ଠାଣେ ନଦୀର ପାଣି ରକ୍ତ ପରି ହେଲା ଲାଲ, ଦୋଷୀର ନାଁ କହିଲେ ଏକ ଲକ୍ଷ ଟଙ୍କାର ପୁରସ୍କାର ମିଳିବା ଘୋଷଣା

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ପାଲଧୁନୀ ନଦୀର ପାଣି ହଠାତ ରକ୍ତ ପରି ଲାଲ ହବାର ଦେଖିବାକୁ ମିଳିଲା ଯାହାପରେ ଏହାର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା। ସେହି ନଦୀ ପାଖରେ ରହୁଥିବା ଉଲାହସନଗର ଏବଂ ଅମ୍ବରନାଥର ନିବାଶି ଆରୋପ ଲଗେଇଛନ୍ତି କି ବାଲଧୁନୀ ନଦୀରେ ବିଷାକ୍ତ ରାସାୟନିକ ଭସା ଯାଉଛି ଯାହା ଦ୍ବାରା କେବଳ ନଦୀର ପାଣି ଲାଲ ହେଉନି ବଂର ଏଠାକାର ଲୋକମାନଙ୍କୁ ସମସ୍ୟା ହେଉଛି।

ଲୋକମାନଙ୍କ ଅନୁସାରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଏମପିସିବିଙ୍କୁ ବାରମ୍ବାର କମ୍ପଲେନ କଲାପରେ ମଧ୍ୟ ପୋଲିସ ଏବଂ ନଗର ନୀଗମ ଅଧିକାରୀ କୌଣସି କାର୍ଯ୍ୟଅନୁଷ୍ଠାନ ନେଉନାହାଁନ୍ତି। ଉଲାହସନଗରର ପାର୍ଷଦ ବସ୍ତିରେ ବହି ଯାଉଥିବା ନଦୀରେ ଅନୁପଚାରିତ ଶିଳ୍ପ ବର୍ଜ୍ୟବସ୍ତୁ ଡମ୍ପ କରୁଥିବି ଲୋକଙ୍କ ବିଷୟରେ ଯିଏ କହିବା ତାକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।

୨୦୧୪ ଡିସେମ୍ବର ରେ ମଧ୍ୟ ସେହି ନଦୀର ଆଖପାଖରେ ରହୁଥିବା ପାଖାପାଖି ୬୦୦ ନିବାଶିଙ୍କୁ ରହିବାରେ ବହୁତ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥିଲା। ନଦୀ କୂଳରେ ରହୁଥିବା ଅଧିକାଂଶ ଲୋକଙ୍କର ବାନ୍ତି ହେଉଥିଲା ଏବଂ ସେମାନେ ବିଚଳିତ ହେଉଯାଉଥିଲେ। ଲୋକମାନେଙ୍କୁ ଏଥିପାଇଁ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିଲା। ସେଥିପାଇଁ ସେଠାରୁ କିଛି ଲୋକ ଯାଗା ଛାଡି ପଳେଇଲେ କାରଣ ଡମ୍ପ ହୋଇଥିବା ବର୍ଜ୍ୟବସ୍ତୁ ଗୁଡିକ ବାୟୁକୁ ପ୍ରଦୁଷିତ କରିଦେଇଥିଲା। ଏହି ଘଟଣାରେ ଏକ କେସ ମଧ୍ୟ କରାଯାଇଥିଲା କିନ୍ତୁ ଏହାପରେ ଘଟଣା ଚପେଇ ଦିଆଗଲା।

ସେହି ଦିନ ନିବାଶିମାନେ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ କି ସେହି ରାସାୟନିକ କଳକାରଖାନାରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଟ୍ୟାଙ୍କର ଏବଂ ପାନୀୟ ଜଳ ପାଖରେ ଟମ୍ପ କରିବା ବନ୍ଦ କରାଯାଉ। ଅମ୍ବରନାଥରେ ଏମଆଇଡିସି ରେ ବେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ତାଙ୍କୁ ପଠେଇବା ଜାଗାରେ ବର୍ଜ୍ୟବସ୍ତୁ ଗୁଡିକୁ ନଦୀରେ ଫୋପାଡି ଦିଆଯାଉଛି। ଏମିିତି ନକରିବା ଦ୍ବାରା ଶିଳ୍ପ ବର୍ଜ୍ୟବସ୍ତୁ ସହ ଲଢିବା ପାଇଁ ଅପୋରେଟରଙ୍କୁ କହିବା ଅନୁସାରେ ପ୍ରତି ଟ୍ୟାଙ୍କର ପାଖାପାଖି ୫୦,୦୦୦ ଟଙ୍କା ବଞ୍ଚେଇ ଥାଏ। କେତେକ ଏପରି ଟ୍ୟାଙ୍କର ଉଲାହସନଗର ଏବଂ ଅମ୍ବରନାଥର ନଦୀରେ ଡମ୍ପ କରିଥାନ୍ତି। ଯେଉଁ କାରଣରୁ କେବେ ଧୁଁଆ ଏବଂ ପାଣି ଲାଲ ହୋଇଯାଇଥାଏ।

ଉଲାହସନଗର ଏକ ର୍କପୋରେଟର ଟୋନୀ ସିରବାନୀ କହିଛନ୍ତି କି ୨୦୧୪ରେ ବହୁତ ଲୋକଙ୍କୁ ବହୁତ ସମସ୍ୟା ପହଁଚେଇଛି କିନ୍ତୁ ବ୍ୟର୍ଜବସ୍ତୁର ଡମ୍ପିଙ୍ଗ ବନ୍ଦ କରାଯାଇ ନାହିଁ। ଟ୍ୟାଙ୍କର ମାଫିଆ ନଦୀରେ ବିଷାକ୍ତ ରାସାୟନୀକ ଡମ୍ପ କରୁଛନ୍ତି। ଏହି ମାସରେ ସେଠାକାର ନିବାଶି ଆଖିରେ ପୋଡା , କୁଣ୍ଡେଇ ହେବା , ନିଶ୍ବାସ ନେବାରେ ସମସ୍ୟା ଏବଂ ବାନ୍ତି ହେବା ସମସ୍ୟାର ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରର ପ୍ରଦୂଷଣ ନିୟର୍ତ୍ତଣ ବୋର୍ଡଙ୍କୁ ନିର୍ଦେଶ ଦେବା ପାଇଁ ନେସନାଲ ଗ୍ରୀନ ଏଜେନ୍ସି ସହିତ ୨୦୧୪ରେ ବଂଶନ୍ତି ନାମକ ଏକ ଏମଜିଓ ଅଭିଯୋଗ କୁ ନେଇ ଅମ୍ବରନାଥ ଏବଂ ଉଲାହସନଗରରେ ସବୁ ବିନିର୍ମାଣ ଏବଂ କଳକାରଖାନାକୁ ବନ୍ଦ କରିବା ପାଇଁ ଦାବି କରିଥିଲା। ଏନଜିଟି ଅଭିଯୋଗ ଅନୁସାରେ ସବୁ କଳକରାଖାନା ବନ୍ଦ କରିବା ସହିତ ସରକାରୀ ଏଞ୍ଜେସିଂ ଦ୍ବାରା ୯୫ କୋଟି ଟଙ୍କା କ୍ଷତି ପୂରଣ ପାଇଁ କହିଥିଲେ କାରଣ ଏହି ପଇସାରେ ସେହି ନଦୀ ଗୁଡିକୁ ପରିସ୍କାର କରାଯିବ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *