ଭାରତର ସବୁଠୁ ବିପଦଜ୍ଜନକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ୪୩୦୦ କିଲୋମିଟର ବେଗରେ କରିବ ଆକ୍ରମଣ

ଭାରତ ନିଜର ସବୁଠୁ ବିପଦଜ୍ଜନକ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଲ୍ୟାଣ୍ଡ ଆକ୍ରମଣ ଭର୍ଜନର ସଫଳ ପରୀକ୍ଷଣ କରିଛନ୍ତି | ଏହି ମିସାଇଲର ପରୀକ୍ଷଣ ୨୪ ନଭେମ୍ବର ଅର୍ଥାତ ଆଜି ସକାଳୁ ୧୦ ଘଣ୍ଟା ସମୟରେ ଆଣ୍ଡାମାନ ଏବଂ ନିକୋବର ଦ୍ବୀପ ସମୂହର ଏକ ଅଜ୍ଞାତ ଦ୍ବୀପରୁ କରାଯାଇଛି | ମିସାଇଲ ଦ୍ୱାରା ଏହି ଦ୍ବୀପ ସମୂହର ଅନ୍ୟ ଏକ ନିର୍ଜନ ଦ୍ବୀପ ଉପରେ ଲଗାଯାଇଥିବା ଟାର୍ଗେଟକୁ ଧ୍ୱସ୍ତ କରାଯାଇଥିଲା | ମିସାଇଲ ସ୍ଥିର ସମୟରେ ନିଜର ଟାର୍ଗେଟକୁ ଧ୍ବଂସ କରିପକାଇଥିଲା |

ସୋସିଆଲ ମିଡିଆରେ ଭାରତୀୟ (DRDO)କୁ ଶୁଭେଚ୍ଛାର ଶୁଅ ଛୁଟିଥିଲା | ଲୋକମାନେ DRDOର ରକ୍ଷା ବୈଜ୍ଞାନିକମାନଙ୍କର ସଫଳତାକୁ ପ୍ରଶଂସା କରୁଛନ୍ତି | ଚୀନ ସହିତ ପାଖାପାଖି ୮-୯ ମାସ ହେବ ସୀମା ବିବାଦ ଏବଂ ଉତ୍ତେଜନା ଜନିତ ସଂଘର୍ଷ ମଧ୍ୟରେ ଗତ କିଛିଦିନ ଭିତରେ ଭାରତ ଅନେକ ମିସାଇଲ, ଟାରପୀଡୋ, ଆଣ୍ଟି-ମିସାଇଲ ସିଷ୍ଟମ ଆଦିର ସଫଳ ପରୀକ୍ଷଣ କରିଛନ୍ତି | ଆଜି ହୋଇଥିବା ପରୀକ୍ଷଣର ଲକ୍ଷ୍ୟ ଥିଲା ମିସାଇଲର ରେଞ୍ଜ ବଢାଇବା | ଭୂମୀ ଉପରୁ ଭୂମୀ ଉପରେ ଆକ୍ରମଣ କରୁଥିବା ଏହି ମିସାଇଲର ରେଞ୍ଜକୁ ବଢ଼ାଇ ୪୦୦ କିଲୋମିଟର କରାଯାଇଛି |

ବ୍ରହ୍ମୋସ ମିସାଇଲ ୨୮ ଫୁଟ ଦୀର୍ଘ ଅଟେ | ଏହା ୩୦୦୦ କିଲୋଗ୍ରାମ ଓଜନର ଅଟେ | ଏଥିରେ ୨୦୦ କିଲୋଗ୍ରାମର ପାରମ୍ପାରିକ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ର ଲଗାଯାଇ ପାରିବ | ଏହା ୩୦୦ କିଲୋମିଟରରୁ ୮୦୦ କିଲୋମିଟର ପର୍ଯ୍ୟନ୍ତ ଦୂରରେ ବସି ଶତ୍ରୁ ଉପରେ ଟାର୍ଗେଟ କରି ପାରିବ | ଏହାର ଗତି ଏହାକୁ ସବୁଠୁ ଅଧିକ ଘାତକ ବନାଇଥାଏ | ଏହା ୪୩୦୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଆକ୍ରମଣ କରିଥାଏ | ଅର୍ଥାତ ୧.୨୦ କିଲୋମିଟର ପ୍ରତି ସେକେଣ୍ଡ | ଏହା ଛଡାଯିବା ପରେ ଶତ୍ରୁକୁ ବଞ୍ଚିବା କିମ୍ବା ଆକ୍ରମଣ କରିବା ପାଇଁ ଅବସର ହିଁ ମିଳିନଥାଏ |

ସୂଚନାଯୋଗ୍ୟ ଯେ, ନିକଟରେ ହିଁ ଏକ ଖବର ଆସିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଭାରତର ସବୁଠୁ ବିପଦଜ୍ଜନକ କ୍ଷେପଣାସ୍ତ୍ର ଭିଏତନାମ କିଣିବାକୁ ଚାହୁଁଛି | ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବାଧା ଥିଲା ରୁଷର ସହମତି, କାରଣ ଏହି ମିସାଇଲକୁ ରୁଷ ଏବଂ ଭାରତ ମିଶିକରି ବନାଇଛନ୍ତି | କିନ୍ତୁ ବର୍ତ୍ତମାନ ରୁଷ ଏହି ମିସାଇଲକୁ ରପ୍ତାନୀ କରିବାର ଅନୁମତି ଦେଇ ଦେଇଛି | ବର୍ତ୍ତମାନ ଭାରତର ଏହି ମିସାଇଲ ଭିଏତନାମକୁ ଦିଆଯାଇ ପାରିବ | ଏହାଦ୍ୱାରା ଦକ୍ଷିଣ ଚୀନ ସାଗରରେ ଚୀନକୁ ସତର୍କ ହୋଇ ରହିବାକୁ ପଡିବ |

ବ୍ରହ୍ମୋସର ରପ୍ତାନୀର ଅନୁମତି ଏପରି ସମୟରେ ମିଳିଛି ଯେତେବେଳେ ଚୀନର ପଡୋଶୀ ଦେଶ ଭିଏତନାମ ଭାରତରୁ ଏହି ମିସାଇଲ କିଣିବାର ଇଚ୍ଛା ପ୍ରକଟ କରିଛି | ଭିଏତନାମ ଭାରତରୁ ବ୍ରହ୍ମୋସ ଏବଂ ଆକାଶ ଏୟାର ଡିଫେନ୍ସ ମିସାଇଲ ଗୁଡିକ ନେବାକୁ ଚାହୁଁଛି | ଯଦି ଡିଲ ହୁଏ ତେବେ ଭିଏତନାମ ଏହି ଦୁଇଗୋଟି ମିସାଇଲ ନିଜ ଦେଶର ସୁରକ୍ଷା ପାଇଁ ମୁତୟନ କରିଦେବ | ଏହାଦ୍ୱାରା ଚୀନର ଭୟ ଦକ୍ଷିଣ ଚୀନ ସାଗର ଏବଂ ତା’ର ଆଖପାଖରେ କମ ହୋଇଯିବ | ଏହାଛଡା ଭିଏତନାମ ସହିତ ଭାରତର ସମ୍ବନ୍ଧ ଆହୁରି ଅଧିକ ମଜବୁତ ହୋଇଯିବ |

ଯଦି ଡିଲ ହୁଏ ତେବେ ଭାରତକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚ ଡଲାର ଟଙ୍କାର ରପ୍ତାନୀ କରିବାକୁ ପଡିବ | ବ୍ରହ୍ମୋସର ଏକ ଅଧିକାରୀ ମସ୍କୋରେ କହିଥିଲେ ଯେ ଅନୁମତି ଦେବାର ପଦକ୍ଷେପ ଭାରତ ଏବଂ ରୁଷର ସାମରିକ ସମ୍ପର୍କ ଏବଂ ରକ୍ଷା ସହଯୋଗକୁ ନୂତନ ସ୍ତରକୁ ନେଇଯିବ | ୨୦୧୮ ମସିହାରେ ତତ୍କାଳୀନ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମନ ମଧ୍ୟ କହିଥିଲେ ଯେ ଦୁନିଆର ଅନେକ ଦେଶ ଭାରତର ମିସାଇଲ କିଣିବା ପାଇଁ ଇଚ୍ଚୁକ ଅଛନ୍ତି | ଅନେକ ଦେଶ ଭାରତୀୟ ମିସାଇଲ ଗୁଡିକରେ ନିଜର ରୁଚି ଦେଖାଇଛନ୍ତି | ଏମାନଙ୍କ ମଧ୍ୟରୁ ଭାରତରୁ ଭିଏତନାମ ବ୍ରହ୍ମୋସ କିଣିବାକୁ ଚାହୁଁଛି |

ଚୀନ ଦ୍ୱାରା ଚିନ୍ତିତ ଉପକୂଳବର୍ତ୍ତୀ ଦେଶ ଗୁଡିକ ପାଖାପାଖି ଏକ ଦଶକ ପୂର୍ବରୁ ହିଁ ଭାରତକୁ କହିଥିଲେ ଯେ ସେ ବ୍ରହ୍ମୋସ ମିସାଇଲ ଦିଅନ୍ତୁ | ତେବେ ଚୀନ, ଭାରତର ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ, ମିଆଁମାର ଆଦିକୁ ଅନେକ ପ୍ରକାରର ସମ୍ବେଦନଶୀଳ ଅସ୍ତ୍ରଶସ୍ତ୍ରର ରପ୍ତାନୀ କରି ଭାରତର ସୁରକ୍ଷା ଉପରେ ବିପଦ ସୃଷ୍ଟି କରୁଥିଲା, କିନ୍ତୁ ବର୍ତ୍ତମାନ ଆଉ ଏପରି ହେବ ନାହିଁ |

Leave a Reply

Your email address will not be published. Required fields are marked *