ଶିଲ୍ପା ଶେଠୀ କୁନ୍ଦ୍ରାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ପହଁଚିଲେ ପୁନମ ପାଣ୍ଡେ, ଲଗେଇଛନ୍ତି ଗମ୍ଭୀର ଆରୋପ

ଆକ୍ଟ୍ରେସ ଏବଂ ମଡେଲ୍ସ ପୁନମ ପାଣ୍ଡେ ଆକ୍ଟ୍ରେସ ଶିଲ୍ଳା ଶେଠୀ ଙ୍କ ସ୍ବାମୀ ଏବଂ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଉପରେ ଭିଡିଓ ଚୋରୀର ଆରୋପ ଲଗେଇଛନ୍ତି। ନ୍ୟାୟ ପାଇବା ପାଇଁ ସେ ବମ୍ବେ ହାଇକୋର୍ଟରେ କେସ କରିଛନ୍ତି। ସେ କହିଛନ୍ତି କି ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ସୌରଭ କୁଶବାହାଙ୍କ କମ୍ପାନୀ ‘ ଆର୍ମ୍ସପ୍ରାଈଜ ମୀଡିଆ ‘ ଡିଲ ସରିବା ପରେ ତାଙ୍କର କଣ୍ଟେଟ ଚୋରାଇଛନ୍ତି।

ମଡେଲ ଏବଂ ଆକ୍ଟ୍ରେସ ପୁନମ ପାଣ୍ଡେ ବଲିଉଡ ଆକ୍ଟ୍ରେସ ଶିଳ୍ପା ଶେଠୀ କୁନଦ୍ରାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ସୌରଭ କୁଶବାହାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ କେସ କରିଛନ୍ତି। ପୁନମ ପାଣ୍ଡେ ଆରୋପ ଲଗାଇଛନ୍ତି କି ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ଆଇନି ବିରୋଧରେ ଯାଇ ତାଙ୍କ ଫଟୋ ଏବଂ ଭିଡିଓ ବ୍ୟବହାର କରିଛନ୍ତି। ପୁନମ ଏହି ଆରୋପ ଲଗାଇଛନ୍ତି କି ଏହି କଣ୍ଟେଟର ବ୍ୟବହାର ଦୁଇ ଜଣଙ୍କର କଣ୍ଟ୍ରାକ୍ଟ ସରିବା ପରେ ହୋଇଛି।

ରାଜ କୁନ୍ଦ୍ରା ଏବଂ ସୌରଭ ଏହି ଅଭିଯୋଗକୁ ସ୍ବୀକାର କରି ନାହଁନ୍ତି। କହିଛନ୍ତି କି କୌଣସି ପ୍ରକାରର ନୋଟିସ ମିଳି ନାହିଁ। ବାସ୍ତବରେ ପୁନମ ପାଣ୍ଡେ ରାଜ କୁନ୍ଦ୍ରା ଏବଂ ତାଙ୍କର ସହଯୋଗୀ ସୌରଭ କୁଶବାହାଙ୍କ କମ୍ପାନୀ ‘ ଆର୍ମ୍ସପ୍ରାଈମ ‘ ସହିତ ଡିଲ ସାଇନ କରିଥିଲେ। ଏହି କମ୍ପାନୀ ପୁନମ ପାଣ୍ଡେ ଏହି ଆପକୁ ସମ୍ଭାଳୁ ଥିଲେ। ପୁନମ ଦାବୀ କରିଛନ୍ତି କି ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଏହି ଡିଲ ଆଠ ମାସ ପୂର୍ବରୁ ଶେଷ ହୋଇଯାଇଥିଲା, କିନ୍ତୁ କମ୍ପାନୀ ଏହାପରେ କଣ୍ଟେଟ ର ବ୍ୟବହାର କରିଛି।

ରାଜ କୁନ୍ଦ୍ରାଙ୍କ କମ୍ପାନୀ ଚୋରେଇଲା ଭିଡିଓ:

ପୁନମ ପାଣ୍ଡେ ଆରୋପ ଲଗେଇଛନ୍ତି କି ରାଜ କୁନ୍ଦ୍ରା କଣ୍ଟେଟ ଚୋରେଇ ପଇସା କମାଉଛନ୍ତି। ସେ ଏହା କହିଛନ୍ତି କି ଗତ କିଛି ମାସ ହେବ କିଛି ଲୋକ କଲ କରି ଅଶୀଳ କଥା କହୁଛନ୍ତି। ପୁନମ କହିଛନ୍ତି କି ଆର୍ମ୍ସପ୍ରାଈମ କମ୍ପାନୀ ମୋ ଆପ ଦେଖୁଛି। ମୁଁ କଣ୍ଟେଟକୁ ବହୁତ କମ ସମୟ ପାଇଁ ରଖିଥିଲି | କାରଣ ମୁଁ ସେଥିରେ କିଛି ସମୟ ପରେ ମୁଁ କଣ୍ଟେଟକୁ ଶେଷ କରି ଦେଇଥିଲି। ଏହାପରେ ଗତ ଆଠ ମାସରୁ ସେ ମୋ ଭିଡିଓ ଚୋରାଉଛନ୍ତି। ମୁଁ ରାଜଙ୍କୁ କଲ ଏବଂ ମେସେଜ କରି ଭିଡିଓ ନ ଚୋରୀ କରିବାକୁ କହିଥିଲି।

ଆର୍ଥିକ ସମସ୍ୟାରେ ରହିଛନ୍ତି ରାଜ କୁନ୍ଦ୍ରା:

ପୁନମ ଆଗକୁ କହିଛନ୍ତି କି ତାଙ୍କୁ ଏବେ ଧମକ ମିଳୁଛି। ମୁଁ ବୁଝିବାକୁ ଚାହୁଁଛି କି ସେ ମୋ ଭିଡିଓ କଣ ପାଇଁ ଚୋରାଉଛନ୍ତି। ଯଦି ସେ ଆର୍ଥିକ ସମସ୍ୟାରେ ରହିଛନ୍ତି ତେବେ ମୁଁ ତାଙ୍କ ପାଇଁ ପଇସାର ଯୋଗାଡ କରିଦେବି କିନ୍ତୁ ମୋ କଣ୍ଟେଟ ଚୋରାନ୍ତୁ ନାହିଁ। ପୁନମ ଆଗକୁ କହିଛନ୍ତି କି ଏହି ଘଟଣା ଏବେ ହାଇକୋର୍ଟରେ ଚାଲିଛି। ମୋ ପକ୍ଷ ମଜବୁତ ଅଛି। ମୋ ପଖରେ ସବୁ ପ୍ରମାଣ ରହିଛି। ମୁୁଁ ନ୍ୟାୟ ଚାହୁଁଚି ଏବଂ ମୁଁଜାଣିଛି ଏ କେସ ମୁଁ ଜିତିବି।

Leave a Reply

Your email address will not be published. Required fields are marked *