ଆଜି ସଖାଳୁ ସଖାଳୁ ଏକ ଅଦ୍ଭୁତ କାଣ୍ଡ ସମ୍ବଲପୁରର ରେଙ୍ଗାଲି ତହସିଲ କାର୍ଯ୍ୟାଲୟରେ ନିଆଁ ଲଗାଇବାର ଦୃଶ୍ୟ ଦେଖାଯାଇଥିଲା | ଏହି ନିଆଁ ଆପେ ଆପେ ଲାଗିନଥିଲା | ଏହି ନିଆଁକୁ ଏକ ଦୁର୍ବୁତ୍ତ ତହସିଲ କାର୍ଯ୍ୟାଳୟ ଭିତରେ ପଶି ଅଗ୍ନିକାଣ୍ଡ ଘଟାଇଥିଲେ | ଏହି ଯୁବକଙ୍କ କଥା ତହସିଲରେ ନବୁଝିବାରୁ ସେ ତହସିଲରେ ନିଆଁ ଲଗାଇଦେଇଥିଲେ ବୋଲି ଯାହା ବର୍ତମାନ ସୁଦ୍ଧା ସୂଚନା ଅଛି |
କିଛି ଦିନ ହେଲା ଉକ୍ତ ଯୁବକଙ୍କର ଜମି ହଡପ ହୋଇଯାଇଥିବା ଅଭିଯୋଗ ନେଇ ବାରମ୍ବାର ତହସିଲର ଦ୍ୱାରସ୍ତ ହୋଇଥିଲେ କିନ୍ତୁ ତହସିଲର ଅଧିକାରୀ ତାଙ୍କ ଅଭିଯୋଗକୁ ଶୁଣିନଥିଲେ | ଯାହା ଫଳରେ ଯୁବକ ଜଣକ ତହସିଲରେ ନିଆଁ ଲଗାଇଥିଲେ ଏବଂ ଏହି ନିଆଁରେ ତହସିଲରେ ଅନେକ ଗୁରୁତ୍ୱପୂର୍ଣ କାଗଜ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି | ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।
ନିଆଁ ଲଗାଇଲା ପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ନିଜେ ଏହି କାମ କରିଥିବା ଅଭିଯୁକ୍ତ ରାଜୀବ କିଶାନ ସ୍ୱୀକାର କରିଥିବା କୁହାଯାଉଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।