କଫ, କାଶ ଏବଂ ଗଳାରେ କଷ୍ଟ କେବଳ ଥରେ ଏହାର ସେବନ ଦ୍ୱାରା ଭଲ ହୋଇଯିବ, ଆଜି ହିଁ କରନ୍ତୁ ଏହି ସରଳ ଉପାୟ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ସହଜ ଉପଚାର ନେଇ ଆସିଛୁ, କଫ, କାଶ ଏବଂ ଗଳାରେ କଷ୍ଟ କେବଳ ଏକା ଥରେ ଏହାର ସେବନ ଦ୍ୱାରା ଦୂର ହୋଇଯିବ।ତେବେ ଆସନ୍ତୁ ଜାଣିବା ସେହି ଅନେଖୁ ଘରୋଇ ଉପଚାର ବିଷୟରେ।

ବନ୍ଧୁଗଣ ଋତୁ ପରିବର୍ତ୍ତନ ହେବା କାରଣରୁ ଆପଣଙ୍କ ଗଳାରେ infection ହୋଇଥାଏ। କାଶ, କଫ ଏବଂ ଗଳାର କଷ୍ଟ ଭଳି ସମସ୍ୟା ଆପଣଙ୍କୁ ଭୋଗିବାକୁ ପଡିଥାଏ। ଏହି ସମସ୍ୟା ହୋଇଗଲେ ଆପଣ ଠିକ ଭାବେ କଥା ହୋଇ ପାରନ୍ତି ନାହିଁ। ଆପଣଙ୍କୁ ବହୁତ ଖରାପ ଲାଗିଥାଏ। ଆପଣ ସବୁବେଳେ ଭାବନ୍ତି ଏହି infectionରେ ଆପଣ କେମିତି ବଞ୍ଚିବେ। ଆପଣଙ୍କ ଗଳା ଖସ ଖସ ହେବାକୁ ଲାଗିଥାଏ। ଆପଣଙ୍କୁ କାଶ ହୋଇଥାଏ। ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ କରିବା ଦ୍ୱାରା ଆପଣଙ୍କର ଏହି ସବୁ ସମସ୍ୟା ସଙ୍ଗେ ସଙ୍ଗେ ଦୂର ହୋଇଯିବ।

ଆପଣ ନିଶ୍ଚୟ ଏହି ଉପଚାର ପ୍ରୟୋଗ କରନ୍ତୁ। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଉପଚାର ଅଟେ ଏବଂ ଏହା ବହୁ ପରୀକ୍ଷିତ ଉପଚାର ଅଟେ। ଏହାର ସେବନ ଦ୍ୱାରା ଆପଣଙ୍କ ଗଳାର infection, କାଶ, କଫ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ଏହାକୁ ବନେଇବା ବହୁତ ସହଜ ଅଟେ ଏବଂ ଏହାକୁ ସେବନ କରିବା ମଧ୍ୟ ବହୁତ ସହଜ ଅଟେ। ଆପଣ ଯଦି ଏହି ସବୁ ସମସ୍ୟା ପାଇଁ କଷ୍ଟ ପାଉଅଛନ୍ତି ତେବେ ଏହି ଉପଚାରକୁ ନିଶ୍ଚୟ ଭାବରେ ପ୍ରୟୋଗ କରନ୍ତୁ। ତେବେ ଆସନ୍ତୁ ଜାଣିବା।

ଏହି ଉପଚାର ବନେଇବା ପାଇଁ ପ୍ରଥମେ ଗୋଟେ ପାତ୍ରରେ ଗୋଟେ ଗ୍ଲାସ ପାଣି ନିଅନ୍ତୁ, ଏହାକୁ ଗ୍ୟାସରେ ବସେଇ ଦିଅନ୍ତୁ ଏହା ପରେ ଗୋଟେ ଚାମଚ ହଳଦୀ ଗୁଣ୍ଡ ଏଥିରେ ମିଶାନ୍ତୁ। ହଳଦୀ ଗୁଣ୍ଡ ତ ରୁଷେଇ ଘରୁ ବହୁତ ସହଜରେ ମିଳିଯିବ। କିନ୍ତୁ ଏଇଠି କହି ରଖୁଛୁ ଯେ ମାର୍କେଟରୁ ଖଣ୍ଡ ହଳଦୀ ଆଣି ତାହାକୁ ଗୁଣ୍ଡ କରି ଦିଅନ୍ତୁ। ମାର୍କେଟ ହଳଦୀ ଗୁଣ୍ଡରେ ବହୁତ କିଛି କେମିକାଲ ମିଶା ହେଉଥିବ। କିନ୍ତୁ ଆପଣଙ୍କୁ ନେବା ପାଇଁ ପଡିବ ଘରୋଇ ହଳଦୀ ଗୁଣ୍ଡ, ଯାହାକୁ ପ୍ରାକୃତିକ ହଳଦୀ ଗୁଣ୍ଡ ମଧ୍ୟ କୁହାଯାଏ। ତାହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ହିତକାରକ ହୋଇଥାଏ।

ସେଥିପାଇଁ ଆପଣ ଏହି ଉପଚାର କରିବା ପାଇଁ ଘରୋଇ ହଳଦୀ ଗୁଣ୍ଡ ବ୍ୟବହାର କରନ୍ତୁ। ଏବେ ଆପଣ ସେହି ଫୁଟୁଥିବା ପାଣିରେ ଗୋଟେ ଚାମଚ ହଳଦୀ ଗୁଣ୍ଡ ନେଇ ମିଶାଇ ଦିଅନ୍ତୁ। ଏହି ପାଣି କୁ ଆପଣ ୫ ରୁ ୬ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ। ୫ ରୁ ୬ ମିନିଟ ଫୁଟିବା ପରେ ଗ୍ୟାସ ବନ୍ଦ କରି ଏହାକୁ ଢାଙ୍କା ସାହାଯ୍ୟରେ ହାଲକା ଥଣ୍ଡା ହେବା ପାଇଁ ଢାଙ୍କି ଦିଅନ୍ତୁ ସମ୍ପୂର୍ଣ୍ଣ ଥଣ୍ଡା କରିବେ ନାହିଁ। ହାଲକା ଥଣ୍ଡା ହେବା ପରେ ଏବେ ଏହାକୁ ଗୋଟେ ପାତ୍ରରେ ଛାଣି ନିଅନ୍ତୁ। ଏଥିରେ ୧୦ ରୁ ୧୨ ବୁନ୍ଦା ଲେମ୍ବୁରସ ମିଶାଇ ସେବନ କରନ୍ତୁ।

ଆପଣ ଏହାର ସେବନ ଚା ପିଇବା ଭଳି ସେବନ କରନ୍ତୁ। ଯେମିତି ଆପଣ ଚା କୁ ଅଳ୍ପ ଅଳ୍ପ କରି ପିଅନ୍ତି ଠିକ ସେମିତି ଆପଣ ଏହାର ସେବନ କରନ୍ତୁ। ଦେଖିବେ ଏଥିରେ ଆପଣଙ୍କର କଫ, କାଶ ଏବଂ ଗଳା infection ଭଳି କଷ୍ଟକୁ ସଙ୍ଗେ ସଙ୍ଗେ ଦୂର କରିଦେବ।ଏବଂ ଆପଣଙ୍କୁ ଏଥିରୁ ଆରାମ ମିଳିବ। କେବଳ ଥରେ ଏହାର ସେବନ କରନ୍ତୁ ଦେଖିବେ ଏହାର ପ୍ରୟୋଗ ଦ୍ୱାରା ଏହାର ଫଳ ଦେଖିବାକୁ ମିଳିଯିବ।

Leave a Reply

Your email address will not be published. Required fields are marked *