ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର କୃଷକ ମାନଙ୍କର ବେଦନା ଶୁଣିବା ପାଇଁ ନିବେଦନ କରିଛନ୍ତି | ହରଭଜନ ସିଂହ ଟ୍ୱିଟ କରି କହିଛନ୍ତି ଯେ କୃଷକମାନେ ଆମର ଅନ୍ନଦାତା ଅଟନ୍ତି | ଆମମାନଙ୍କୁ ଅନ୍ନଦାତାଙ୍କ ପାଇଁ କିଛି ସମୟ ଦେବାର ଆବଶ୍ୟକତା ରହିଛି |
କୃଷି ନିୟମ ଗୁଡିକ ବିରୋଧରେ ସଡକ ଉପରକୁ ଓଲ୍ହାଇ ଆସିଥିବା କୃଷକ ମାନଙ୍କୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର ହରଭଜନ ସିଂହଙ୍କ ସମର୍ଥନ ମିଳିଛି | ସେ କୃଷକ ମାନଙ୍କର କଥା ଶୁଣିବା ପାଇଁ ନିବେଦନ କରିଛନ୍ତି | ହରଭଜନ ସିଂହ ଟ୍ୱିଟ କରିଛନ୍ତି ଯେ କୃଷକ ଆମର ଅନ୍ନଦାତା ଅଟନ୍ତି, ଆମମାନଙ୍କୁ ଅନ୍ନଦାତାଙ୍କ ପାଇଁ କିଛି ସମୟ ଦେବାର ଆବଶ୍ୟକତା ରହିଛି |
किसान हमारा अन्नदाता है । हम को अन्नदाता को थोड़ा समय देना चाहिए । क्या यह वाजिब नहीं होगा. बिना पुलिस भिड़ंत के क्या हम उनकी बात नहीं सुन सकते. कृपया किसान की भी सुनिए 🙏 जय हिंद 🙏🙏
— Harbhajan Turbanator (@harbhajan_singh) November 27, 2020
ଭାରତୀୟ ଦଳର ପୂର୍ବତନ ବୋଲର କହିଛନ୍ତି ଯେ କଣ ଏହା ଉଚିତ ହେବ ନାହିଁ | କୌଣସି ପୋଲିସ ମୁକାବିଲା ନକରି ଆମେ କଣ କୃଷକଙ୍କର କଥା ଶୁଣି ପାରିବା ନାହିଁ | କୃପକରି କୃଷକଙ୍କର କଥା ମଧ୍ୟ ଶୁଣନ୍ତୁ | ଜୟ ହିନ୍ଦ | ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କର କୃଷି ନିୟମ ବିରୋଧରେ କୃଷକମାନେ ରାସ୍ତା ଉପରକୁ ଓଲ୍ହାଇ ଆସିଛନ୍ତି | ସେମାନେ ସରକାରଙ୍କ ପାକହରେ କୃଷି ନିୟମ ଗୁଡିକୁ ଫେରାଇ ନେବା ପାଇଁ ଦାବି କରୁଛନ୍ତି |
ପ୍ରଦର୍ଶନକାରୀ କୃଷକମାନେ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ପୋଲିସ ସହିତ ମୁହାଁମୁହିଁ ମଧ୍ୟ ହୋଇଛନ୍ତି | ଗୋଟିଏ ପକ୍ଷରେ ଯେଉଁଠାରେ କୃଷକ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଜିଦ ଧରି ବସିଛନ୍ତି ଅନ୍ୟପକ୍ଷରେ ପୋଲିସ ତାଙ୍କୁ ସୀମା ଅତିକ୍ରମ କରିବା ପାଇଁ ଅଟକାଉଥିଲେ | ପୋଲିସ କୃଷକଙ୍କ ଉପରେ କାନ୍ଦିବାର ଗ୍ୟାସର ଗୁଳି ମଧ୍ୟ ଛାଡିଥିଲେ | ଏସବୁ ପରେ ମଧ୍ୟ କୃଷକମାନେ ପରାଜୟ ସ୍ୱୀକାର କରିନଥିଲେ | ଶେଷରେ ପ୍ରଶାସନକୁ ତାଙ୍କ ଆଗରେ ନାଇଁବାକୁ ପଡିଥିଲା ଏବଂ ଦିଲ୍ଲୀରେ ପ୍ରବେଶ କରିବାର ଅନୁମତି ଦେବାକୁ ପଡିଥିଲା |
ହରିୟାଣା ରାସ୍ତା ଦେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା କୃଷକମାନଙ୍କୁ ରାଷ୍ଟ୍ରୀୟ ରାଜଧାନୀରେ ପ୍ରବେଶ କରିବା ପାଇଁ ଅନୁମତି ମିଳିଯାଇଛି, କିନ୍ତୁ ସେମାନେ ମଧ୍ୟ ସିଙ୍ଘୁ ସୀମାନ୍ତରେ ଜିଦ ଧରି ଠିଆ ହୋଇଛନ୍ତି | କୃଷକମାନେ ବୁରାଡ଼ିର ନିରଂକରୀ ଗ୍ରାଉଣ୍ଡ ଯିବାକୁ ମନା କରୁଛନ୍ତି | ସେମାନେ ଆଜି ରାତିରେ ସିଙ୍ଘୁ ସୀମାନ୍ତ ଦେଇ ଅତିକ୍ରମ କରିବେ | କୃଷକଙ୍କର ଆନ୍ଦୋଳନ ସିଙ୍ଘୁ ସୀମାନ୍ତରେ ଜାରି ରହିବ କିମ୍ବା ସେ ବୁରାଡ଼ି ଯିବେ ଏହାର ନିଷ୍ପତ୍ତି ଶନିବାର ଦିନ ସକାଳ ୮ ଘଣ୍ଟା ସମୟରେ ହେବ |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।