ସମ୍ପତ୍ତି ଲୋଭରେ ସ୍ତ୍ରୀ ସହ ମିଶି ପୁଅ କାଟିଲା ବାପାର ବେକ, ଜାଣନ୍ତୁ ପୁରା ଘଟଣା

ଆଜିର ଏହି କଳିଯୁଗରେ କିଛି ବି ହୋଇପାରୁଛି। ସମ୍ପତ୍ତି ପାଇଁ ନିଜ ରକ୍ତର ପୁଅ ବୋହୂ ସହ ମିଶି ନିଜ ବାପାକୁ ହତ୍ୟା କରିବାକୁ ପଛେଇଲା ନାହିଁ। ଏହା କୌଣସି ଫିଲ୍ମ ଦୃଶ୍ୟ ନୁହେଁ, ନିରାଟ ସତ୍ୟ ଘଟଣା। ଯାହାକି ଲୋମଟଙ୍କୁରା ଦୃଶ୍ୟ ଅଟେ ।

ୟୁପିର ବାରବାଙ୍କି ସ୍ଥିତ ଏକ ପୁଅ ତାଙ୍କ ପତ୍ନୀଙ୍କ ସହ ପିତାଙ୍କୁ ଏକ ଗଛରେ ବାନ୍ଧି ତୀକ୍ଷ୍ଣ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୁଅ ତାଙ୍କ ବାପାଙ୍କ ଜମି ଓ ସମ୍ପତ୍ତି ତାଙ୍କ ନାମରେ ଲେଖିବା ପାଇଁ ବାଧ୍ୟ କରିଥିଲା। ବାପା ରାଜି ନହେବାରୁ ତାଙ୍କୁ ବାନ୍ଧି ନିର୍ମମ ଭାବେ ହତ୍ୟା କରିଥିବାର ସୂଚନା ମିଳିଛି।

ଏହି ସମ୍ବେଦନଶୀଳ ଘଟଣା ସମଗ୍ର ଗାଁକୁ ଥରାଇ ଦେଇଛି। ଅଭିଯୁକ୍ତ ପୁଅ ତାଙ୍କ ପତ୍ନୀଙ୍କ ସହ ଫେରାର ହୋଇଯାଇଥିଲେ। ସୂଚନା ମୁତାବକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ପୁଅ ଓ ବୋହୂକୁ ଗିରଫ କରିଛି।

ଘଟଣା ଘଟିଛି ବାରବାଙ୍କି ଜିଲ୍ଲାର ଫତେହପୁର ଗ୍ରାମରେ ଏଠାରେ ଶ୍ରୀରାମ ଗୌତମଙ୍କୁ (୫୫) ଏକ ଗଛରେ ବାନ୍ଧି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଜମି ପାଇବା ପାଇଁ ଶ୍ରୀରାମ ଗୌତମଙ୍କ ପୁଅ ଦୀର୍ଘ ଦିନ ଧରି ଅନେଇବସିଥିଲା, ଯାହାକି ତାଙ୍କ ପିତାଙ୍କର ବଡ଼ ମାନସିକ ଚାପର କାରଣ ବନିଥିଲା; ଯେଉଁଥିରେ ସେ ସଫଳ ହୋଇପାରିନଥିଲେ। ଶୁକ୍ରବାର ଦିନ ପୁଣି ଥରେ ପିତା ଏବଂ ପୁଅଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

ଏହି ବିବାଦ ଧୀରେ ଧୀରେ ଝଗଡାର ରୂପ ନେଲା ଏବଂ ପୁଅ ନିଜ ପିତାଙ୍କୁ ଟାଣି ନେଇ ଘର ବାହାରେ ଥିବା ଗଛରେ ବାନ୍ଧିଲା। ତା’ପରେ କ୍ରୋଧରେ ବାପାବେକକୁ ଏକ ତୀକ୍ଷ୍ଣ ଛୁରୀରେ ହତ୍ୟା କରିଥିଲା ଯାହା ଫଳରେ ଶ୍ରୀରାମ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଏହା ପରେ ସେ ତାଙ୍କ ପତ୍ନୀଙ୍କ ସହ ପଳାଇ ଯାଇଥିଲେ। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ ଖୋଜିବା ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ପୁଅ ଓ ବୋହୂକୁ ଗିରଫ କରିଛି।

ସ୍ଥାନୀୟ ଗ୍ରାମବାସୀ ବିକ୍ରମ କହିଛନ୍ତି ଯେ ସେମାନେ ଶ୍ରୀରାମ ଗୌତମଙ୍କୁ ଗଛରେ ବନ୍ଧା ହୋଇଥିବା ଦେଖିଛନ୍ତି ଏବଂ ମନୋଜଙ୍କୁ ଏକ ବଡ଼ ଛୁରୀରେ ବେକ କାଟିଥିବାର ଦେଖିଛନ୍ତି। ଯେତେବେଳେ ଲୋକମାନେ ମନୋଜଙ୍କୁ ପଚାରିବା ଆରମ୍ଭ କଲେ, ସେ ସେମାନଙ୍କୁ ମଧ୍ୟ ଡରାଇବା ପାଇଁ ଠେଲିଦେଇଥିଲା ଏବଂ ତାଙ୍କ ପତ୍ନୀଙ୍କ ସହ ପକାଇଥିଲା।

ବାରବାଙ୍କି ପୋଲିସର ଅଧୀକ୍ଷକ ଡକ୍ଟର ଅରବିନ୍ଦ ଚତୁର୍ବେଦୀ କହିଛନ୍ତି ଯେ ଫତେହପୁର ପୋଲିସ ଷ୍ଟେସନ ଅଞ୍ଚଳର ଫତେହପୁର ଗ୍ରାମରେ ଘରୋଇ ବିବାଦ ଯୋଗୁଁ ଶ୍ରୀରାମ ଗୌତମଙ୍କୁ ତାଙ୍କ ପୁଅ ହତ୍ୟା କରିଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *