କୁକୁରକୁ ମଣିଷର ସବୁଠାରୁ ବିଶ୍ଵସ୍ତ ପ୍ରାଣୀ ଏବଂ ବନ୍ଧୁ କାହିଁକି କୁହାଯାଏ ପୁଣିଥରେ ପ୍ରମାଣିତ ହୋଇଗଲା। ରୁଷର ଏକ ଗର୍ଭବତୀ କୁକୁର (କୁତି) ନିଜ ଜୀବନର ଚିନ୍ତା ନ କରି ଚାରିଜଣଙ୍କ ଜୀବନ ବଞ୍ଚାଇଥିଲା। ଯାହାଦ୍ଵାରା ଏହି ସମୟରେ ତାର କେତେ ଜାଗା ଜଳି ଯାଇଥିଲା।
ସ୍ଥାନୀୟ ମିଡ଼ିଆ Spbvasilek/vk.com ର ରିପୋର୍ଟ ମୁତାବକ ରୁଷର ଏକ ଗର୍ଭବତୀ କୁକୁର ରୁଷର ଏକ ନିଜି ଧର୍ମଶାଳା କେନ୍ଦ୍ରରେ ବିସ୍ଫୋରଣ ପରେ ଚାରି ବୃଦ୍ଧ ମୃତକଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିଥିଲେ। ହେଲେ ଘଟଣା ସମୟରେ ସେ ନିଜେ ବହୁତ ଜୋରରେ ଜଳି ଯାଇଥିଲା। ଏବେ, ସେହି କୁକୁରର ଚିକିତ୍ସା ଉପଚାରରେ ସାହାଯ୍ୟ ପାଇଁ ପଇସା ଏକାଠି କରିବା ପାଇଁ ସହର ସାରା ଲୋକ ଅଭିଯାନ ଆରମ୍ଭ କରିଦେଇଛନ୍ତି ଯେଉଁଥିପାଇଁ ବହୁତ ସମର୍ଥନ ମିଳୁଛି।
ରୁଷ ରାଜ୍ୟ ପିଟର୍ସବର୍ଗ ପାଖରେ ଲେନିନଗ୍ରାଦ କ୍ଷେତ୍ରରେ ଏକ ନିଜୀ ଧର୍ମଶାଳା କେନ୍ଦ୍ରରେ ନିଆଁ ଲାଗି ଯାଇଥିଲା। ମଟିଲ୍ଡା ନାମର କୁକୁର ଚାରି ବୃଦ୍ଧଙ୍କୁ ସତର୍କ କରିବା ପାଇଁ ଜୋରରେ ଭୁକିବାକୁ ଲାଗିଲା।ଭୁକିବା କାରଣରୁ ଫାୟାର ବ୍ରିଗେଡଙ୍କୁ ଜଳୁଥିଲା କାଠ ତଳେ ବୁଦ୍ଧ ମାନେ ଫସିଯାଇଥିବାର ଜାଣିବାକୁ ପାଇଲେ। ଯେଉଁ ବଙ୍ଗଳାରେ ନିଆଁ ଲାଗିଥିଲା ସେଥିରୁ ବୃଦ୍ଧଙ୍କୁ ବାହାର କରି ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ପଠାଯାଇଥିଲା।
ସେହି ଲୋକଙ୍କୁ ମଟିଲ୍ଡାର ତୁରନ୍ତ ପ୍ରତିକ୍ରିୟା କାରଣ ବଞ୍ଚାଇ ଦେଇଥିଲା କିନ୍ତୁ ଭୁଲ୍ ରେ ଫାୟାର ବ୍ରିଗେଡଙ୍କ ଟିମ୍ ତାକୁ ସେଠାରେ ଛାଡି ଚାଲିଆସିଥିଲେ। ଜଳୁଥିଲା କାଠର ଟୁକୁଡା ସେ ବି ଜଳିଗଲା।
ଏହାପରେ ଲୋକଙ୍କର ତା କଥା ମନେ ପଡ଼ିଲା। ଯାହାକୁ ସେମାନେ ଜଳୁଥିବା ଅବସ୍ଥାରେ ସେଠାରୁ ବାହାର କରିଲେ ଏବଂ ପ୍ରାଣୀଙ୍କ ଡାକ୍ତରଖାନାରେ ତାର ଚିକିତ୍ସା କରାଗଲା। ଏବେ ସେ ପୂର୍ବ ଅପେକ୍ଷା ଭଲ ଅଛି ଏବଂ ତାର ଚର୍ମର ଚିକିତ୍ସା ପାଇଁ ପାଣ୍ଠି ଜୁଟାଇ ଦିଆଯାଉଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।