ପୃଥିବୀର ଚାରିପାଖରେ ଆଉ ଏକ “ମିନି ଚାନ୍ଦ” ଖୋଜା ଯାଇଛି | ବିଶେଷ କଥା ଏହା ଅଟେ ଯେ ଏହି ମିନି ଚାନ୍ଦ କିଛି ସପ୍ତାହ ପାଇଁ ପୃଥିବୀର ଚକ୍କର ଲଗାଇବ | ଏହାପରେ ପୁଣିଥରେ ଯେଉଁଠାରୁ ଆସିଥିଲା ସେଠାକୁ ଚାଲିଯିବ | ବୈଜ୍ଞାନିକ ଏହାକୁ ସେପ୍ଟେମ୍ବରକୁ ଆସୁଥିବାର ଦେଖି ନେଇଥିଲେ, କିନ୍ତୁ ୮ ନଭେମ୍ବର ଦିନ ଏହି ପୃଥିବୀ ହିଲ ସ୍ପେୟରରେ ପ୍ରବେଶ କରି ଯାଇଥିଲା | ୧ ଡିସେମ୍ବର ଦିନ ଏହା ପୃଥିବୀର ସବୁଠୁ ନିକଟବର୍ତ୍ତୀ ହେବ | ଆସନ୍ତୁ ଜାଣିବା ଆମ ପୃଥିବୀର ଏହି ନୂତନ ମିନି ଚାନ୍ଦ ରହସ୍ୟ ବିଷୟରେ..
୬ ମିଟରର ଏହି ଅନ୍ତରିକ୍ଷୀୟ ବସ୍ତୁକୁ ପ୍ରଥମଥର ୧୭ ସେପ୍ଟେମ୍ବରକୁ ନଜର ଆସିଥିଲା | ବୈଜ୍ଞାନିକ ଏହାକୁ ପାନୋରାମିକ ସର୍ଭେ ଟେଲିସ୍କୋପ ଏବଂ ରାପିଡ ରେସ୍ପାନ୍ସ ସିଷ୍ଟମ-୧ ଦ୍ୱାରା ଦେଖିଥିଲେ | ସେତେବେଳେ ଏହା ପାଇସେସ ଏବଂ ସେଟସ ନକ୍ଷତ୍ର ଗୁଡିକ ଭିତରେ ଥିଲା | ଏହି ଟେଲିସ୍କୋପ ଯାହାକୁ ଲୋକମାନେ Pan STARRS(Panoramic Survey Telescope and Rapid Response System-1)କହୁଥିଲେ, ତାହା ହାୱାଇର ମାଓଇରେ ରହିଛି |
ମୈସାଚ୍ୟୁସେଟସର କେମ୍ବ୍ରିଜ ସ୍ଥିତ ମାଇନର ପ୍ଲାନେଟ ସେଣ୍ଟର ପ୍ରଥମେ ଏହାକୁ ଏସ୍ଟରଏଡ ଭାବିଥିଲେ | ଏହାର ନାମ ଦିଆଯାଇଥିଲା 2020SO | କିନ୍ତୁ ପରେ ଯେତେବେଳେ ବୈଜ୍ଞାନିକ ଗଣନା କରାଯାଇଥିଲା ସେତେବେଳେ ଜଣାପଡିଥିଲା ଯେ କିଛି ସମୟ ପାଇଁ ପୃଥିବୀ ନିଜ ପାଇଁ ଏକ ମିନି ଚାନ୍ଦ ଆଣୁଛି | କିମ୍ବା ଏପରି କହିବା ଯେ ଏହି ମିନି ଚାନ୍ଦ ପୃଥିବୀ ଆଡକୁ ଆସୁଛି | ୮ ନଭେମ୍ବରକୁ ଏହି ପୃଥିବୀର ହିଲ ସ୍ପେୟର ଅଞ୍ଚଳରେ ପ୍ରବେଶ କରିସାରିଥିଲା |
ହିଲ ସ୍ପେୟର ଅର୍ଥାତ ପୃଥିବୀରୁ ୩୦ ଲକ୍ଷ କିଲୋମିଟର ଦୂରତାରେ | ଏହି ହିଲ ଅଞ୍ଚଳରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କାମ କରିବାକୁ ଲାଗିଥାଏ | ଯାହାଦ୍ୱାରା ଅନ୍ୟ ଗ୍ରହ ଗୁଡିକର ଶକ୍ତି ଦ୍ୱାରା କୁନାସି ବସ୍ତୁ ସେହି ଚାନ୍ଦ ଆଡକୁ ଚାଲିଯାଉ | ବୈଜ୍ଞାନିକ ମାନଙ୍କର ମାନିବା କଥା ଯେ ୧ ଡିସେମ୍ବରକୁ ଏହି ମିନି ଚାନ୍ଦ ପୃଥିବୀର ସବୁଠୁ ନିକଟବର୍ତ୍ତୀ ହେବ | ଅର୍ଥାତ ପୃଥିବୀରୁ ମାତ୍ର ୪୩,୦୦୦ କିଲୋମିଟରର ଦୂରତାରେ ରହିଛି | ବର୍ତ୍ତମାନ ଆପଣଙ୍କୁ କହୁଛୁ ଯେ ଶେଷରେ ଏହି ମିନି ଚାନ୍ଦ ନାମକ ଏହି ଜିନିଷ କଣ ଅଟେ ?
ଯେଉଁ ଜିନିଷକୁ ବୈଜ୍ଞାନିକ ଏସ୍ଟରଏଡ ଭାବୁଥିଲେ ଶେଷରେ ସେ ନିଜର ହିଁ ଏକ ପଠାଇଥିବା ସେଟେଲାଇଟ ପରି ଲାଗୁଥିଲା | ଏହା କୌଣସି ମଜବୁତ ପଥର ନୁହେଁ ବରଂ ଏଲୁମିନିୟମର ଖାଲି ସିଲିଣ୍ଡର ପରି ଆକୃତିର ଅଟେ | ଯାହାକୁ ସୋଲାର ରେଡ଼ିଏସନ ତୀବ୍ରତାର ସହିତ ପୃଥିବୀ ଆଡକୁ ପଠାଉଛି | ଏହି କଥାର ପୁଷ୍ଟି କରିବା ପାଇଁ ବୈଜ୍ଞାନିକମାନେ ୧୭୦ଥର ଏହି ବସ୍ତୁର ଭିନ୍ନ ଭିନ୍ନ ସ୍ଥାନରୁ ନିରୀକ୍ଷଣ କରିଥିଲେ | ସେତେବେଳେ ଏହା ଜଣାପଡିଥିଲା ଯେ ଏହି ସର୍ଭେୟର ଲୁନର ଲ୍ୟାଣ୍ଡରର ଅଂଶ ଅଟେ |
ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା-ଜେପୀଏଲର ଡେବିଡ ଫାର୍ନୋଚିୟା କହିଥିଲେ ଯେ ଯେତେବେଳେ ଆମେ ଏହି ବସ୍ତୁର ଆକାର ଏବଂ ଓଜନ ବିଷୟରେ ଅଧ୍ୟୟନ କରିଲୁ ଏପରି ଲାଗିଲା ଯେ ଆମ ଦ୍ୱାରା ହିଁ ନିର୍ମିତ କୌଣସି ଏକ ସେଟେଲାଇଟ ଅଟେ | ଏହା ବହୁତ ଛୋଟ, ହାଲୁକା ଏବଂ କମ ଘନତ୍ଵ ଥିବା ବସ୍ତୁ ଅଟେ | ଏପରି କୁହାଯାଉଛି ଯେ ୧୯୬୦ରୁ ୭୦ ମଧ୍ୟରେ ନାସା ଦ୍ୱାରା ପଠାଯାଇଥିବା ସର୍ଭେୟର ଲୁନାର ଲ୍ୟାଣ୍ଡରର ଆପୋଲୋ ରକେଟର ବୁଷ୍ଟର ପରି ଲାଗୁଛି | କାରଣ ଏହା ଉପରେ ଟାଇଟେନିୟମ ଡାଇଆକ୍ସାଇଡର ପେଣ୍ଟ ଲାଗି ରହିଛି | ଏହି କଥା ତା’ର ସ୍ପେକ୍ଟ୍ରୋସ୍କୋପିକ ଏନାଲିସିସରୁ ଜଣାପଡିଲା |
୧୯୬୬ ବର୍ଷରେ ନାସା ଚନ୍ଦ୍ର ପାଇଁ ସର୍ଭେୟର-୨ ନାମକ ସେଟେଲାଇଟ ଆପୋଲୋ ରକେଟ ଦ୍ୱାରା ପଠାଇଥିଲା | ଯାହା ବିଫଳ ହୋଇଯାଇଥିଲା | କାରଣ ପୃଥିବୀ ଆଡକୁ ଆସୁଥିବା ଏହି ବସ୍ତୁର ରାସ୍ତା ସେହିଠାରେ ରହିଛି ଯେଉଁ ରାସ୍ତାରେ ସର୍ଭେୟର-୨ ମିଶନ ନଷ୍ଟ ହୋଇଯାଇଥିଲା | ଏହା ଖରାପ ବୁଷ୍ଟର କାରଣରୁ ବିଫଳ ହୋଇଥିଲା | ବୁଷ୍ଟର ଅର୍ଥାତ ରକେଟର ସେହି ଅଂଶ ଯେଉଁଥିରେ ଇନ୍ଧନ ଭରି ରହିଥାଏ ଏବଂ ଏହା ରକେଟ ଓ ସେଟେଲାଇଟକୁ ଆଗ ଆଡକୁ ନେଇକରି ଯାଇଥାଏ |
ସର୍ଭେୟର-୨ ମିଶନରେ ରକେଟର ବୁଷ୍ଟର ଖରାପ ହେବା ଦ୍ୱାରା ସମ୍ପୂର୍ଣ୍ଣ ମିଶନ ୨୩ ସେପ୍ଟେମ୍ବର ୧୯୬୬କୁ ଚନ୍ଦ୍ରର କପରନିକସ କ୍ରେଟର ସହିତ ବାଡେଇ ଯାଇଥିଲା କିନ୍ତୁ ଏହାର ଠିକ ପୂର୍ବରୁ ରକେଟର ଉପର ଷ୍ଟେଜ ଦ ସେଣ୍ଟୋର ସୂର୍ଯ୍ୟର କକ୍ଷରେ ବିଲୀନ ହୋଇଯାଇଥିଲା | ବର୍ତ୍ତମାନ ଏହା ବୁଲୁଥିବା ଅବସ୍ଥାରେ ପୃଥିବୀ ଆଡକୁ ଆସୁଛି | ଯାହା ୧ ଡିସେମ୍ବରରୁ ଆସନ୍ତା କିଛି ସପ୍ତାହ ପାଇଁ ପୃଥୁବୀର ଚକ୍କର ଲଗାଇବ | ଏହାପରେ ଆସନ୍ତା ବର୍ଷ ପୁଣିଥରେ ସୂର୍ଯ୍ୟର କକ୍ଷକୁ ଅର୍ଥାତ ଅନ୍ତରୀକ୍ଷକୁ ଫେରିଯିବ |
ବୈଜ୍ଞାନିକ ମାନଙ୍କର ଗଣନା ଅନୁସାରେ ଦ ସେଣ୍ଟୋର ୧ ଡିସେମ୍ବର ଦିନ ସକାଳ ୩.୫୭ ସମୟରେ ପୃଥିବୀର ପାର୍ଶ୍ଵ ଦେଇ ଯିବ | ଅର୍ଥାତ ଭାରତୀୟ ସମୟ ଅନୁସାରେ ଦ୍ବିପ୍ରହର ୨.୨୭ ସମୟରେ ଏହା ପୃଥିବୀର ପାର୍ଶ୍ୱ ଦେଇ ଗତି କରିବ | ସେତେବେଳେ ଏହାର ଦୂରତା ପୃଥୁବୀ ଠାରୁ ପ୍ରାୟ ୪୩ ହଜାର କିଲୋମିଟର ରହିବ | ଅର୍ଥାତ ଆମର ଜିୟୋସିନକ୍ରୋନସ ଅର୍ବିଟ ଠାରୁ ମାତ୍ର ୮୦୦୦ କିଲୋମିଟର ଦୂରତାରେ ରହିବ | ଆମେରିକାର ଲୋକମାନେ ଏହାକୁ ସକାଳର ଆଲୋକ ହେବା ପୂର୍ବରୁ ଦେଖି ପାରିବେ |
ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ଏହା ଦୃଶ୍ୟମାନ ହେବ ନାହିଁ | ଏହାପରେ ପୃଥିବୀ ପାଖରେ ୭୪ ବର୍ଷ ପରେ ଅର୍ଥାତ ୨୦୭୪ ବର୍ଷରେ ପୁଣିଥରେ ଆସିବ | ସେତେବେଳେ ଏହି ପୃଥିବୀ ପ୍ରାୟ ୧୪.୯୬ ଲକ୍ଷ କିଲୋମିଟର ଦୂରରେ ଯିବ | ଏହାର ପୃଥିବୀ ପାଖରେ ଦେଇ ଗତି କରିବାରେ କୌଣସି ପ୍ରକାରର ବିପଦ ନାହିଁ | ସୂଚନାଯୋଗ୍ୟ ଯେ ୧୯୬୦ରୁ ୭୦ ମଧ୍ୟରେ ଆମେରିକା ଏବଂ ସୋଭିଏତ ସଂଘ ମଧ୍ୟରେ ଅନ୍ତରୀକ୍ଷ ଏବଂ ଚନ୍ଦ୍ରରେ ପହଞ୍ଚିବାର ହୋଡ ଲାଗିଥିଲା | ସେହି ସମୟରେ ଅନେକ ମିଶନରେ ଅସଫଳ ମଧ୍ୟ ହୋଇଥିଲା |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।