ମୋଟାପଣକୁ ବହୁୁତ ଜଲଦି କମେଇ ଥାଏ ଫୁଲକୋବି, ଶୀତଦିନରେ ଏହି ପାଞ୍ଚୋଟି କାରଣ ପାଇଁ କରନ୍ତୁ ଏହାର ସେବନ

ଫୁଲକୋବିର ସୁଜି ହେଉ ଅବା ପରଟା ଏହାର ସ୍ବାଦ ବହୁତ ଭଲ। ଆମ ଦେଶରେ ବହୁତ ପର୍ବପର୍ବାଣୀ ଏବଂ ଶୀତଦିନେ ଫୁଲକୋବିରେ ବହୁ ପ୍ରକାରର ଆଇଟମ ହୋଇଥାଏ ବା ଆପଣ କୁହନ୍ତୁ କି ସବୁ ଆଇଟମ ଠାରୁ କୋବି ରୋଷେଈ ଅତି ଉତ୍ତମ ହୋଇଥାଏ। ଏହା ହେଉଛି ସ୍ବାଦର କଥା ବର୍ତ୍ତମାନ ଶରୀର ବିଷୟରେ ଟିକେ ବିଶେଷ ଧ୍ୟାନ ଦେବା। ଯଦି ଆପଣ ନିଜର ମୋଟାପଣକୁ ଦୂରେଇବାକୁ ଚାହୁଁଛନ୍ତି ତେବେ କୋବି ଆପଣଙ୍କର ଏଥିରେ ବହୁତ ସାହାର୍ଯ୍ୟ କରିବ।

ଫୁଲକୋବିରେ ଇଣ୍ଡୋଲ୍ସ ନାମକ ତତ୍ବ ରହିଥାଏ। ଆଣ୍ଟିଓବେସିଟୀ ଘଟକ ରୂପରେ କାମ କରିଥାଏ। ଏମାନଙ୍କର ଉପସ୍ଥିତି କାରଣରୁ କୋବି ଆପଣଙ୍କ ଶରୀରରେ ଥିବା ମୋଟାପଣକୁ ମିଳାଇ ଦେଇଥାଏ। ଯେଉଁଥିରେ ଆପଣଙ୍କ ଶରୀରରେ ଅନ୍ୟାବଶକ ଚର୍ବିକୁ ଜମା ହେବାକୁ ଦେଇ ନଥାଏ ଏବଂ ଆପଣ ଆପଣଙ୍କର ବଢୁଥିବା ଓଜନର ନିୟନ୍ତ୍ରଣ କରିଥାଏ। ଏଠାରୁ ଜାଣନ୍ତୁ କେଉଁ ପାଞ୍ଚୋଟି କାରଣରୁ ଆପଣଙ୍କୁ ଫୁଲକୋବିର ନିୟମିତ ସେବନ କିରିବା ଦରକାର।

ଶରୀରକୁ ଗରମ ରଖିଥାଏ ଫୁଲକୋବି:

ପ୍ରାକୃତିକ ରୂପେରେ କୋବି ଶୀତଦିନ ପରିବା। ଏଥିପାଇଁ ଗରମ ଦିନରେ ସ୍ଟୋରେଜ ଫୁଲକୋବି ଖାଇବା ଠାରୁ ଦୂରେଇ ରୁହନ୍ତୁ। ଯେବେ ଶୀତଦିନରେ ଆପଣଙ୍କୁ ଏହାର ନିୟମିତ ସେବନ କରିବା ଦରକାର। ଫୁଲକୋବିରେ ପ୍ରଭାବ ଗରମ ହୋଇଥାଏ ଏବଂ ଏହା ଶରୀରରେ ପ୍ରାକୃତିକ ଉଷ୍ଣତା ଭରି ଆପଣଙ୍କୁ ଗରମ ପ୍ରଦାନ କରିବାର କାମ କରିଥାଏ। କୋବି ପାଚନ ଯୋଗ୍ୟ ହୋଇଥାଏ। ଏଥିପାଇଁ ସକାଳ ଖାଦ୍ୟ ଠାରୁ ଆରମ୍ଭ କରି ରାତି ଭୋଜନ ପର୍ଯ୍ୟନ୍ତ କୌଣସି ବି ସମୟରେ କୋବି ଖିଆଯାଇଥାଏ।

ଡାଇବେଟିସକୁ ନିୟନ୍ତ୍ରଣ:

ଫୁଲକୋବିରେ ପୋଟାସିଅମ ଏବଂ ଭିଟାମିନ BC ଥାଏ। ଏହି ଦୁଇଟି ଯାକ ଇନସୁଲିନର ମାତ୍ରାକୁ ନିୟର୍ତ୍ତିତ ରଖିବାରେ ସାହାର୍ଯ୍ୟ କରିଥାନ୍ତି। ଯଦି ଶରୀର ଭିତରେ ପୋଟାସିଅମ କମ ହୋଇଯାଏ ତେବେ ସୁଗାର ରୋଗୀଙ୍କର ବ୍ଲଡରେ ଗ୍ଲୁକୋଜର ସ୍ତର ବଢିଯାଇ ଥାଏ । ଏଥିପାଇଁ ସୁଗାର ରୋଗୀଙ୍କୁ ଫୁଲକୋବି ଖାଇବା ନିହାତି ଆବଶ୍ୟକ।

ଶରୀରରେ ରୋଗ ପ୍ରତିଶୋଧକ ଶକ୍ତି ବଢାଇଥାଏ:

ସ୍ବାଦିଷ୍ଟ ଫୁଲକୋବିରେ ଭିଟାମିନ ସି ରହିଥାଏ। ଏହି ଭିଟାମିନ ରୋଗ ପ୍ରତିଶୋଧକ କ୍ଷମତା ବଢେଇବା ପାଇଁ ଏହା କେତେ ଜରୁରୀ ଆମେ ଆପଣଙ୍କୁ ଏହି ବିଷୟରେ ମଝିରେ ମଝିରେ ଜଣାଉ ଥିବୁ। ବିପଦ ଜନକ କୋରୋନା ସଂକ୍ରମଣରେ ଭିଟାମିନ ସି ର ବହୁତ ଆବଶ୍ୟକତା ରହିଛି। ଏଥିପାଇଁ ଆପଣଙ୍କୁ ଏହି ସମୟରେ ଫୁଲକୋବି ଖାଇବା ନିହାତି ଜରୁରୀ ଅଟେ।

ସ୍ମରଣ ଶକ୍ତି ବଢେଇବାରେ ସାହାର୍ଯ୍ୟ କରେ:

ବୟସ ବଢିବା ସହିତ ଆମର ସ୍ମରଣ ଶକ୍ତି ମଧ୍ୟ କମ ହୋଇ ଯାଏ। ଯଦି ସମୟ ଥିବା ପୂର୍ବରୁ ଏହା ଉପରେ ଧ୍ୟାନ ଦିଆଯାଏ ନାହିଁ ଏହା ଆଗକୁ ଯାଇ ଅଲଜାଇମର ( ସ୍ମରଣ ଶକ୍ତି କମିବାର ଏକ ପ୍ରକାର ରୋଗ ) ଶୀକାର ହେବାକୁ ପଡିବ। ଏହି ରୋଗର ପ୍ରଭାବରେ ଲୋକ କିଛି ସମୟ ପାଇଁ ନିଜକୁ ଏବଂ ନିଜ ଆଖପାଖ ଜିନିଷକୁ ଭୁଲି ଯାଇଥାଏ।

କିନ୍ତୁ ଫୁଲକୋବି ଖାଉଥିବା ଲୋକ ଏହି ରୋଗରେ ପଡିବାର କମ ଆଶଙ୍କା ରହିଥାଏ। କାରଣ ଫୁଲକୋବିରେ ମିଳୁଥିବା ସଲଫୋରାଫେନ ଏବଂ ଇଣ୍ଡୋଲ୍ସ ବ୍ରେନ ର ଆନ୍ତରିକ ଆଘାତ କୁ ଠିକ କରିବା ଏବଂ କୋଶିକା ଗୁଡିକୁ ଠିକ କରିବାରେ ସାହାର୍ଯ୍ୟ କରେ।

ମସଲ୍ସକୁ ଫ୍ଲେଗ୍ଜିବଲ ରଖିଥାଏ:

ପୋଟାସିଅମ ଆପଣଙ୍କ ଶରୀରର ମାଂସପେଶୀ ଙ୍କର ଯତ୍ନ ନେଇଥାଏ ଏବଂ ଏହାକୁ ପ୍ରାକୃତିକ ଭାବରେ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ। ପୋଟାସିଅମ ଆପଣଙ୍କ ମାଂସପେଶୀ ପାଇଁ ଏକ ପ୍ରମୁଖ ଇଲୋକ୍ଟୋଲାଇଟ ରୂପରେ କାମ କରିଥାଏ। ଯାହା ତନ୍ତ୍ରିକା ଗୁଡିକରେ ହେଉଥିବା ଆବେଗକୁ ନିୟନ୍ତ୍ରଣ କରିବା କାମରେ ଆସିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *