କ୍ଷୀର ଆମ ଶରୀର ପାଇଁ ବହୁତ ଲାଭଦାୟକ, କିନ୍ତୁ ଏହି ଲୋକଙ୍କ ପାଇଁ ‌ବିସ ହୋଇଯାଉଛି କ୍ଷୀର ଗିଲାସ

ପିଲାଦିନରୁ ହିଁ ଛୁଆଙ୍କୁ ଶକ୍ତିଶାଳୀ କରିବା ପାଇଁ କ୍ଷୀର ପିଇବାକୁ ଦିଆଯାଏ। ମା ତ ଛୁଆଙ୍କୁ ପାଟି କରି ବି କ୍ଷୀର ପିଆନ୍ତି। ଏହା ତାଙ୍କ ପାଇଁ ଲାଭ ଦାୟକ ବୋଲି ବୁଝାଇଥାଏ। କ୍ଷୀରରେ ଭିଟାମିନ ଏ,କେ ଏବଂ ବି ୧୨,ଥାଇମିନ ଏବଂ ନିକୋଟିନିକ୍ ଏସିଡି, ସାଥିରେ କେତେ ମିନିରାଲ୍ ପରି କ୍ୟାଲସିୟମ,ଫସଫରସ,ସୋଡିୟମ ଏବଂ ପୋଟାସିୟମ ମିଳିଥାଏ। ଏଥିରେ ହାଡ ବହୁତ ମଜବୁତ ହୋଇଥାଏ। ଛୁଆଙ୍କ ସହିତ ବୁଢ଼ା ମାନଙ୍କୁ ବି କ୍ଷୀର ପିଇବାକୁ ଦିଆଯାଇଥାଏ। କିଛିଲୋକ ତାଙ୍କର ସକାଳ ଜଳଖିଆ ରେ ବି କ୍ଷୀର ପିଇବାର ଦେଖାଯାଏ। ପରିଶେଷରେ କଥା ଉଠୁଛି କି କ୍ଷୀର ପିଇବାର ଠିକ୍ ସମୟ କେଉଁଟା ? ଆଜି ଆମେ ଆପଣଙ୍କୁ ଏହି କଥାର ଜବାବ୍ ଦେବାକୁ ଯାଉଅଛୁ..

କ୍ଷୀର ପିଇବାର ସମୟକୁ ନେଇ ଲୋକମାନେ ବହୁତ ଦ୍ୟୁଧା ପ୍ରକାଶ କରିଛନ୍ତି। କିଏ ଏହା ସକାଳୁ ପିଇବା ଠିକ୍ କହୁଛି ତ କିଏ ରାତି। ଏହା ଭିତରେ ମନରେ ପ୍ରଶ୍ନ ଆସୁଛି କି କେଉଁ ସମୟରେ କ୍ଷୀର ପିଇବା ସବୁଠାରୁ ଲାଭଦାୟକ ହୋଇଥାଏ।

ଆୟୁର୍ବେଦ ରେ ଲେଖା ହୋଇଛି କି ରାତିରେ କ୍ଷୀର ପିଇବା ପୂର୍ବରୁ ଖାସ୍ ଧ୍ୟାନ ରଖିବା ଉଚିତ୍। ସନ୍ଧ୍ୟା ସମୟରେ ହିଁ ଆପଣଙ୍କୁ ଖାଇବା ଖାଇଦେବା ଉଚିତ୍। ଖାଇସାରିବାର ଦୁଇ ଘଣ୍ଟା ପରେ କ୍ଷୀର ପିଇବା ଉଚିତ। ତାହେଲେ ଯାଇ ଏହାର ଲାଭ ଆପଣଙ୍କ ଶରୀରକୁ ମିଳିବ।

ରାତିରେ କ୍ଷୀର ପିଇଲେ ଶରୀରର ଦୁର୍ବଳତା ସରି ଯାଇଥାଏ। ଏହାଦ୍ବାରା ମଣିଷକୁ ନିଦ ଭଲରେ ହୋଇଥାଏ। ଏବଂ ଏକଥା ସମସ୍ତେ ଜାଣନ୍ତି କି ଭଲନିଦ କେତେ ଲାଭ ଦାୟକ ହୋଇଥାଏ। ଏଥିପାଇଁ ରାତିରେ ହିଁ କ୍ଷୀର ପିଇବା ଉଚିତ।ଏହା ବ୍ୟତୀତ ବି ରାତିରେ କ୍ଷୀର ପିଇବାର କେତେ ଫାଇଦା ଅଛି।

କ୍ଷୀରରେ ଟ୍ରିପ୍ଟଫନ୍ ନାମକ ଅମିନୋ ଏସିଡ୍ ମିଳିଥାଏ।ଏହା ଶରୀରରେ ନିଦର ହର୍ମୋନ କୁ ବଢାଇ ଥାଏ। ଏହି ଏସିଡ୍ କାରଣରୁ କ୍ଷୀର ପିଇଲେ ଭଲ ନିଦ ହୋଇଥାଏ।  କ୍ଷୀରରେ କତେ ପ୍ରକାର ମିନେରଲସ୍ ଏବଂ ପୋଷକ ତତ୍ତ୍ଵ ଥାଏ। କ୍ଷୀରରେ କାଲସିଅମ ଥାଏ ଯାହା ହାଡକୁ ମଜବୁତ କରାଏ। ଏଥିପାଇଁ ପଡ଼ିଗଲେ ହାଡ ଭାଙ୍ଗିବାର ସୁଯୋଗ ବହୁତ କମ୍ ଥାଏ।

ସେହି କ୍ଷୀରରେ ପ୍ରୋଟିନ ବି ଥାଏ ଯାହା ମସଲସ୍ ବୃଦ୍ଧିରେ ବହୁତ ସାହାଯ୍ୟ କରିଥାଏ। ହେଲେ କିଛି ଲୋକଙ୍କୁ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍। ଏହି ଲୋକଙ୍କ ପାଇଁ କ୍ଷୀର ବିଷ ପରି ହୋଇଥାଏ। ଯେଉଁ ଲୋକ ମାନଙ୍କର ହଜମ ଶକ୍ତି ଦୁର୍ବଳ ଥାଏ ସେମାନେ କ୍ଷୀର ଠାରୁ ଦୂରେଇ ରହିବା ଉଚିତ୍।ତାସହ ଯେଉଁମାନେ ଚର୍ମରୋଗୀ ସେମାନେ ବି କ୍ଷୀର ଠାରୁ ଦୂରେଇ ରହିବା ଉଚିତ୍।

ଯଦି ଆପଣଙ୍କର କାଶ କିମ୍ବା ପେଟ ଯନ୍ତ୍ରଣା ସମସ୍ୟା ଅଛି ତାହେଲେ ଆପଣ କ୍ଷୀରଠାରୁ ଦୂରରେ ରୁହନ୍ତୁ। ଏହି ସମସ୍ୟା ଥିବା ଲୋକ ମାନଙ୍କ ପାଇଁ କ୍ଷୀର ଲାଭଦାୟକ ହେବା ଜାଗାରେ କ୍ଷତି ପହଞ୍ଚାଇଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ । ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *