୨୨ ବର୍ଷ ବୟସର ଯୁବକଙ୍କର ତିନୋଟି ସ୍ତ୍ରୀ, ତିନି ଜଣ ମିଶି ଖୋଜୁଛନ୍ତି ଚତୁର୍ଥ ସ୍ତ୍ରୀ କୁ

ଜଣେ ଯୁବକ ତିନୋଟି ବିବାହ କରିଛନ୍ତି। ତିନୋଟି ଯାକ ସ୍ତ୍ରୀ ତାଙ୍କ ସହ ରହୁଥିଲେ। ଏବେ ତିନି ସ୍ତ୍ରୀ ମିଶି ଖୋଜୁଛନ୍ତି ଚତୁର୍ଥ ସ୍ତ୍ରୀ। ଏହି କାହାଣୀ ପାକିସ୍ଥାନର ସିୟାଲାକୋଟର ଅଟେ। ଏହି ସମୟରେ ସିୟାଲାକୋଟ ସହିତ ପୁରା ପାକିସ୍ଥାନରେ ଏହି ଘଟଣା ଚର୍ଚ୍ଚା ହେଉଛି। ମୁସଲିମ ସର୍ମ୍ପଦାୟରେ ଏକରୁ ଅଧିକ ବିବାହ କରିପାରିବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବା ଆବଶ୍ୟକ ନାହିଁ। କିନ୍ତୁ ତିନି ସ୍ତ୍ରୀଙ୍କ ଦ୍ବାରା ଚତୁର୍ଥ ସ୍ତ୍ରୀ ଖୋଜିବା ଆଶ୍ଚର୍ଯ୍ୟକର କଥା।

Three Wives of Pakistani Man Searching For Fourth Wife

ଆଶ୍ଚର୍ଯ୍ୟକର କଥା ଏହା କି ଯେଉଁ ବ୍ୟକ୍ତି ଜଣକ ତିନୋଟି ବିବାହ କରିଛି ତାଙ୍କର ନାମ ହେଉଛି ଅଦନାନ ଏବଂ ସେ କେବଳ ୨୨ ବର୍ଷର। ଏତେ କମ ବୟସରେ ତାଙ୍କର ତିନୋଟି ସ୍ତ୍ରୀ। ଅଦନାନଙ୍କର ପ୍ରଥମ ବିବାହ ୧୬ ବର୍ଷ ବୟସ ରେ ହୋଇଥିଲା, ଦ୍ବିତୀୟ ବିବାହ ୨୦ ବର୍ଷ ବୟସରେ ହୋଇଥିଲା ଏବଂ ତୃତୀୟ ବିବାହ ୨୧ ବର୍ଷ ବୟସରେ ହୋଇଥିଲା।

ଅଦନାନଙ୍କ ସ୍ତ୍ରୀଙ୍କର ନାଁ ଶୁଂଭାଲ , ଶୁବାନା ଏବଂ ଶାହିଦା। ଏବେ ତିନୋଟି ଯାକ ସ୍ତ୍ରୀ ମିଶି ଚତୁର୍ଥ ସ୍ତ୍ରୀଙ୍କୁ ଖୋଜୁଛନ୍ତି ଯାହାର ନାମ ପ୍ରଥମେ ଏସ ରୁ ଆରମ୍ଭ ଥିବ। ଏମାନଙ୍କ ଅନୁସାରେ ଏହିଥୀରେ ଘରେ ଖୁସି ମିଳିଥାଏ। ଅଦନାନଙ୍କର ଦୁଇଟି ସ୍ତ୍ରୀଙ୍କର ପିଲା ଅଛନ୍ତି।

ଅଦନାନଙ୍କର ପ୍ରଥମ ସ୍ତ୍ରୀର ତିନୋଟି ଏବଂ ଦ୍ବିତୀୟ ସ୍ତ୍ରୀର ଦୁଇଟି ପିଲା ଅଛନ୍ତି। ଶୁବାନାର ଗୋଟିଏ ପିଲାକୁ ତୃତୀୟ ସ୍ତ୍ରୀ ଶାହିଦା ନେଇ ଯାଇଛନ୍ତି। ଆଜିର ମହଙ୍ଗା ଯୁଗରେ ଗୋଟିଏ ସ୍ତ୍ରୀ ପାଳିବା କଷ୍ଟକର ଅଟେ। ଅଦନାନ ତିନି ତିନୋଟି ସ୍ତ୍ରୀ ସମ୍ଭାଳୁଛନ୍ତି ଏବଂ ଚତୁର୍ଥ ବିବାହ କରିବା ପାଇଁ ମଧ୍ୟ ସଜାଗ ହେଉଛନ୍ତି। ଅଦନାନଙ୍କ ତିନୋଟି ସ୍ତ୍ରୀଙ୍କର ଏହି ଆରୋପ ଲାଗାଉଛନ୍ତି କି ତିନି ଜଣଙ୍କୁ ଅଦନାନ ପୁରା ସମୟ ଦେଉ ନାହାଁନ୍ତି।

ତିନୋଟି ସ୍ତ୍ରୀ ଅଦନାନ ଏବଂ ତାଙ୍କର ପିଲାଙ୍କର ସବୁ ଦାୟିତ୍ବ ବୁଝୁଛନ୍ତି। କିଏ ତାଙ୍କର ଖାଇବା ବନାଏ ତ କେହି କପଡା ଧୋଇଥାଏ ଏବଂ ଅନ୍ୟ ଜଣେ ସଫା ସଫିର ଧ୍ୟାନ ରଖିଥାଏ। ଅଦନାନ ତିନୋଟିଯାକ ସ୍ତ୍ରୀଙ୍କୁ ଭଲପାଅନ୍ତି। ଅଦନାନଙ୍କ ଘରକୁ ପ୍ରତ୍ୟକ ମାସରେ ପାଖାପାଖି ଦେଢ ଲକ୍ଷ ପାକିସ୍ଥାନୀ ପଇସାର ଖର୍ଚ୍ଚ ହୋଇଥାଏ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *