ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ପୁଣି ଏକ ସାମୁଦ୍ରିକ ଝଡ। ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ୍ବେଲମାର୍କରେ ପରିଣତ ହେବା ସହିତ ଅଧିକ ଘନଭୂତ ହୋଇ ଅବପାତର ପରିଣତ ହୋଇପାରେ। ଆସୁଥିବା ୨୪ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପ୍ରଭାବରୁ ଆସନ୍ତା ୨୫ ତାରିଖରୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି।
ସୂଚନା ଅନୁସାରେ ଏହି ଝଡ ୨୫ ତାରିଖ ମଧ୍ୟାନ୍ନରୁ ଅପରାହ୍ନ ମଧ୍ୟରେ ଏହି ସାମୁଦ୍ରିକ ଝଡ ପୁଡୁଚେରି ଏବଂ ତାମିଲନାଡୁ ଦେଇ ଅତିକ୍ରମ କରିବ। ଏହାର ପ୍ରଭାବ ଓଡିଶା ପଟକୁ ମୁହାଁ ହେଉ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଏହି ସାମୁଦ୍ରିକ ଝଡ ପ୍ରଭାବରେ ୨୫ ତାରିଖରୁ ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ଓ ୨୬ରେ ଓଡିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧାରଣର ବର୍ଷା ହେବାର ସମ୍ଭାବନା ରହିଛି।
୨୫ ତାରିଖରୁ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାୟଗଡା, ଗଞ୍ଜାମ , କୋରାପୁଟକୁ ଏଲୌ ର୍ଓ୍ବାନିଙ୍ଗ ଜାରି କରାଯାଇଛି। ଏହା ସହିତ ୨୬ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଗଜପତି, ରାୟଗଡା, କନ୍ଧମାଳ,ନବରଙ୍ଗପୁର,କଳାହାଣ୍ଡି,ମାଲକାନଗିରି ଏବଂ କୋରାପୁଟକୁ ପାଣିପାଗ ବିଭାଗ ଏଲୌ ର୍ଓ୍ବାନିଙ୍ଗ ଜାରୀ କରିଛି।