ଗୁଜୁରାଟ ସରକାର ଏହି ପୂର୍ବରୁ ଅହମଦାବାଦ ରେ କର୍ଫ୍ୟୁର ଘୋଷଣା କରି ସାରିଛି। ନୂଆ ଆଦେଶ ଅନୁସାରେ , ରାଜକୋଟ , ସୁରାଟ ଏବଂ ବଡୋଦରାରେ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ସବୁ ଗତୀ ବିଧି ବନ୍ଦ ରହିବ।
ଗାନ୍ଧୀନଗର: ଅହମଦାବାଦ ପରେ ଏବେ ଗୁଜରାଟ ସରକାର ରାଜକୋଟ, ସୁରାଟ ଏବଂ ବଡୋଦରା ରେ ମଧ୍ୟ କର୍ଫ୍ୟୁ ଲଗେଇବାର ନିସ୍ପତି ନେଇଛନ୍ତି। ଏହି କର୍ଫ୍ୟୁ ପାଇଁ ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ ସବୁ ବନ୍ଦ ରହିବ। ସରକାର ଏହି ନିସ୍ପତି କୋରୋନା ଭାଇରସର ବଢିବା ହେତୁ ନେଇଛନ୍ତି। ଗୁଜରାଟର ଡିପ୍ଟି ସିଏମ ନିତିନ ପଟେଲଙ୍କ ଅନୁସାରେ, ଏହି କର୍ଫ୍ୟୁ କାଲି ବା ଶନିବାର ଦିନ ଠାରୁ ଲାଗୁ ହେବ।
ରାଜ୍ୟରେ କୋରୋନା ଭାଇରସର ବଢିବା କାରଣରୁ ସରକାର ଆକ୍ସନ ମୁଡରେ ଥିବାର ନଜର ଆସିଛନ୍ତି। ଗତ କିଛି ଦିନରେ ଗୁଜରାଟ ସରକାର ମହାମାରୀକୁ ନେଇ କେତେ ନିସ୍ପତି ନେଇଛନ୍ତି। ରାଜ୍ୟ ସରକାର ସ୍କୁଲ ଖୋଲିବାର ନିସ୍ପତି ମଧ୍ୟ ପଛକୁ ଫେରାଇ ନେଇଛନ୍ତି। ପ୍ରଥମେ ସରକାର କହିଥିଲେ କି ରାଜ୍ୟରେ ଆଗାମୀ ୨୩ ନଭେମ୍ବରକୁ ସ୍କୁଲ ଏବଂ କଲେଜ ସବୁ ଖୋଲିବ ବୋଲି, ବର୍ତ୍ତମାନ ଏହାକୁ ବନ୍ଦ କରାଯାଇଛି। ବର୍ତ୍ତମାନ ସରକାର ନୂଆ ତାରିଖ ଘୋଷଣା କରି ନାହାଁନ୍ତି।
ସୁରାଟ , ବଡୋଦରା ଏବଂ ରାଜକୋଟ ପୂର୍ବରୁ ସରକାର ଗୁରୁବାରକୁ ଅହମଦାବାଦରେ କର୍ଫ୍ୟୁ ଲଗେଇବାର ନିସ୍ପତି ନେଇଥିଲେ। ରାଜ୍ୟରେ ଦୀପାବଳୀ ପରେ ଗୁଜରାଟରେ କୋରୋନା ଭାଇରସ ବଢିବାର ଦେଖା ଦେଇଛି।
ଗୁଜରାଟର ଅହମଦାବାଦ ସହରରେ କୋରୋନା ଭାଇରସ ସଂକ୍ରମଣର ପ୍ରସାର ରୋକିବା ପାଇଁ ଶୁକ୍ରବାରରୁ ନିୟମ ସୀମା ଅର୍ନ୍ତଗତ ୫୬ ଘଣ୍ଟାର ସାପ୍ତାହିକ କର୍ଫ୍ୟୁ ଲଗେଇବାର ନିର୍ଣ୍ଣୟ କରାଯାଇଛି। ଅତିରିକ୍ତ ମୁଖ୍ୟ ସଚିବ ରାଜୀବ କୁମାର ଗୁପ୍ତା କହିଛନ୍ତି କି ଏହି ‘ ପୂର୍ଣ କର୍ଫ୍ୟୁ ‘ ରେ କେବଳ କ୍ଷୀର ଏବଂ ଔଷଧ ଦୋକାନ ଖୋଲା ରହିବ।
ଏହା ଭିତରେ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଗୁଜରାଟ ସରକାର ରାଜ୍ୟରେ ୨୩ ନଭେମ୍ବରରୁ ମାଧ୍ୟମିକ ସ୍କୁଲ ଏବଂ କେଲେଜ ଖୋଲିବାର ନିସ୍ପତିରେ ରୋକ ଲଗାଇଛନ୍ତି।
ଅଧିକାରୀମାନେ କହିଛନ୍ତି କି ଅହମଦାବାଦ ସହରରେ ଶୁକ୍ରବାର ରାତି ୯ଟା ରୁ କର୍ଫ୍ୟୁ ଆରମ୍ଭ ହେବ, ଯାହା ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ। ଗୁପ୍ତାଙ୍କୁ ଗୁଜରାଟ ସରକାର ବିଶେଷ କାର୍ଯ୍ୟଅଧିକାରୀ ରୂପେ ନିଯୁକ୍ତ କରିଛନ୍ତି ଏବଂ ତାଙ୍କର କାମ ଅହମଦାବାଦ ନଗରପାଳିକାକୁ କୋରୋନା ଭାଇରସ ସଂକ୍ରମଣ ବିଷୟରେ ଦେଖାଶୁଣା କରିବେ।
ଗୁପ୍ତା ସଧ୍ୟ୍ୟାକୁ ଘୋଷଣା କରିଥିଲେ କି ଶୁକ୍ରବାର ଠାରୁ ଆଗକୁ ଆଦେଶ ପର୍ଯ୍ୟନ୍ତ ପ୍ରତ୍ୟକ ରାତି ନଅରୁ ସକାଳ ଛଅ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗି ରହିବ। ଏହାର କିଛି ଘଣ୍ଟା ପରେ ଗୁପ୍ତା କହିଥିଲେ କି ଶୁକ୍ରବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ।
ରାଜ୍ୟରେ କୋରୋନା ମାମଲା ଦୁଇ ଲକ୍ଷ ପାଖାପାଖି ହେଲାଣି। ଏଠାରେ ତିନି ହଜାର ରୁ ଅଧିକ ଲୋକ ମୃତ୍ୟୁ କରି ସାରିଲେଣି। କୋଭିଡ ୧୯ ର ସଂଖ୍ୟା ଅନୁସାରେ , ରାଜ୍ୟରେ ଏପର୍ଯ୍ୟନ୍ତ ୭୦ ଲକ୍ଷ ରୁ ଅଧିକ ଜାଞ୍ଚ ହୋଇସାରିଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।