ଘରର ମୁଖ୍ୟ ଦ୍ବାରରେ ବନାନ୍ତୁ ଏହି ଚିହ୍ନ, ବରଷିବ ମା ଲକ୍ଷ୍ମୀଙ୍କର କୃପା, କିନ୍ତୁ ଏ ଭୁଲ କରନ୍ତୁ ନାହିଁ ନହେଲେ ହୋଇଯିବ ସର୍ବନାଶ

କେତେ ଥର ଆମେ ମୁଖ୍ୟ ଦ୍ବାରରେ କୌଣସି ଏମିତି ଏକ ନାଁ ଲେଖି ଦେଇଥାଉ ବା କୌଣସି ଏମିିତି ଏକ ଚିତ୍ର ଲଗେଇ ଦେଇଥାଉ ଯାହା ଅଶୁଭ ହୋଇଥାଏ। କିମ୍ବା ମୁଖ୍ୟ ଦ୍ବାରରେ ଏମିତି ଏକ କୌଣସି ଜିନିଷ ରଖି ଦେଇଥାଉ ଯାହା ଦ୍ବାରା ବାସ୍ତୁ ଦୋସ ଉତ୍ପନ ହୋଇଥାଏ ଏବଂ ଘରେ ନକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ। ଯଦି ଆପଣ ବସ୍ତୁର ଠିକ ନିୟମ ପାଳନ କରିଥାନ୍ତି ତେବେ ଆପଣଙ୍କର ସୁଖରେ ସମୃଦ୍ଧି ହୋଇଥାଏ।

ଯେମିତିକି ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଘରର ପ୍ରତ୍ୟକ ଦ୍ବାରା ସବୁ ପ୍ରକାରର ଉର୍ଜା ଉତ୍ପନ ଦ୍ବାରା ହୋଇଥାଏ। ଏଥିପାଇଁ ଏହାର ଖାସ ଧ୍ୟାନ ରଖିବା ନିହାତି ଆବଶ୍ୟକ ଅଟେ। ଆମକୁ ଚେଷ୍ଟା କରିବାକୁ ପଡିବ କି କୌଣସି ଦ୍ବାରା ଦେଇ ସକରାତ୍ମକ ଉର୍ଜା ପ୍ରବେଶ କରିବ ଏବଂ କେଉଁ ଦ୍ବାର ଦେଇ ନକାରାତ୍ମକ ଉର୍ଜା ଦୂରକୁ ଚାଲିଯିବ। ଏଥିପାଇଁ ଏ ସବୁ ନିୟମ ଯାଣିବା ଆବଶ୍ୟକ | ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କିଛି ଏପରି ନିୟମ।

ବାସ୍ତୁ ଅନୁସାରେ ଘରର ଦ୍ବାରର ସଂଖ୍ୟା ବିଷମ ନହେବା ଦରକାର କବାଟ ସବୁବେଳେ ସମାନ ସଂଖ୍ୟା ହେବା ଜରୁରୀ। ଅର୍ଥାତ ଘରେ ୨ , ୪ , ୬ , ୮ , ୧୦ ସଂଖ୍ୟାର ଦ୍ବାରା ରହିବା ଆବଶ୍ୟକ। ନହେଲେ ଘରେ ବାସ୍ତୁ ଦୋଷ ଆରମ୍ଭ ହୋଇଥାଏ। ଘରର କବାଟ ସଂଖ୍ୟା ଯଦି ୩,୫,୭,୯ ହୋଇଥାଏ ତେବେ ଘରେ ନାକରତ୍ମକ ଉର୍ଜା ଉତ୍ପନ ହୋଇଥାଏ। ଯଦି ଏମିିତି ହେଲା ତେବେ ଘରେ କଳି ଆରମ୍ଭ ହୋଇଥାଏ।

ବାସ୍ତୁ ଅନୁସାରେ କୌଣସି କାଚ ଜିନିଷରେ ଜଦି ପାଣି ସହ ଫୁଲ ରଖି ତାକୁ ଘରର ଦୂଆର ମୁହଁରେ ରଖାଯାଏ ତେବେ ଏହାକୁ ବହୁତ ଶୁଭ ମନା ଯାଇଥାଏ ଧ୍ୟାନ ରଖିବେ ଯେମିତି ପାଣି ଫୁଲ ଦ୍ବାରା ଖରାପ ନହୁଏ ସମୟ ସମୟରେ ପାଣି ବଦାଳାଉ ଥିବେ।

ଓସ୍ତ,ଅଶୋକ ଏବଂ ଆମ୍ବ ପତ୍ର ଘରୁ ନାକାରତ୍ମକ ଉର୍ଜାକୁ ଘରୁ ଦୂରେଇ ରଖିଥାଏ। ଏଥିପାଇଁ ଏହି ପତ୍ରର ଗୋଟିଏ ମାଳ କରି ଘରର ମୁଖ୍ୟ ଦୂଆର ମୁହଁରେ ଟାଙ୍ଗି ଦିଅନ୍ତୁ। ଯେତେବେଳେ ଏହି ପତ୍ର ଶୁଖି ଯାଏ ସେତେବେଳେ ସେହି ପତ୍ରକୁ ବଦଳେଇ ଦଅନ୍ତୁ।

କେତେକ ଲୋକ ଅଛନ୍ତି ଘରର ମୁଖ୍ୟ ଦୂଆର ମୁୁହଁରେ ମା ଲକ୍ଷ୍ମୀଙ୍କର ସ୍ଟିକର ଲଗାଇଥାନ୍ତି କିନ୍ତୁ ଏହି ସ୍ଟିକର ପାଇଁ ବହୁତ ଖରାପ ହୋଇଥାଏ। ଯଦି ଆପଣ ଏହି ସ୍ଟିକର ନିଜର ଘରର ମୁଖ୍ୟ ଦ୍ବାରରେ ଲଗେଇବେ ତେବେ କେବେ ନା କେବେ କୌଣସି ଲୋକର ପାଦ ସେହି ସ୍ଟିକର ଉପରେ ପଡିବ ଯେଉଁଥିରେ ମା ଲକ୍ଷ୍ମୀ ରାଗିଯାନ୍ତି । କୌଣସି ପ୍ରକାରରେ ସେହି ସ୍ଟିକରରେ ପାଣି ପଡି ନଷ୍ଟ ହୋଇ ମା ଲକ୍ଷ୍ମୀଙ୍କର ଫଟୋ ବିକୃତ ଦେଖିବାକୁ ଲାଗିଥାଏ। ଯେଉଁଥିରେ ଘରେ ନାକରତ୍ମକ ଉର୍ଜା ଉତ୍ପନ ହୋଇଥାଏ ଏଥିପାଇଁ ଏଭଳି ଫଟୋ ଘରେ ଲଗାନ୍ତୁ ନାହିଁ।

ବାସ୍ତୁଶାସ୍ତ୍ର ଅନୁସାରେ ଘର ଆଗରେ ସ୍ୱସ୍ତିକ ଚିହ୍ନ ବହୁତ ଶୁଭ ଅଟେ। ଏଥିରେ ଆପଣଙ୍କର ସୁଖରେ ସମୃଦ୍ଧି ହୋଇଥାଏ। ଏହା ସହିତ ଘରେ ରହୁଥିବା ଲୋକ ସବୁବେଳେ ରୋଗରୁ ମୁକ୍ତ ରହିବେ। କେବେବି ଦୁଃଖ ଆସି ନଥାଏ।

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ସବୁବେଳ ପାଇଁ ବଡ ହେବା ଦରକାର ଏବଂ ଏହା କାଠରେ ହୋଇଥିବା ଦରକାର। ଯଦି ଏହା ଚନ୍ଦନ କାଠରେ ତିଆରି ହୋଇଥାଏ ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଘରର ମୁଖ୍ୟ ଦ୍ବାରରେ ଯେତେ କମ ଧାତୁ ପ୍ରୟୋଗ କରାଯାଇଥାଏ ସେତେ ଶୁଖ ସମୃଦ୍ଧି ମିଳିଥାଏ।

ଭଗବାନ ଗଣେଶଙ୍କର ମୂର୍ତ୍ତୀ ଘରର ମୁଖ୍ୟ ଦ୍ବାରରେ ଲଗେଇବା ନିହାତି ଆବଶ୍ୟକ। ଧ୍ୟାନ ରଖିବେ ଯେମିତିକି ଏହି ଫଟୋର କୌଣସି କ୍ଷତି ଯେମିତି ନହୁଏ ସେଥିପାଇଁ ଏହାକୁ କାଚ ଫ୍ରେମରେ ବନ୍ଦି କରି ଲଗାନ୍ତୁ। ଯେଉଁଥିରେ ଘରେ ସୁଖ, ଶାନ୍ତି ଏବଂ ଧନ ଦୌଲତର କମି ରହିବ ନାହିଁ।

ଘରର ମୁଖ୍ୟ ଦ୍ବାରରେ ଶୁଭ ଏବଂ ଲାଭର ଚିହ୍ନ ଅବଶ୍ୟ ଲଗାନ୍ତୁ କୁହାଯାଏ କି ଶୁଭ ଏବଂ ଲାଭ ଗଣେଶଙ୍କର ପୁତ୍ର ଅଟନ୍ତି। ଏହା କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ଲାଗିରହିଥାଏ।

ପଞ୍ଚମୁଖୀ ହନୁମାନ-ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ବାର ଦକ୍ଷିଣ ଦିଗ ଆଡକୁ ହୋଇଥାଏ ତେବେ ଏହାକୁ ଅଶୁଭ ମନାଯାଇଥାଏ। ଏଥିରେ ବାସ୍ତୁ ଦୋଷ ନିର୍ମାଣ ହୋଇଥାଏ। ଏହି ଦୋଷରୁ ବଞ୍ଚିବା ପାଇ ପଞ୍ଚମୁଖୀ ହନୁମାନଙ୍କ ଫଟୋ ସେହି ଦ୍ବାରରେ ଲଗାନ୍ତୁ। ଏଥିରେ ବାସ୍ତୁ ଦୋଷ କମ ହୋଇଥାଏ। ଘରେ ଶାନ୍ତି ରହିଥାଏ।

କଳା ରଙ୍ଗ – ଯଦି ଆପଣଙ୍କ ମୁଖ୍ୟ ଦ୍ବାର କଳା ରଙ୍ଗର ହୋଇଥାଏ ତେବେ ଏହାକୁ ଅଶୁଭ ମନାଯାଇଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ବାରରେ କଳା ରଙ୍ଗର ପ୍ରୟୋଗ କରନ୍ତୁ ନାହିଁ। ମୁଖ୍ୟ କବାଟ ଭିତର ପଟୁ ଖୋଲୁଥିବା ଦରକାର। ଯଦି ଏହା ବାହର ପଟକୁ ରହିଥାଏ ତେବେ ଆପଣଙ୍କ ଘରର ସବୁ ସୁଖ ,ଶାନ୍ତି ଚାଲି ଯାଉଛି। ଏଥିପାଇଁ ସବୁବେଳ ପାଇଁ

ଘରର ମୁଖ୍ୟ ଦ୍ବାର ଭିତର ପଟକୁ ରଖନ୍ତୁ ଯେମିତି ଶବ୍ଦ ନ ହୁଏ। ଘରର କବାଟରୁ କେବେ ବି କୌଣସି ଶବ୍ଦ ନ ଶୁଭିବା ଆବଶ୍ୟକ ଏହା ଦ୍ବାରା ଘରେ ଅଶୁଭ ହୋଇଥାଏ।

ଘର ଆଗରେ ନେମ ପ୍ଲେଟ ରଖିବା ବହୁତ ଶୁଭ ଅଟେ। ଧ୍ୟାନ ରଖିବେ ଯେମିତି ମଝିରେ ମଝିରେ ଏହାକୁ ସଫା ରଖୁଥିବେ। ଯେମିତି ନେମ ପ୍ଲେଟରେ ଲେଖା ଥିବା ନାମ ସ୍ପଷ୍ଟ ଦଖାଯାଉଥିବ। କାରଣ ଯଦି ସେହି ନେମ ପ୍ଲେଟରେ ଧୂଳି ଯମା ହୋଇଥାଏ ତେବେ ସେହି ଲୋକ ଉପରେ ଖରାପ ପ୍ରଭାବ ପଡିଥାଏ।

ଘରର ମୁଖ୍ୟ ଦ୍ବାରରେ ସବୁବେଳେ ପାପୋଛ ରଖିଥିବେ ଯାହା ଦ୍ବାରା ବାହାରୁ ଆସିଥିବା ଲୋକର ପାଦରେ ଥିବା ଧୂଳି ସଫା ହୋଇ ଘରେ ପ୍ରବେଶ କରିବେ। ବାହାର ଲୋକ ଯେତେବେଳେ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି ତେବେ ସେମାନେ ନିଜର ପାଦରେ ବାହର ଅପରିସ୍କାର ଘରକୁ ନେଇ ଆସିଥାନ୍ତି ଏହା ସହିତ ଆପଣଙ୍କର ଘରେ ନାକାରତ୍ମକ ଉର୍ଜା ଉତ୍ପନ ହୋଇଥାଏ। ଯଦି ଆପଣଙ୍କ ଘରକୁ କିଏ ଆସୁଛନ୍ତି ତେବେ ତାଙ୍କ ପାଦ ଧୋଇ ଘରେ ପ୍ରବେଶ କରାନ୍ତୁ।

Leave a Reply

Your email address will not be published. Required fields are marked *