ଲଖନଉ: ଛୁଆଙ୍କର ଯୌନ ଶୋଷଣ କରି ତାଙ୍କର ପୋର୍ନ ଭିଡିଓ ବନେଇ ଦେଶ ବିଦେଶରେ ଯୁନିଅର ଇଞ୍ଜିନିୟର ରାମଭବନଙ୍କର କଳା ର୍କାନାମାର ପରଦା ଫାସ ହୋଇଛି। ସିବିଆଈ ଆରୋପୀଙ୍କ ଘରୁ ଆଠ ମୋବାଈଲ ଫୋନ, ପେନ ଡ୍ରାଇଭ ସହିତ ଅନ୍ୟ ଇଲୋକ୍ଟ୍ରୋନିକ ଜିନିଷ ଖୋଜି ମିଳିଛି । ଆଶା ଅଛିକି ମୋବାଈଲ ଫୋନରୁ ଯୁନିଅର ଇଞ୍ଜିନିୟରଙ୍କର ସବୁ କଳା କତୃତ୍ବ ସାମ୍ମନାକୁ ଆସି ପାରେ। ତାଙ୍କୁ ଆଜି ସିବିଆଈ ପୋଲିସ କସ୍ଟଡି ରିମାଣ୍ଡରେ ନେବା ପାଇଁ ବାନ୍ଦା କୋର୍ଟରେ ଆବେଦନ ଦାଖଲ କରିବାର ସଜାଗ ହୋଇଛି।
୫୦ ରୁ ଅଧିକ ପିଲାଙ୍କୁ ବନେଇଛି ର୍ଟାଗେଟ:
ଚିତ୍ରକୁଟରେ ସିଞ୍ଚାଇ ବିଭାଗର ପୋଷ୍ଟରେ ଥିବା ରାମଭବନ ଦଶ ବର୍ଷ ହେବ ପିଲାଙ୍କର ଯୌନ ଶୋଷଣ କରିବା ସହିତ ତାଙ୍କର ଅସିଳ ଭିଡିଓ ବନେଇ ବିକ୍ରି କରୁଥିଲା। ମିଡିଆ ରିର୍ପୋଟ ଅନୁସାରେ ସେ ୫୦ ରୁ ଅଧିକ ପିଲାଙ୍କୁ ନିଜର ର୍ଟାଗେଟ ବନେଇଛି।
ବାନ୍ଦା ଠାରୁ ସିବିଆଈ କରିଥିଲା ଗିରଫତାର:
ଚାଇଲ୍ଡ ଉତ୍ପିଡିନର ଅନଲାଇନ ମାନିଟରିଙ୍ଗ ପାଇଁ ଗଠିତ ସିବିଆଈ ଦିଲ୍ଲୀର ବିଶେଷ ୟୁନିଟିର ଅଧିକ ଛାନଭିନ ପରେ ରାମଭବନଙ୍କୁ ମଙ୍ଗଳବାରକୁ ବାନ୍ଦାରୁ ଗିରଫ କରାଯାଇଛି। ତାଙ୍କର ଚିତ୍ରକୁଟରେ ଥିବା ଘରୁ ଆଠ ଲକ୍ଷ ଟଙ୍କା, ମୋବାଈଲ ଫୋନ, ଓ୍ବେବ କ୍ୟାମେରା, ଲାପଟପ, ପେନ ଡ୍ରାଇଭ, ମେମୋରି କାର୍ଡ, ଅନ୍ୟ ଇଲୋକ୍ଟ୍ରୋନିକ ଆପତ୍ତିଜନକ ଉପକରଣ ପାଇଛି।
ବିଭାଗ କଲା ସ୍ଥଗିତ:
ଏହି ଘଟଣା ସାମ୍ମନାକୁ ଆସିବା ପରେ ରାମଭବନଙ୍କୁ ସିଞ୍ଚାଇ ବିଭାଗର ଜେଈ ପଦରୁ ବାହାର କରିଦିଆ ଯାଇଛି। ମିଡିଆ ରିର୍ପୋଟ ଅନୁସାରେ ସିବିଆଈ ପାଖାପାଖି ଦଶ ପିଡିତ ପିଲାଙ୍କ ପରିଚୟ ଜାଣିପାରିଛି ଏବଂ ଅନ୍ୟ ମାନଙ୍କ ପରିଚୟ ଖୋଜା ଚାଲିଛି। ସିବିଆଈ ପିଡିତ ପିଲା ମାନଙ୍କର ପରିବାର ଲୋକଙ୍କ ସହ ସମ୍ପର୍କ କରି ଅଧିକ ତଥ୍ୟ ସଂଗ୍ରହ କରୁଛି।
ସିବିଆଈ ହାତରେ ଲାଗିଛି କିଛି ତଥ୍ୟ:
ସିବିଆଈ ଏ ପର୍ଯ୍ୟନ୍ତ ଛାନଭିନରେ ୬୦୦ ଫଟୋ ଏବଂ ୬ରୁ ଅଧିକ ଭିଡିଓ ପାଇଛି। ଏହା ଦ୍ବାରା ତଦନ୍ତ ଆଗକୁ ବଢୁଛି। କୁହାଯାଉଛି କି ଏ ପର୍ଯ୍ୟନ୍ତ ଯେତେ ପିଲାଙ୍କର ପରିଚୟ ମିଳିଛି ସେମାନେ ଆର୍ଥିକ ରୂପରେ ଗରିବ ପରିବାରର ଅଟନ୍ତି।
ଟ୍ରଫି,ଚକଲେଟ ବାହାନାରେ ପିଲାଙ୍କୁ ଫସାଉ ଥିଲେ ଜେଈ:
ଆଶଂକା ଏହା କି ଆରୋପୀ ରାମଭବନ ଏମିତି ପରିବାରର ପିଲାଙ୍କୁ ର୍ଟାଗେଟ ବନାଉ ଥିଲେ ଏବଂ ତାଙ୍କୁ ଟ୍ରଫି ଏବଂ ଚକଲେଟ ଅନ୍ୟ କେତେକ ଉପହାର ଦେଖେଇ ପିଲାଙ୍କୁ ନିଜ ଜାଲରେ ଫସାଉ ଥିଲେ। ବୟଷରେ ବଡ ଥିବା ପିଲାଙ୍କୁ ମୋବାଈଲ ଦେଇ ନିଜ ଜାଲରେ ଫସାଉ ଥିଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।