ଓ୍ବାସିଙ୍ଗଟନ : ଆମେରିକାରେ ଆସନ୍ତା ରାଷ୍ଟ୍ରପତି ଜୋ ବାଇଡନ ପ୍ରଶାସନ କାର୍ଯ୍ୟକାଳରେ ମୃତ୍ୟୁର ସଜାକୁ ବନ୍ଦ କରାଯାଇପାରେ। ଏହା ପୂର୍ବରୁ ଆମେରିକି ନୂଆ ବିଭାଗ ତିନି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଆୟୋଜନ କରିସାରିଛ। ନୂଆ ବିଭାଗ ୨୦ ଜାନୁଆରୀ ୨୦୨୧ ପୂର୍ବରୁ ତିନି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବେ ବୋଲି ନିସ୍ପତି ନେଇସାରିଛନ୍ତି। ବାସ୍ତବରେ ୨୦ ଜାନୁଆରୀ ୨୦୨୧ କୁ ଜୋ ବାଇଡନ ଆମେରିକାର ୪୬ତମ ରାଷ୍ଟ୍ରପତି ରୂପରେ ଶପଥ ନେବେ।
ଆମେରିକାରର ଭୋଟରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜୋ ବାଇଡନ ମୃତ୍ୟୁର ସଜା ବିରୋଧରେ ରହିଛନ୍ତି। ସେ ଆମେରିକାରେ ଏହାର ଉପଯୋଗ ପ୍ରାବଧାନକୁ ସମାପ୍ତ କରିବା ପାଇଁ କାମ କରିବେ। ତାଙ୍କ ପ୍ରବକ୍ତା ଶନିବାରକୁୁ ଏହାର ଘୋଷଣା କରିଛନ୍ତି।
ବାଇଡନଙ୍କ ପ୍ରେସ ସଚିବ ଟିଜେ ଡକଲୋ କହିଛନ୍ତି , ଜେଲ ବ୍ୟୁରୋ ଗୁରୁବାରକୁ ୧୭ ବର୍ଷର ଅନ୍ତରାଳ ପରେ ଏହି ବର୍ଷ ଅଷ୍ଟମ ସଂଘିୟ ମୃତ୍ୟୁ ଦଣ୍ଡକୁ ସଫଳ କରିଛନ୍ତି। ବାଇଡନ ପ୍ରଶାସନ ଏବେ ଆଉ ଭବିଷ୍ୟତରେ ମୃତ୍ୟୁ ସଜାର ବିରୋଧ କରୁଛନ୍ତି। ବର୍ତ୍ତମାନ ସେ ଏହା କହି ନାହାଁନ୍ତି କି କଣ ବାଇଡନଙ୍କର ପଦଭାର ସମ୍ଭାଳିବାର ତୁରନ୍ତ ପରେ ମୃତ୍ୟୁ ଦଣ୍ଡରେ ରୋକ ଲଗେଇବେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।