ଉତ୍ତର ପ୍ରଦେଶର କୁଶିନଗରର ଏକ କ୍ଷେତ୍ରରେ ୨୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ବିଛେଇ ହୋଇ ପଡିଥିବାର ମିଳିଥିଲା। ଏହି ନୋଟକୁ ଦେଖି ଗାଁରେ ଚହଳ ଖେଳିଗଲା ଏବଂ ଗାଁ ଲୋକେ ସଙ୍ଗେସଙ୍ଗେ କ୍ଷେତରେ ପହଞ୍ଚି ଗଲେ। ଜଣା ପଡୁଛି କି ଆଖୁ କାଟିବା ପାଇଁ ମୂଲିଆ କ୍ଷେତକୁ ଯାଇଥିଲେ ଏବଂ ଆଖୁ କାଟିବା ସମୟରେ ତାଙ୍କୁ ଏଇ ନୋଟ ପଡିଥିବାର ମିଳିଥିଲା। ଧିରେଧିରେ ଏହି ସୂଚନା ଗାଁରେ ଖେଳିଗଲା ଏବଂ ବହୁତ ସଂଖ୍ୟାରେ ଗାଁ ଲୋକେ କ୍ଷେତରେ ପହଞ୍ଚି ନୋଟ୍ ଲୁଟିବାକୁ ଲାଗିଲେ।
ନୋଟ ମିଳିବାର ସୂଚନା କେହିଜଣେ ପୋଲିସକୁ ଦେଲା ଏବଂ ପୋଲିସ ବି ଘଟଣା ସ୍ଥଳରେ ପହଞ୍ଚି ଗଲେ। ପୋଲିସ କ୍ଷେତରେ ପହଞ୍ଚି ଟଙ୍କାକୁ ନିଜ କବଜା କରିନେଲେ। ତାସହ ଯେଉଁମାନେ ଟଙ୍କା ଲୁଟିଥିଲେ, ତାଙ୍କଠାରୁ ବି ନୋଟ୍ ନେଇଯାଇଥିଲେ। ପୋଲିସଙ୍କ ଅନୁସାରେ ତାଙ୍କ କବଜାରେ ପାଖାପାଖି ୧.୧୫ ଲକ୍ଷ ଟଙ୍କା ଅଛି। ଏହି ଟଙ୍କା କେଉଁଠାରୁ ଆସିଲା, ପୋଲିସ ଏହାର ପରିକ୍ଷା କରିବାରେ ଲାଗି ପଡିଛି।
ହାଟା କୋତବାଲି କ୍ଷେତ୍ରର ମୋହମଦା ସିକୋଟିଆ ଗାଁବାସୀ ସିତାରାମ ଏହି ବିଷୟରେ ତର୍ଜମା କରି କହିଲେ କି କ୍ଷେତକୁ ଆଖୁ କାଟିବା ପାଇଁ ମୂଲିଆ ଯାଇଥିଲେ। ମୂଲିଆଙ୍କ ଚିରା କପଡ଼ାରେ କିଛି ବନ୍ଧା ହେବାର ଦେଖାଗଲା। ଯେମିତି ସେ ଏଇ ଚିରା କପଡ଼ାକୁ ଖୋଲିଲେ,ତ ସେଥିରୁ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ମିଳିଥିଲା। ଏହାପରେ ସେଠାରେ ଲୁଟ୍ ହେବା ଆରମ୍ଭ ହୋଇ ଯାଇଥିଲା।
ରାତିରେ ପୋଲିସ ଗାଁରେ ପହଞ୍ଚିଲା ଏବଂ ପୋଲିସ ସେହି ନୋଟ୍ କୁ ଠିକ୍ ଭାବରେ ରଖିବାକୁ ନିର୍ଦ୍ଦେଶ ଦେଲେ ଏବଂ ସକାଳୁ ହାଟା କୋତବାଲ୍ ଜୟ ପ୍ରକାଶ ପାଠକ ଗ୍ରାମବାସୀଙ୍କ ଠାରୁ ନୋଟ କବଜା କରିନେଲେ।
ଗାଁ ବାଲାଙ୍କ ସନ୍ଦେହ ହେଉଛି କି ଏ ଚୋରି ପଇସା। ଗାଁ ବାଲାଙ୍କ ମୁତାବକ କିଛି ଦିନ ତଳେ ଗାଁ ପାଖରେ ଥିବା ରାସ୍ତାଉପର କିରାନୀ ଦୋକାନରୁ ପାଖାପାଖି ୫ ଲକ୍ଷ ଟଙ୍କା ଚୋରି ହୋଇଥିଲା। ତ ହେଇଥିବ କି ଚୋରମାନେଏଇ ପଇସା କ୍ଷେତରେ ଲୁଚାଇ ଦେଇଥିବେ। ହାଟା କୋତବାଲି ପ୍ରଭାରୀ ଜୟ ପ୍ରକାଶ ପାଠକ ଏହି ବିଷୟରେ କହିଥିଲେ କି ଏବେ ଏହି ମାମଲାର ତର୍ଜମା କରାଯାଉଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।