ବଡ ଦାବି: ମଙ୍ଗଳ ଗ୍ରହରେ ରହିପାରିବେ ପୃଥିବୀର ଏହି ଚାରୋଟି ଜୀବ

ପୃଥିବୀର ଜୀବକୁ ରହିବା ପାଇଁ ଆମର ହିଁ ସୌରମଣ୍ଡଳରେ ଏକ ନୂଆ ଗ୍ରହ ମିଳି ପାରିବ। ବୈଜ୍ଞାନିକମାନେ ଦାବି କରିଛନ୍ତି କି ପୃଥିବୀର କିଛି ସେଠି ରହି ପାରିବେ। ଏହି ଗ୍ରହର ନାମ ହେଉଛି ମଙ୍ଗଳ ଗ୍ରହ। ମଙ୍ଗଳ ଗ୍ରହର ବାତାବରଣରେ ଆମ ପୃଥିବୀର କିଛି ଜୀବ ନିଜକୁ ବଞ୍ଚେଇ ପାରିବେ। ସେଠାରେ ରହିପାରିବେ। ଆସନ୍ତୁ ଜାଣିବା କେଉଁ ଆଧାରରେ ବୈଜ୍ଞାନିକମାନେ ଏହି ଦାବୀ କରିଛନ୍ତି।

ସାରା ଦୁନିଆର ବୈଜ୍ଞାନିକମାନଙ୍କର ମାନିବା ଏହାକି ମଙ୍ଗଳ ଗ୍ରହ ରେ କୋଟି କୋଟି ବର୍ଷ ପୂର୍ବେ ଜୀବନ ରହିଥିବ। ବର୍ତ୍ତମାନ ଅନ୍ତରିକ୍ଷ ଏଜେନ୍ସି ନାସାର ମାର୍ସ କ୍ୟୁରିୟୋସିଟୀ ରୋବର କହିଥିଲେ କି ମଙ୍ଗଳରେ ବନ୍ୟା ଆସିଥିଲା। ସେଠାରେ ସୁକ୍ଷ୍ମ ଜୀବଙ୍କର ରହିବାର ପ୍ରମାଣ ମିଳିଛି।

ମଙ୍ଗଳ ଗ୍ରହ ରେ ପୃଥିବୀର କେଉଁ ଜୀବ ରହିପାରିବେ। ଏହାକୁ ନେଇ ୟୁନିଭର୍ସିଟି ଅଫ ଅରଙ୍କସାସର ସେଣ୍ଟର ଫର ସ୍ପେସ ଏଣ୍ଡ ପ୍ଲେନେଟରୀ ସାଇଂସେଜର ଶୋଧକର୍ତ୍ତାମାନେ ଏକ ସ୍ଟଡି କରିଛନ୍ତି। ସେ କହିଛନ୍ତି କି ପୃଥିବୀରେ ଥିବା ଚାରି ପ୍ରଜାତିର ଜୀବ ମଙ୍ଗଳ ଗ୍ରହରେ ରହି ପାରିବୋ

ମଙ୍ଗଳରେ ରହିବା ବହୁତ ଜଟିଳ ଅଟେ। ସେଠାରେ ବୟୁମଣ୍ଡଳର ଚାପ ବହୁତ କମ। ଏହା ସହିତ ସେଠାକାର ବାତାବରଣ ଏବଂ ମୌସମ ବହୁତ ଅସୁରକ୍ଷିତ ଆଡକୁ ବଦଳିବାକୁ ଯାଉଛି। ଏପରି ସ୍ଥିତିରେ ପୃଥିବୀରେ ରହୁଥିବା ଜୀବଙ୍କର ସେଠି ରହିବା ବହୁତ ଜଟିଳ ଅଟେ। କିନ୍ତୁ ପୃଥିବୀରେ ଥିବା ଚାରି ପ୍ରଜାତିର ମାଇକ୍ରୋ- ଅର୍ଗୋନିଜ୍ମ ବା ସୁକ୍ଷ୍ମ ଜୀବମାନେ ସେଠାରେ ରହାବାର ଯୋଗ୍ୟ।

ୟୁନିଭର୍ସିଟି ଅଫ ଅରଙ୍କସାସର ଶୋଧକର୍ତ୍ତାମାନଙ୍କ ସ୍ଟଡି ରିର୍ପୋଟରେ ଅରୋଜିନ୍ସ ଅଫ ଲାଇଫି ଏଣ୍ଡ ଇବୋଲ୍ୟୁଶନ ଅଫ ବାୟୋସ୍ଫେୟର ଜର୍ନଲେ ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି କି ପୃଥିବୀରେ ଥିବା କେଉଁ ପ୍ରକାରର ଜୀବ ମଙ୍ଗଳ ଗ୍ରହରେ ରହିପାରିବେ।

ପୃଥିବୀର ଯେଉଁ ଜୀବ ମଙ୍ଗଳ ଗ୍ରହରେ ରହିପାରିବେ ତାଙ୍କୁ ମୀଥୈନୋଜେନ୍ସ କୁହାଯାଏ। ଏହା ବହୁତ ପୁରଣା ଜୀବ ଅଟନ୍ତି। ଯିଏ କୌଣସି ବି ପ୍ରକାରର କମ ଚାପ ଥିବା ବାତାବରଣରେ ରହିପାରିବେ। ସେମାନଙ୍କୁ ଅକ୍ସିଜେନର ଆବଶ୍ୟକତା ନଥାଏ। ଏମେନେ ଖରାପ ରୁ ଅତି ଖରାପ ବାତାବରଣରେ ନିଜକୁ ସର୍ବାଇବ କରିପାରିବେ।

ପୃଥିବୀରେ ମିଥୈନୋଜେନ୍ସ ଓଦା ଜାଗାରେ, ସମୁଦ୍ରରେ ବା ପଶୁ ମାନଙ୍କ ପାଚନ ନଳୀରେ ମଧ୍ୟ ଦେଖା ଦେଇଥାନ୍ତି। ଏମାନେ ହାଇଡ୍ରୋଜେନ ଏବଂ କାର୍ବନ ଡାଈଅକ୍ସାଇଡ ଖାଇଥାନ୍ତି ଏବଂ ମଳ ଯାଗାରେ ମିଥେନ ଗ୍ୟାସ ବାହର କରିଥାନ୍ତି। ନାସାର କେତେକ ମିସନରୁ ଏହି କଥା ସ୍ପଷ୍ଟ ହୋଇଛି କି ମଙ୍ଗଳ ଗ୍ରହର ବାୟୁ ମଣ୍ଡଳରେ ମିଥେନ ଗ୍ୟାସ ବହୁ ମାତ୍ରାରେ ରହିଛି। ବର୍ତ୍ତମାନ ଯାଏ ଏହା ଜଣା ପଡି ନାହିଁ କି ସେଠାରେ ଏତେ ମିଥେନ ଗ୍ୟାସ କେମିତି ଉତ୍ପନ ହେଉଛି।

ୟୁନିଭର୍ସିଟି ଅଫ ଅରଙ୍କସାସର ଶୋଧକର୍ତାମାନଙ୍କ ଲିଡର ରେବେକା ମିକୋଲ କହିଛନ୍ତି କି ମଙ୍ଗଳ ଗ୍ରହରେ ମିଥେନ ଗ୍ୟାସ ଅଛି। ଏହାତ କେତେକ ବର୍ଷ ପୂର୍ବେ ଥିବା ଜୀବ ମାନଙ୍କ ଠାରୁ ବାହାରିଛି, ନଚେତ ଆଜି ମଧ୍ୟ ସେଠାରେ ଏପରି ଜୀବମାନ ଅଛନ୍ତି। ଯେଉଁମାନେ ମିଥେନ ଗ୍ୟାସ ଦ୍ବାରା ବଞ୍ଚୁଛନ୍ତି। ଏମିତିରେ ଆମେ ଆକଳନ କରିପାରିବାକି ପୃଥିବୀର ଏହି ମିଥୈନୋଜେନ୍ସ ମଙ୍ଗଳ ଗ୍ରହରେ ସର୍ବାଇବ କରିପାରିବେ। ଏହା ହୋଇପାରେ କିଛି ଦିନ କିମ୍ବା କିଛି ସପ୍ତାହ ରୁହନ୍ତୁ କିନ୍ତୁ କରିପାରିବେ।

ଆମ୍ଭମାନେ ଗତ ଦଶ ବର୍ଷରୁ ମିଥୈନୋଜେନ୍ସର ଅଧୟନ କରୁଛୁ। ଯେଉଁ ଚାରୋଟି ମେଥୈନୋଜେନ୍ସ ମଙ୍ଗଳ ଗ୍ରହରେ ରହି ପାରିବେ ସେ ଗୁଡିକ ହେଲେ- ମିଥୈନୋଥର୍ମୋବୈକ୍ଟର ,ମିଥୈନୋସାର୍ସିନନା ବାରକେରି,ମିଥୈନୋବୈକ୍ଟୋରିଅମ ଫର୍ମିସିକମ ଏବଂ ମିଥୈନୋକୋକସ ମାରିପାଲୁଡିସ । ଏହି ସବୁ ମିଥୈନୋଜେନ୍ସ ଅକ୍ସିଜେନ ବିନା ରହି ପାରିବେ। ଏମାନଙ୍କ ଉପରେ କମ ଚାପ ବା ରେଡିଏଶନ ର ପ୍ରଭାବ ମଧ୍ୟ କାମ କରିନଥାଏ।

ରେବିକା ମିକୋଲ କହିଛନ୍ତି କି ଆମର ଗଣନା ଏବଂ ସ୍ଟଡି ଅନୁସାରେ ଏହି ଚାରି ମିଥୈନୋଜେନ୍ସ ତିନି ରୁ ୨୧ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବେ। ଏହା ମଧ୍ୟ ହୋଇପାରେ କି ସେମାନେ ସେଠାରେ ଅଧିକ ଦିନ ବଞ୍ଚି ପାରନ୍ତି ଏବଂ ସେଠାରେ ନିଜର କଲୋନୀ ବନେଇ ପାରନ୍ତି। ଏହି ମେଥୈନୋଜେନ୍ସ ମାଇନସ ୧୦୦ ଡିଗ୍ରୀ ସେଲହସିଅସ ତାପମାନ ମଧ୍ୟ ସହି ପାରିବେ। ମଙ୍ଗଳ ଗ୍ରହରେ ବହୁତ ଶୀତ ଥାଏ।

Leave a Reply

Your email address will not be published. Required fields are marked *