୫ ବର୍ଷ ପୂର୍ବରୁ ସାଙ୍ଗର ମୋବାଇଲର ବ୍ୟାକଅପ ଲାପଟପକୁ ନେଇ, ସାଙ୍ଗର ପତ୍ନୀଙ୍କୁ କଲା ବ୍ଲାକମେଲ

ଜଣେ ମହିଳା ବନାଡ଼ ପୋଲିସ ଥାନାରେ ରିପୋର୍ଟ ଦେଇଥିଲେ ଏବଂ କହିଥିଲେ ଯେ ଜଣେ ଯୁବକ ମୋବାଇଲରୁ କଲ କରୁଛି | ଏଥିସହିତ ଯୁବକ ଜଣକ ମହିଳାଙ୍କୁ ତାଙ୍କ ଫୋଟୋ ହ୍ଵାଟ୍ସଆପରେ ପଠାଉଥିଲେ | କେବେଳ ଏତିକି ନୁହେଁ ଅଭିଯୁକ୍ତ ଯୁବକ ଜଣକ ମିହିଳାଙ୍କ ଫୋଟୋ ଭାଇରଲ କରିଦେବାର ଧମକ ଦେଇ ତାଙ୍କ ଠାରୁ ୩.୫୦ ଲକ୍ଷ ଟଙ୍କାର ଦାବି କରିଥିଲେ |

କରୋନା କାରଣରୁ ହୋଇଥିବା ତାଲାବନ୍ଦ ପରେ ଅନେକ ଲୋକ ବେରୋଜଗାର ହୋଇଯାଇଛନ୍ତି | ଏମିତିରେ ଅନେକ ଲୋକ ଅପରାଧ କରି ଧନ ଉପାର୍ଜନ କରିବାର କାମ ଆରମ୍ଭ କରିଦେଇଛନ୍ତି | ଏମିତି ଏକ ଘଟଣା ରାଜସ୍ଥାନର ଯୋଧପୁର ଜିଲ୍ଲାର ବନାଡ଼ ପୋଲିସ ଷ୍ଟେସନରେ ଫାଇଲ କରାଯାଇଛି, ଯେଉଁଠାରେ ଜଣେ ମହିଳା ଥାନାରେ ରିପୋର୍ଟ ଲେଖିଛନ୍ତି ଏବଂ କହିଥିଲେ ଯେ ଜଣେ ଯୁବକ ମୋବାଇଲରୁ କଲ କରୁଛି | ଏଥିସହିତ ଯୁବକ ଜଣକ ମହିଳାଙ୍କୁ ତାଙ୍କ ଫୋଟୋ ହ୍ଵାଟ୍ସଆପରେ ପଠାଉଥିଲେ | କେବେଳ ଏତିକି ନୁହେଁ ଅଭିଯୁକ୍ତ ଯୁବକ ଜଣକ ମିହିଳାଙ୍କ ଫୋଟୋ ଭାଇରଲ କରିଦେବାର ଧମକ ଦେଇ ତାଙ୍କ ଠାରୁ ୩.୫୦ ଲକ୍ଷ ଟଙ୍କାର ଦାବି କରିଥିଲେ |

ଏହାପରେ ଭୟଭୀତ ହୋଇ ମହିଳା ଜଣକ ଅଭିଯୁକ୍ତ ଯୁବକଙ୍କ ବିରୋଧରେ କେସ ଫାଇଲ କରିଥିଲେ | ବନାଡ଼ ଥାନା ଅଧିକାରୀ ଅଶୋକ ଆଞ୍ଜନା କହିଛନ୍ତି ଯେ ଜଣେ ମହିଳା ଥାନାରେ ରିପୋର୍ଟ କରିଛନ୍ତି ଯେ ଗତ କିଛିଦିନ ହେବ ଏକ ଅଜ୍ଞାତ ନମ୍ବରରୁ ଜଣେ ବ୍ୟକ୍ତି ଫୋନ କରି ମହିଳାଙ୍କର ବ୍ୟକ୍ତିଗତ ଫୋଟୋ ଭାଇରଲ କରିବାର ଧମକ ଦେଇ ତାଙ୍କୁ ବ୍ଲାକମେଲ କରୁଛି | ଏଥିସହିତ ଯୁବକ ଜଣକ ମହିଳାଙ୍କୁ ଏହା ବଦଳରେ ସାଢେ ତିନି ଲକ୍ଷ ଟଙ୍କା ଦାବି କରୁଛି |

ସେହିପରି ଯୁବକ ଜଣକ ଟଙ୍କା ନଦେଲେ ଫୋଟୋ ଭାଇରଲ କରିଦେବ ବୋଲି ଧମକ ଦେଇଛି ବୋଲି ମହିଳାଙ୍କ ରିପୋର୍ଟ ଉପରେ ପୋଲିସ ମକଦ୍ଦମା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି | ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ କହିଲେ ଯେ ସେ ମହିଳାଙ୍କର ଫୋଟୋ ତାଙ୍କ ସ୍ୱାମୀଙ୍କର ମୋବାଇଲରୁ ନେଇଥିଲେ | ଅଭିଯୁକ୍ତ ଜଣକ ତାଲାବନ୍ଦ ପରେ ଟଙ୍କାର ଅଭାବ ଚାଲୁଥିଲା ଯେଉଁ କାରଣରୁ ମହିଳାଙ୍କ ଠାରୁ ଟଙ୍କା ହଡପ କରିବା ପାଇଁ ବ୍ଲାକମେଲିଙ୍ଗର କଥା ସ୍ୱୀକାର କରିଥିଲେ |

ସେହିପରି ଥାନା ଅଧିକାରୀ ପୋଲିସ ଅଶୋକ ଆଞ୍ଜନାଙ୍କ କହିବା କଥା ଯେ ପଚରାଉଚରାରେ ସାମ୍ନାକୁ ଆସିଛି ଯେ ପୀଡିତାଙ୍କର ସ୍ୱାମୀ ଅଭିଯୁକ୍ତଙ୍କ ସହିତ ଆଗରୁ କାମ କରୁଥିଲେ | ସେହି ସମୟରେ ୫ ବର୍ଷ ପୂର୍ବରୁ ପୀଡିତାଙ୍କ ସ୍ୱାମୀଙ୍କ ମୋବାଇଲର ବେକଅପ ଯୁବକ ଜଣକ ନିଜ ଲାପଟପକୁ ନେଇ ଯାଇଥିଲେ | ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *