୟା କରିଦିଆଯାଇଛି | ଏହି ଘଟଣା ପରେ ଇରାନ ଏବଂ ଇସ୍ରାଏଲରେ ମଧ୍ୟରେ ତିକ୍ତତା ବଢିଯାଇଛି | ଇରାନର ବୈଦେଶିକ ମନ୍ତ୍ରୀ ହତ୍ୟାରେ ଇସ୍ରାଏଲର ହାତ ରହିଛି ବୋଲି ପ୍ରମାଣ ମିଳିଯାଇଥିବାର କଥା କହୁଛି | ତାଙ୍କ କହିବା କଥା ଯେ ଫଖରୀଜାଦେହଙ୍କର ହତ୍ୟାରେ ପ୍ରାଥମିକ ସୂଚନା ମିଳି ଯାଇଛି ତାଙ୍କୁ ବୈଜ୍ଞାନିକଙ୍କର ହତ୍ୟାରେ ଇସ୍ରାଏଲର ହାତ ରହିଥିବାର ଗମ୍ଭୀର ପ୍ରମାଣ ମିଳିଛି |
ଇରାନର ବୈଦେଶିକ ମନ୍ତ୍ରୀ ମୋହମ୍ମଦ ଜବାଦ ଜରୀଫଙ୍କ କହିବା କଥା ଯେ ଇସ୍ରାଏଲ ଏହାକୁ ନେଇ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛି | ଜରୀଫ ଟ୍ୱିଟ କରି ଲେଖିଛନ୍ତି ଯେ,”ଆତଙ୍କବାଦୀ ଏକ ବରିଷ୍ଠ ଇରାନୀ ବୈଜ୍ଞାନିକଙ୍କର ହତ୍ୟା କରିଦେଇଛନ୍ତି | ଏହି ହତ୍ୟାରେ ଇସ୍ରାଏଲର ଭୂମିକା ବିଷୟରେ ଜଣାପଡୁଛି ଯେ ଇସ୍ରାଏଲ ଯୁଦ୍ଧ ପାଇଁ ସର୍ବଦା ପ୍ରସ୍ତୁତ ରହୁଛି” ଜାବେଦଙ୍କ କହିବା କଥା ଯେ ହତ୍ୟା କରାଯାଇଥିବା ବୈଜ୍ଞାନିକଙ୍କର ନାମ ବେଞ୍ଜାମିନ ନେତନ୍ୟାହୁ ଆଗରୁ ଏକ କାର୍ଯ୍ୟକ୍ରମରେ ନିଆଯାଇଥିଲା |
ସ୍ଥାନୀୟ ସାମ୍ବାଦିକଙ୍କ ମୁତାବକ ଫଖରୀଜାଦେହଙ୍କର ତେହେରାନର ଆଖପାଖରେ ହତ୍ୟା କରିଦିଆଯାଇଥିଲା | ତାଙ୍କ କାର ଉପରକୁ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ଚଳାଇଥିଲେ ଏବଂ ଯାହାପରେ ସେ ଆହତ ହୋଇଯାଇଥିଲେ | ହସ୍ପିଟାଲରେ ଚିକିତ୍ସା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ |
ସାମ୍ବାଦିକଙ୍କ ମୁତାବକ ଦୀର୍ଘ ସମୟରୁ ଆରୋପ ଲଗାଯାଉଥିଲା ଯେ ଫଖରୀଜାଦେହଙ୍କର ୨୦୦୩ ମସିହାରେ ଅଟକାଯାଇଥିବା ଇରାନର ଗୁପ୍ତ ପରମାଣୁ ବୋମା କାର୍ଯ୍ୟକ୍ରମର ନେତୃତ୍ୱ କରୁଥିଲେ | ତେବେ ଇରାନ ପରମାଣୁ ଅସ୍ତ୍ର ତିଆରି କରୁଥିବାର ଆରୋପ ସଦାସର୍ବଦା ଖଣ୍ଡନ କରି ଆସୁଛି | ଇରାନର ସେନା କମାଣ୍ଡର ହୁସେନ ଦେହଘନ ଟ୍ୱିଟ କରି କହିଛନ୍ତି ଯେ,”ଆମେ ଏହି ହତ୍ୟାର ତୀବ୍ର ପ୍ରତିଶୋଧ ନେବୁ ଏବଂ ଏହି ଘଟଣା ପଛରେ ସମ୍ମିଳିତ ଥିବା ଲୋକ ନିଜ କାର୍ଯ୍ୟ ଉପରେ ଅନୁତାପ କରିବେ” |
ତେବେ ବର୍ତ୍ତମାନ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଉତ୍ତରଦାୟିତ୍ୱ ନେଇ ନାହାନ୍ତି | ଇସ୍ରାଏଲ ମଧ୍ୟ ଇରାନର ଆରୋପ ଉପରେ ନିଜର କିଛି ପ୍ରତିକ୍ରିୟା ରଖି ନାହିଁ | ସୂଚନାଯୋଗ୍ୟ ଯେ ମୋହସୀନ ଫଖରୀଜାଦେହଙ୍କୁ ଦ ଫାଥର ଅଫ ଇରାନିୟମ ବମ କୁହାଯାଇଥାଏ |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।