ମୁମ୍ବାଇ ; ସୋମବାରକୁ ତାମିଲ ଆକ୍ଟର ଏବଂ କମେଡିଆନ ଥାବସୀ ଙ୍କର ନିଧନ। ସେ କ୍ୟାନସରରେ ପିଡିତ ଥିଲେ ମଦୁରୈ ହସ୍ପିଟାଲରେ କ୍ୟାନସର ସହ ଯୁଦ୍ଧ କରୁଥିଲେ। କିନ୍ତୁ ୬୦ ବର୍ଷ ବୟସରେ ସେ କ୍ୟାନସରର ଯୁଦ୍ଧ ହାରି ଯାଇଛିଲେ ଏବଂ ଦୁନିଆ ଛାଡି ଚାଲିଗଲେ। ସୋମବାର ରାତି ୮ଟା ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ସର୍ବନନ ମଲ୍ଟିସ୍ପେଶାଲିଟ ହସ୍ପିଟାଲରେ ଏମଡି ଡକ୍ଟର ପି ସର୍ବନନ ଦେଇଛନ୍ତି।
ଡକ୍ଟର ସର୍ବନନ ଟ୍ବିଟ କରି ଏକ ଆକ୍ଟରଙ୍କର ନିଧନରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସେ ଲେଖିଛନ୍ତି କି ଆକ୍ଟର ଥବାସୀ ଙ୍କର ଖାଇବା ନଳୀରେ କ୍ୟାନସର ହୋଇଥିଲା। ସେ ନଭେମ୍ବର ୧୧ ରେ ବହୁତ ଗଭୀର ଅବସ୍ଥାରେ ସର୍ବନନ ହସ୍ପିଟାଲରେ ଭର୍ତୀ କରାଯାଇଥିଲା। ନଭେମ୍ବର ୨୩କୁ ତାଙ୍କୁ ଏର୍ମଜେନ୍ସି ଓ୍ବାର୍ଡକୁ ସିଫ୍ଟ କରାଯାଇଥିଲା। ନିଶ୍ବାସ ବନ୍ଦ ହୋଇଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ମୋ ତରଫରୁ ତାଙ୍କ ବନ୍ଧୁବାନ୍ଧବ , ଫ୍ୟାନସ୍ ମାନଙ୍କୁ ସାନତ୍ବନା ଦେଉଛି।
ଏହି ସମୟରେ ଦିବଙ୍ଗତ ଆକ୍ଟର ଏକ ଭିଡିଓରେ ସାଉଥ ଫିଲ୍ମ ଆକ୍ଟର ମାନଙ୍କୁ ସାହାର୍ଯ୍ୟ ମାଗିଥିଲେ। ଭିଡିଓରେ ସେ ବହୁତ କମଜୋର ଦିସୁଥିଲେ ଏବଂ ତାଙ୍କୁ ଚିହ୍ନି ମଧ୍ୟ ହେଉନଥିଲା। ରୋଗ ପାଇଁ ସେ ହାଡ ପିଞ୍ଜରା ପରି ହୋଇଯାଇଥିଲେ।
ଭିଡିଓରେ ଥାବସୀ ନିଜର ଫ୍ୟାନସ୍ ମାନଙ୍କୁ ସାହାର୍ଯ୍ୟ ମାଗି କହିଥିଲେ ମୋର ଫିଲ୍ମରେ ୩୦ ବର୍ଷରୁ ଅଧିକ କାରିଅର ଅଟେ। ମୁଁ କିଜହକ୍କୁ ଚିମାଇଲେ ଠାରୁ ଅନାଥ ପର୍ଯ୍ୟନ୍ତ ଫିଲ୍ମରେ କାମ କରିଛି। କେବେବି ମୁଁ ଭାବି ନଥିଲି କି ମୁଁ ଏହି ରୋଗର ଶୀକାର ହେବି ବୋଲି। ମୁଁ କିଛିବି କରିବାର ଅବସ୍ଥାରେ ନାହିଁ। ମୁଁ ଠିକରେ କଥା ମଧ୍ୟ କହି ପାରୁନି।
ସୋଶିଆଲ ମିଡିଆରେ ଥାବସୀଙ୍କର ଏହି ଭିଡିଓ ତିବ୍ରରେ ଭାଇରାଲ ହୋଇଥିଲା। ତାଙ୍କର ଫ୍ୟାନସ୍ ଭିଡିଓ କମେଣ୍ଟ କରିଥିଲେ। ଏହା ସହିତ ତାଙ୍କର ଜଲଦି ଠିକ ହେବାର କାମନା ଏବଂ ସାହାର୍ଯ୍ୟର ଭରଷା ଦେଇଥିଲେ।
ଥାବସୀଙ୍କ ପୁଅ ମଧ୍ୟ ସୋଶିଆଲ ମିଡିଆରେ ବାପାଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟ ମାଗିଥିଲେ। ସେ ଟ୍ବିଟର ରେ ନିଜର ବାପାଙ୍କ ସହ ଫଟୋ ଶେୟାର କରି ସାହାର୍ଯ୍ୟ ମାଗିଥିଲେ।
କହିଦେଉଛୁ କି ଥାବସୀ ସାଉଥର କେତେକ ଫିଲ୍ମରେ କାମ କରିଛନ୍ତି। ସେ ‘ କିଝାକ୍କୁ ଚିମାଇଲେ, ରଜନୀ ମୁରୂଗନ, ଅଝଗରସମିୟିନ କୁଥିରାଈ ପରି ଫିଲ୍ମରେ କାମ କରିଛନ୍ତି। ଏହା ସହିତ ସେ କେତେକ ଟିଭି ସିରଏଲରେ କାମ କରିଛନ୍ତି।