ନିଜକୁ ୮୦ ବର୍ଷର ବୃଦ୍ଧ ଏବଂ ୨୦୧୩ରୁ ଜେଲରେ ବନ୍ଦ ରହିବାରୁ ମୁକ୍ତି ଦେଉଥିବା ଯୋଧପୁର ଜେଲ୍(jodhpur jail) ରେ ବନ୍ଦ ଆସାରାମ ବାପୁଙ୍କ ଦରଖାସ୍ତକୁ ଅଦାଲତ(jodhpur court) ସ୍ଵୀକାର କରି ନେଇଛନ୍ତି। ଅଦାଲତ ଏବେ ଜାନୁଆରୀର ତୃତୀୟ ସପ୍ତାହରେ ଆସାରାମ ବାପୁଙ୍କ ଅପିଲର ଶୁଣାଣି କରିବେ।
ଯୋଧପୁର। ପୂର୍ବ ୭ବର୍ଷରୁ ରାଜସ୍ଥାନର ଯୋଧପୁର ରେ ବନ୍ଦ ଆସାରାମ ନିଜକୁ ୮୦ ବର୍ଷର ବୃଦ୍ଧ ଏବଂ ୨୦୧୩ ରୁ ଜେଲରେ ରହିବାର କାଗଜପତ୍ର ଦେବା ସମୟରେ ଅଦାଲତରୁ ଶୀଘ୍ର ଶୁଣାଣି ପାଇଁ ଦରଖାସ୍ତ ଦେଇଥିଲେ। ରାଜସ୍ଥାନ ହାଇକୋର୍ଟ ସୋମବାର ଦିନ ଆସାରାମଙ୍କ ଏହି ଦରଖାସ୍ତକୁ ସ୍ଵୀକାର କରି ନେଇଥିଲେ। ହାଇକୋର୍ଟର ବିଚାରପତି ସନ୍ଦୀପ ମେହେତା ଏବଂ ବିଚାରପତି ରାମେଶ୍ବର ଲାଲ ବ୍ୟାସଙ୍କ ଅଦାଲତ ଆସାରାମଙ୍କ ଦରଖାସ୍ତ ଅଦାଲତ ସ୍ଵୀକାର କରିବାବେଳେ ଜାନୁଆରୀ ମାସର ତୃତୀୟ ସପ୍ତାହରେ ଶୁଣାଣି ପାଇଁ ସମୟ ଦେଇଥିଲେ। ବଳିଷ୍ଠ ଓକିଲ ଜଗମାଲ ଚୌଧୁରୀ ଏବଂ। ଓକିଲ ପ୍ରଦୀପ ଚୌଧୁରୀ ଆସାରାମଙ୍କ ଏହି ଦରଖାସ୍ତକୁ ଅଦାଲତରେ ଦାଖଲ କରିଥିଲେ।
୭ ବର୍ଷରୁ ହାଜତରେ ବନ୍ଦ ଆସାରାମଙ୍କୁ ମିଳିନଥିଲା ଜାମିନ
ଆସାରାମଙ୍କୁ ଯୌନ ସମ୍ବନ୍ଧୀୟ ମାମଲାରେ ପୂର୍ବ ୭ ବର୍ଷରୁ ହାଜତରେ ବନ୍ଦୀ କରାଯାଇଛି। ୧ ସେପ୍ଟେମ୍ବର ୨୦୧୩ ରେ ରାଜସ୍ଥାନ ପୋଲିସମାନେ ମଧ୍ୟପ୍ରଦେଶର ଛିନ୍ଦବାଡା ଆଶ୍ରମରୁ ଗିରଫ କରି ଯୋଧପୁର ଆସିଥିଲେ। ସେହିଦିନ ଠାରୁ ଆସାରାମ ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ହୋଇ ଅଛନ୍ତି କିନ୍ତୁ ପୂର୍ବ ୭ ବର୍ଷରେ ଆସାରାମଙ୍କୁ ଅଧିନସ୍ତ ନ୍ୟାୟାଳୟ ଠାରୁ ନେଇ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଅପିଲ କରିବା ପରେ ବି ଜାମିନ ମିଳିଲା ନାହିଁ।
୨ ବର୍ଷ ପୂର୍ବରୁ ଶୁଣା ଯାଇଥିଲା ଆଜୀବନ ସଜ୍ଜା
ଯୌନ ସମ୍ବନ୍ଧୀୟ ମାମଲାରେ ପାଖାପାଖି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବହୁତ ଚେଷ୍ଟା ପରେ ବି ଏସସି- ଏସଟୀ ଅଦାଲତ ତତ୍କାଳୀନ ପଛସୀନ ଅଧିକାରୀ ମଧୂସୁଦନ ଶର୍ମା ଙ୍କୁ ଅଦାଲତ ୨୫ ଏପ୍ରିଲ,୨୦୧୮ ରେ ଆସାରାମଙ୍କୁ ପ୍ରାକୃତିକ ଜୀବନ ଅଥବା ଅନ୍ତିମ ନିଶ୍ଵାସ ପର୍ଯ୍ୟନ୍ତ ଜେଲର ରହିବା ପାଇଁ ସଜ୍ଜା ଶୁଣା ଯାଇଥିଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।