ଅଲିଉଡ଼ ଜଗତରେ ଖେଳିଗଲା ଦୁଃଖର ଛାୟା, ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ପରଲୋକ

ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା | ଏକ ଟିଭି ସିରିଏଲର ସୁଟିଂ କରୁଥିବା ସମୟରେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ |

ଏହାପରେ ତାଙ୍କୁ ଏକ ଭୁବନେଶ୍ୱର ସ୍ତିତ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି | ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକ ଓଡ଼ିଆ ସିନେ ଜଗତରେ ବହୁ ପ୍ରସିଦ୍ଧ ସିନେମା ଦର୍ଶକ ମାନଙ୍କୁ ଭେଟି ପ୍ରଶଂସା ସାଉଁଟିଛନ୍ତି ଏବଂ ଟିଭି ସିରିଏଲ ରେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରି ଦର୍ଶକମାନଙ୍କ ମନ ଜିଣିଛନ୍ତି | ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକ ଅଭିନୟ କରିବା ସହିତ ଓଡିଶା ପୋଲିସରେ ମଧ୍ୟ ଚାକିରୀ କରିଥିଲେ |

ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ଆତ୍ମାର ସଦଗତି ପାଇଁ କମେନ୍ଟ ବକ୍ସରେ ” ଜୟ ଜଗନ୍ନାଥ ” ଲେଖି ଦିଅନ୍ତୁ |

Leave a Reply

Your email address will not be published. Required fields are marked *