ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ରାଜ୍ୟରେ କୋରୋନା ଭାଇରସର ସ୍ଥିତିକୁ ଦେଖି ସୋମବାରକୁ ବନ ନିସ୍ପତି ନେଇଛନ୍ତି। ଏହି ଅନୁସାରେ ଏବେ ନୂଆ ଦିଲ୍ଲୀ, ରାଜସ୍ତାନ, ଗୁଜୁରାଟ ଏବଂ ଗୋଆ, ଏହି ଚାରି ରାଜ୍ୟରୁ ମହାରାଷ୍ଟ୍ରକୁ ଆସୁଥିବା ଲୋକ ରାଜ୍ୟରେ ପ୍ରବେଶ ପାଇଁ କୋଭିଡ -19 ର ନେଗେଟିଭ ରିର୍ପୋଟ ଦେଖେଇବାକୁ ପଡିବ। ନେଗେଟିଭ ରିର୍ପୋଟ ବିନା ରାଜ୍ୟରେ ପ୍ରବେଶ ହୋଇପାରିବ ନାହିଁ। ଯେଉଁ ଲୋକଙ୍କ ପାଖରେ ପ୍ରଦେଶର ପ୍ରବେଶ ସମୟରେ ନେଗେଟିଭ ରିର୍ପୋଟ ଉପଲବ୍ଧ ହେବ ନାହିଁ,ଏହା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି।
ରାଜ୍ୟ ସରକାରଙ୍କ ଦ୍ବାରା ଜାରୀ ଆଦେଶରେ କୁହାଯାଇଛି କି ଦିଲ୍ଲୀ,ରାଜସ୍ତାନ,ଗୁଜୁରାଟ,ଗୋଆରୁ ଆସୁଥିବା ଲୋକମାନଙ୍କର କୋଭିଡ-19 ଲକ୍ଷଣ ପାଇଁ ଜାଞ୍ଚ କରିବ ଏବଂ ଯେଉଁମାନଙ୍କ ପାଖରେ ଲକ୍ଷଣ ନଥିବା କେବଳ ତାଙ୍କୁ ହିଁ ପ୍ରବେଶର ଅନୁମତି ଦିଆଯିବ। ରାଜ୍ୟ ସରକାର କହିଛନ୍ତି କି ନେଗେଟିଭ ରିର୍ପୋଟ ସହିତ ମହାରାଷ୍ଟ୍ର ଆସୁଥିବା ସବୁ ଲୋକମାନଙ୍କର କୋଭିଡ-19 କୁ ନେଇ ନିର୍ଧାରିତ ହୋଇଥିବା ସବୁ ନିର୍ଦେଶର ପାଳନ କରିବାକୁ ପଡିବ। ମାସ୍କ ନପିନ୍ଧିଲେ ଧରାପଡିଲେ ଜୋରିମନା ଦେବାକୁ ପଡିବ। ଏହାପରେ ରାଜ୍ୟ ସରକାର ଦିଲ୍ଲୀରୁ ଆସୁଥିବା ଟ୍ରେନ ଏବଂ ଉଡାଜାହଜ ଉପରେ ପ୍ରତିବନ୍ଧ ଲଗେଇବାର ବିଚାର କରୁଛନ୍ତି।
ଆଉ ଏକ ଲକଡାଉନର ବ୍ୟବସ୍ଥା କରୁଛନ୍ତି ଠାକରେ ସରକାର:
ଦିଲ୍ଲୀ ସହିତ ଚାରି ରାଜ୍ୟରୁ ମହାରାଷ୍ଟ୍ର ଆସୁଥିବା ଲୋକମାନଙ୍କ ପାଇଁ କୋରୋନା ନେଗେଟିଭ ରିର୍ପୋଟ ଲଗେଇବା ନିସ୍ପତି ସହିତ ରାଜ୍ୟ ସରକାର ଆଉ ଏକ ଲକଡାଉନ ଲକଗେଇବାର ବିଚାର କରୁଛନ୍ତି। ରାଜ୍ୟର ରାହତ ଏବଂ ପୁନର୍ବାସ ମନ୍ତ୍ରୀ ବିଜୟ ବଡେତିବାର ସୋମବାରକୁ କହିଛନ୍ତି କି ସରକାର ଆସୁଥିବା ଆଠ ଦିନ ମଧ୍ୟରେ ଏହି ଘଟଣାର ନିସ୍ପତି ନେବେ କି କୋରୋନା ବଢିବା ମାମଲାରେ ରୋକ ଲଗେଇବା ପାଇଁ ପ୍ରତିବନ୍ଧକ ଲଗାଇବା ଯିବ କିମ୍ବା ପୂର୍ଣ୍ଣ ଲକଡାଉନ କରାଯିବ।
8-10 ଦିନ ଭିତରେ ହୋଇଯିବ ଲକଡାଉନ ଉପରେ ନିସ୍ପତି:
ସେ କହିଛନ୍ତି ଲୋକମାନଙ୍କ ଜୀବନ ବଞ୍ଚେଇବା ପାଇଁ ଏ ପ୍ରକାରର ନିର୍ଣ୍ଣୟ ନେବାକୁ ପଡିବ। ମନ୍ତ୍ରୀ କହିଛନ୍ତି କି , ଯଦି ଦରକାର ପଡେ ତେବେ ସମ୍ପୁର୍ଣ୍ଣ ଅଧୟନ ପରେ ଆସୁଥିବା ୧୦ ଦିନ ଭିତରେ ଏହି ନିସ୍ପତି ନିଆଯିବ କି କିଛି ପ୍ରବନ୍ଧ ଲଗାଇବା ଦ୍ବାରା ନିୟର୍ତ୍ତଣ କରାଯାଇ ପାରିବ କି ସମ୍ପୁର୍ଣ୍ଣ ପୁଣିଥରେ ଲକଡାଉନ କରିବାକୁ ପଡିବ। ଏହା ପୂର୍ବରୁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପବାର ମଧ୍ୟ ରବିବାରକୁ କହିଥିଲେ କି ରାଜ୍ୟରେ ଲକଡାଉନ ଲାଗିବ କି ନାହିଁ ଏହା ଉପରେ ଆସୁଥିବା ଆଠ ରୁ ଦଶ ଦିନ ମଧ୍ୟରେ ନିସ୍ପତି ନିଆଯିବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।