Us Will Rejoin WHO: ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡନ ଘୋଷଣା କରିଛନ୍ତି କି ଆମେରିକା ବହୁତ ଜଲଦି ପୁଣି WHO ର ସଦସ୍ୟ ବନି ଯିବ। ଟ୍ରମ୍ପ ଏପ୍ରିଲରେ WHO ଉପରେ ଚୀନର ପକ୍ଷ ନେଉଥିବା ଆରୋପ ଲଗାଇ ସଂଙ୍ଗଠନକୁ ଫଣ୍ଡିଙ୍ଗ କରିବା ବନ୍ଦ କରିଦେଇଥିଲା।
ଓ୍ବାସିଙ୍ଗଟନ: ଆମେରିକାର ଭୋଟରେ ବିଜୟ ହୋଇଦିବା ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡନ ଘୋଷଣା କରିଛନ୍ତି ତାଙ୍କର ୨୦ ଜାନୁଆରୀ ରେ ଶପଥ ନେବା ପରେ ଆମେରିକା ପୁଣି ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନରେ ସାମିଲ ହେବ। ବାଇଡନ କହିଛନ୍ତି ଆମେ ଏହା ନିଶ୍ଚିତ କରିବାକି ଚୀନ ନିଜ ସୀମାରେ ରହୁ କିନ୍ତୁ କୋରୋନା ସଂକ୍ରମଣ ଠାରୁ ଲଢିବା ପାଇଁ ଆମେ WHO ସାଥ ଦେବୁ। ଚୀନ ଜଡିତ ଏକ ପ୍ରଶ୍ନର ଉତ୍ତରରେ ବାଇଡନ କହିଛନ୍ତି ଏ ମଧ୍ୟ କହିଛନ୍ତି ଏବେ ତାଙ୍କୁ ମନଇଛା କରିବାକୁ ଦିଆଯିବ ନାହିଁ ଏବଂ ଆବଶ୍ୟକତା ପଡିବ ଯଦି କଠୋର ଦଣ୍ଡ ମଧ୍ୟ ଦିଆଯିବ।
ଇଲେକ୍ସନ କ୍ୟାମ୍ପେନ ପାଇଁ ବାଇଡନ ଚୀନକୁ ନେଇ ସକ୍ତ ବୟାନ ଦେଇଛନ୍ତି। ବାଇଡନ କହିଥିଲେ କି କୋରୋନା ଭାଇରସକୁ ନେଇ ଚୀନ ଦ୍ବାରା କରାଯାଇଥିବା ଅନିୟମତା ପାଇଁ ଦଣ୍ଡ ଦେବାକୁ ଚାହୁଁଛନ୍ତି। ଏହି ଦଣ୍ଡରେ ଆର୍ଥିକ ପ୍ରବନ୍ଧି ଏବଂ କେତେ ପ୍ରକାରର ଟ୍ୟାକ୍ସ ବୃଦ୍ଧି ସାମିଲ ହେବାର କଥା କୁହାଯାଉଥିଲା। ଗତ ଏପ୍ରିଲରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଗିକି WHO ରୁ ବାହାରି ଯାଇଥିଲେ ଏବଂ ଫଣ୍ଡିଙ୍ଗ ମଧ୍ୟ ବନ୍ଦ କରି ଦେଇଥିଲେ। ଟ୍ରମ୍ପ WHO ଉପରେ ଆରୋପ ଲଗେଇ ଥିଲେ କି WHO ଖୋଲାଖୋଲି ଭାବେ ଚୀନକୁ ସାହାର୍ଯ୍ୟ କରୁଛି। ବାଇଡନ କହିଛନ୍ତି କି ସେ ଚୀନକୁ ଦଣ୍ଡ ଦେବାକୁ ଚାହୁଁ ନାହାଁନ୍ତି କିନ୍ତୁ ତାଙ୍କୁ ବୁଝେଇବାକୁ ଚାହୁଁଛନ୍ତି କି ତାଙ୍କୁ ମଧ୍ୟ ଅନ୍ୟ ଦେଶ ପରି ନିୟମ କାନୁନ ମାନି ରହିବାକୁ ପଡିବ ନହେଲେ ଫଳ ବହୁତ ଖରାପ ହେବ।
WHO ପୂର୍ବରୁ ପ୍ୟାରିସ ବୁଝାମଣାରେ ସାମିଲ ହେବାକୁ କଲା ଘୋଷଣା:
ବଇଡନ ଏହି ପୂର୍ବରୁ ପ୍ୟାରିସ ପର୍ଯ୍ୟାବରଣ ବୁଝାବୁଝି ରେ ସାମିଲ ହେବା ପାଇଁ ମଧ୍ୟ ଘୋଷଣା କରି ସାରିଛି। ବାଇଡନ ଡେଲାବେୟରରେ ଗର୍ଭନରଙ୍କ ସହିତ ଏକ ମିଟିଙ୍କରେ କହିଥିଲେ କି ବର୍ତ୍ତମାନ ମହାମାରୀ ଲଢେଇରେ WHOର ସାଥ ଦେବା ବହୁତ ଜରୁରୀ ଅଟେ। WHO ରେ ସୁଧାର ନିହାତି ଜରୁରୀ ଓ ଏହା ଆମେ ଏହା ଭିତରେ ରହି କରିପାରିବା। ଏହା ପୂର୍ବରୁ ବାଇଡନ କହିଛନ୍ତି କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭୋଟର ହାର ନମାନି ଅନ୍ତ୍ରରାଷ୍ଟ୍ରିୟ ସମୁଦାୟକୁ ବହୁତ ଖରାପ ସନ୍ଦେଶ ଦେଉଛନ୍ତି। ଟ୍ରମ୍ପ ହାର ସ୍ବୀକାର କରିବାକୁ ମନା କରିଦେଇଛନ୍ତି ଏବଂ କେତେକ ରାଜ୍ୟରେ ଭୋଟ ବିରୋଧରେ ମକଦ୍ଦମା ମଧ୍ୟ କରିଛନ୍ତି।
ଟ୍ରମ୍ପଙ୍କ ଉପରେ ଲକ୍ଷ:
ବିଲମିଙ୍ଗଟନରେ ଦୁଇ ପକ୍ଷର ଗର୍ଭନର ଏକ ସମୂହ ସହିତ ବୈଠକରେ ବାଇଡନ କହିଛନ୍ତି କି ‘ ଲୋକତନ୍ତ୍ର କେଉଁ ପ୍ରକାରର କାମ କରୁଛି , ଏହାକୁ ନେଇ ଦୁନିଆର ଅଲଗା ଭାଗକୁ ବହୁତ ଖରାପ ସନ୍ଦେଶ ଯାଉଛି। ମତେ ଜଣା ନାହିଁ ତାଙ୍କର( ଟ୍ରମ୍ପ ) ଉଦ୍ଦେଶ୍ୟ କ`ଣ? କିନ୍ତୁ ମତେ ଏହା ଲାଗୁଛି କି ଏହା ବହୁତ ଦାୟିତ୍ବହୀନତା ଅଟେ। ସେ ଏହି ପ୍ରଶ୍ନର ଉତ୍ତରରେ କହିଲେ ଏବେ ଯାହା ରାଷ୍ଟ୍ରପତି କରୁଛନ୍ତି ସେ ଆଉ ଏକ ଘଟଣା ଅଟେ ଯେଉଁଥିରେ ସେ ଇତିହାସରେ ଆମେରିକାର ସବୁଠାରୁ ଦାୟିତ୍ବହୀନ ରାଷ୍ଟ୍ରପତିଙ୍କ ମଧ୍ୟରୁ ଜଣେ ବୋଲି ଗଣା ଯିବେ।
ବାଇଡନ କହିଛନ୍ତି କି ମୁଁ ଏହାକୁ ସ୍ପଷ୍ଟ କରିବାକୁ ଚାହୁଁଛି କି ମୁଁ ବିଜୟ ହୋଇଛି କିନ୍ତୁ ଏମିତି ଏକ ମଣିଷକୁ ବୁଝିବା ଅସମ୍ଭମ। ମତେ ବିଶ୍ବାସ ଅଛିକି ତାଙ୍କୁ ଜଣା ଅଛିକି ସେ ବିଜୟ ହୋଇନାହାଁନ୍ତି ଏବଂ ନା ଜିତିବେ। ମୁଁ ଜାନୁଆରୀ ୨୦ ରୁ ସଂସ୍ଥା ସମ୍ଭାଳିବି। ଏହି ବୈଠକ ପରେ ବାଇଡନ ପତ୍ରକାର ଙ୍କର ଏକ ପ୍ରଶ୍ନରେ ଦେଶରୁ କୋଭିଡ ୧୯ ସହିତ ଲଢିବା ପାଇଁ ରାଷ୍ଟ୍ରବ୍ୟାପି ଲକଡାଉନ ନ ଲଗାଯାଉ। ସେ କହିଛନ୍ତି କି ରାଷ୍ଟ୍ରବ୍ୟାପି ଲକଡାଉନ ଲଗା ଯାଇପାରିବ ନାହିଁ। କାରଣ ସବୁ କ୍ଷେତ୍ର , ଇଲାକା ଏବଂ ସମୁଦାୟ ଅଲଗା ଅଟେ। ଏଥିପାଇଁ କୌଣସି ବି ସ୍ଥିତିରେ ରାଷ୍ଟ୍ରବ୍ୟାପି ଲକଡାଉନ ଲଗାଯିବ ନାହିଁ। ବାଇଡନ କହିଛନ୍ତି ମୁଁ ଅର୍ଥବ୍ୟବସ୍ଥା ଉପରେ ନୁହେଁ ବଂର ଭାଇରସ ଉପରେ ଅଙ୍କୁୁଶ ଲଗେଇବି।