ଡ୍ରଗସ କେସରେ ଗିରଫ ହୋଇଥିବା କମେଡିଆନ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷଙ୍କୁ ଜାମିନ ମିଳିଯାଇଛି। ଶନିବାରକୁ ଏନସିବି ଭରତୀ ସିଂହ ଘରେ ଛାନଭିନ କରିଥିଲା। ଏହା ଦ୍ବାରା ସେଠାରେ ଏନସିବି ଗଞ୍ଜେଇ ଜବତ କରିଥିଲେ।
ଡ୍ରଗସ କେସରେ ଗିରଫ ହୋଇଥିବା କମେଡିଆନ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଙ୍କୁ ଜାମିନ ମିଳି ସାରିଛି। ଶନିବାରକୁ ଏନସିବି ଭାରତୀ ସିଂହଙ୍କ ମୁମ୍ବାଇରେ ଥିବା ଘରେ ଛାନଭିନ କରିଥିଲା। ସେଠି ତାଙ୍କ ଘରୁ ଏନସିବି ଗଞ୍ଜେଇ ଜବତ କରିଥିଲା। ପଚରା ଉଚରାରେ ଭାରତୀ ସିଂହ ମାନିଥିଲେକି ସେ ଡ୍ରଗସ ନଅନ୍ତି ବୋଲି।
କମେଡିଆନ ଭାରତୀ ସିଂହଙ୍କୁ ୬ ଘଣ୍ଟା ପଚରା ଉଚରା ପରେ ଗିରଫ କରାଯାଇଥିଲା। ଏହାପରେ ବିଳମ୍ବ ରାତିରେ ତାଙ୍କ ସ୍ବାମୀ ହର୍ଷଙ୍କୁ ଗିରଫ କରାଯାଇଥିଲା। ରବିବାରକୁ ସର୍ବ ପ୍ରଥମେ ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିଆଙ୍କୁ ମେଡିକାଲ ଏବଂ କୋରୋନା ଟେଷ୍ଟ ପାଇଁ ପଠା ଯାଇଥିଲା। ସକାଳ ୧୧.୩୦ରେ ଭାରତୀ ଏବଂ ହର୍ଷଙ୍କୁ କୋର୍ଟରେ ପେସ କରାଯାଇଥିଲା।
ଦୁଇ ଡ୍ରଗସ ପେଡଲର୍ସଙ୍କ ସହିତ ଭାରତୀ ଏବଂ ହର୍ଷଙ୍କୁ କୋର୍ଟରେ ପେସ କରାଯାଇଥିଲା। କୋର୍ଟକୁ ଏନସିବି ହର୍ଷଙ୍କର ରିମାଣ୍ଡ ମାଗିଥିଲା କିନ୍ତୁ ସେଥିରେ ସେ ସଫଳ ହୋଇ ନଥିଲା। ଯାହାପରେ କୋର୍ଟ ଦୁଇ ଜଣଙ୍କୁ ନ୍ୟାୟିକ ଗିରଫରେ ଜେଲ ପଠାଇ ଦେଇଥିଲା ଏବଂ ସେହି ଦୁଇ ଡ୍ରଗସ ପେଡଲର୍ସଙ୍କୁ କୋର୍ଟ ଏନସିବିକୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲା।
କୋର୍ଟ ଭାରତୀ ସିଂହ ଏବଂ ତାଙ୍କର ସ୍ବାମୀ ହର୍ଷଙ୍କୁ ଡିସେମ୍ବର ୪ ପର୍ଯ୍ୟନ୍ତ ନ୍ୟାୟିକ ଗିରଫରେ ରଖିବା ପାଇଁ ପଠେଇ ଥିଲା। ଭାରତୀ ସିଂହଙ୍କୁ କଲ୍ୟାଣ ଜେଲ ଏବଂ ହର୍ଷଙ୍କୁ ଟଲୋଜା ଜେଲରେ ରଖାଯାଇଥିଲା। ଏହାପରେ ଭରତୀ ଏବଂ ତାଙ୍କ ସ୍ବାମୀ ହର୍ଷ କିଲା କୋର୍ଟରେ ଜାମିନ ପାଇଁ କାଗଜ ଦାଖଲ କରିଥିଲେ। ଆଜି ଶୁଣାଣି ପରେ କୋର୍ଟ ଭରତୀ ସିଂହ ଏବଂ ତାଙ୍କ ସ୍ବାମୀଙ୍କୁ ଜାମିନ ଦେଇଛି।
ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁ ପରେ ଡ୍ରଗସର ମାମଲା ବହୁତ ତ୍ରିବ ଏବଂ ଚତୁରତାର ସହିତ ଜାଞ୍ଚ କରୁଛି ଏନସିବି। ସୁଶାନ୍ତ ସିଂହ ମାମଲାରେ ଏନସିବି ଦ୍ବାରା ଇନଭେଷ୍ଟିକେଶନ ଆରମ୍ଭ ହେବା ପରେ କେତେକ ବଲିଉଡ ଷ୍ଟାରଙ୍କ ଉପରେ ଲକ୍ଷ ରଖାଗଲା। ସର୍ବେ ପ୍ରଥମେ ରିୟା ଚକ୍ରବତୀ ଏବଂ ତାଙ୍କ ଭାଈ ସୋଭିତ ଚକ୍ରବତୀଙ୍କୁ ଏନସିବି ଜେରା କରିଥିଲା। ପାଖାପାଖି ଗୋଟିଏ ମାସ ପରେ ରିୟା ବାହାରକୁ ଆସିଥିଲେ। ତାଙ୍କ ବ୍ୟତିତ ଦୀପିକା ପାଦୁକନ, ରାକୁଲ ପ୍ରିତ ସିଂହ, ସାରା ଅଲ୍ଲି ଖାନଙ୍କ ସହ ଆଉ କେତେକ ନାମିଦାମୀ ବଲିଉଡ କଳାକାରଙ୍କୁ ଏନସିବି ଚିଠି ପଠାଇଥିଲା ଏବଂ ତାଙ୍କୁ ବହୁତ ସମୟ ପଚରା ଉଚରା ମଧ୍ୟ କରିଥିଲା। ଏହା ବ୍ୟତିତ ଅର୍ଜୁନ ରାମପାଲଙ୍କ ଘରେ ମଧ୍ୟ ଜାଞ୍ଚ କରାଯାଇ ତାଙ୍କ ଡ୍ରାଇଭର କୁ ଗିରଫ କରି ନେଇଥିଲା ଏନସିବି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।