ନିଜର ମା ଏବଂ ହେବାକୁ ଯାଉଥିବା ସ୍ବାମୀ ସହ ମିଶି ପ୍ରେମୀକା ହତ୍ୟା କଲା ପ୍ରେମିକକୁ, ସୁଟକେସରେ ନେଇ ଟ୍ରେନରୁ ଫୋପାଡିଲେ ଶବର ଖଣ୍ଡ

ଦିଲ୍ଲୀର ଆର୍ଦଶ ନଗରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ପ୍ରେମିକା ନିଜ ମା ଏବଂ ହେବାକୁ ଥିବା ସ୍ବାମୀ ସହ ମିଶି ପ୍ରେମିକର ହତ୍ୟା କରି ଏବଂ ଶବକୁ ଖଣ୍ଡ ଖଣ୍ଡ କରି ସୁଟକେସରେ ପୁରାଇ ରାଜଧାନୀ ଟ୍ରେନରୁ ଦିଲ୍ଲୀ ଏବଂ ଗୋଆ ମଧ୍ୟରେ ଥିବା ରାସ୍ତା ରେ ଫୋପାଡି ଦେଇଥିଲେ।

ଦିଲ୍ଲୀର ଆର୍ଦଶ ନଗରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ପ୍ରେମିକା ନିଜମା ଏବଂ ହେବାକୁ ଥିବା ସ୍ବାମୀ ସହ ମିଶି ପ୍ରେମିକର ହତ୍ୟା କରି ଏବଂ ଶବକୁ ଖଣ୍ଡ ଖଣ୍ଡ କରି ସୁଟକେସରେ ପୁରାଇ ରାଜଧାନୀ ଟ୍ରେନରୁ ଦିଲ୍ଲୀ ଏବଂ ଗୋଆ ମଧ୍ୟରେ ଥିବା ରାସ୍ତା ରେ ଫୋପାଡି ଦେଇଥିଲେ। ପୋଲିସ ତିନି ଆରୋପିଙ୍କୁ ଗିରଫ କରିଛି।

ଏହି ଘଟଣା ନର୍ଥ ଓ୍ବେଷ୍ଟ ଦିଲ୍ଲୀର ଆର୍ଦଶ ନଗର ଇଲାକାର ଅଟେ। ଯେଉଁଠି ପ୍ରେମ ସଂମ୍ପର୍କ ପାଇଁ ନିର୍ମମ ହତ୍ୟା କରାଯାଇଛି। ମଡଲ ଟାଉନ ଇଲାକାରେ ରହୁଥିବା କାରୋବାରି ନିରଜ ଗୁପ୍ତାଙ୍କୁ ତାଙ୍କୁ ପ୍ରେମିକାଙ୍କ ଘରେ ଜୀବନରୁ ମାରି ଦିଆଯାଇଛି। ପୋଲିସ ହତ୍ୟା ଆରୋପରେ ୨୯ ବର୍ଷୀୟ ପ୍ରେମିକା ଫୈସଲ, ଫୈସଲଙ୍କ ମା ଶାହିନ ନାଜ ଏବଂ ହେବାକୁ ଥିବା ସ୍ବାମୀ ଜୁବେରକୁ ଗିରଫ କରିନେଇଛି।

ଶରୀରକୁ ଖଣ୍ଡ ଖଣ୍ଡ କରି ତାକୁ ସୁଟକେସରେ ରଖିଲେ:

ଡିସିପି ନାର୍ଥ ବେସ୍ଟ ବୈଜୟନ୍ତ ଆର୍ଜଙ୍କ ଅନୁସାରେ ଫୈସଲ ନିରଜ ଗୁପ୍ତାଙ୍କ କର୍ମଚାରୀ ଥିଲେ ଏବଂ ଗତ ଦଶ ବର୍ଷ ଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ନିରଜ ବିବାହିତ ଥିଲେ ଏବଂ ତାଙ୍କର ପିଲା ମଧ୍ୟ ଥିଲେ। ଏହି ସମୟରେ ଫୈସଲଙ୍କ ନିର୍ବନ୍ଧ ତାଙ୍କ ଘର ଲୋକ ଜୁୁବେରଙ୍କ ସହିତ କରି ଦେଇଥିଲେ। ଯେତେବେଳେ ଏହି ବିଷୟ ନିରଜଙ୍କୁ ଜଣା ପଡିଲା ସେତେବେଳେ ନିରଜ ଫୈସଲଙ୍କୁ ବୁଝାଇଲେ।

ପୋଲିସଙ୍କ ଅନୁସାରେ ଦୀପାବଳୀର ଗୋଟିଏ ଦିନ ପୂର୍ବେ ଫୈସଲଙ୍କ ଘରକୁ ନିରଜ ଆସିଥିଲା। ସେଠାରେ ଫୈସଲ, ତାଙ୍କ ମା ଏବଂ ଜବେରଙ୍କ ସହିତ ତାଙ୍କର ଯୁକ୍ତିତରକ ହୋଇଥିଲା। ରାଗରେ ନିରଜ ନିଜର ପ୍ରେମିକାକୁ ଧକା ମାରି ଦେଲା। ଏହାକୁ ଦେଖି ଜୁବେର ରାଗି ଯାଇ ନିରଜର ମୁଣ୍ଡକୁ ଇଟା ମାରିଦେଲା। ଏହା ପରେ ନିରଜର ପେଟରେ ଛୁରୀ ଭର୍ତୀ କରିଦେଲା, ତା ପରେ ଛୁୁରୀରେ ଗଳା ମଧ୍ୟ କାଟି ଦେଇଥିଲା। ହତ୍ୟା ପରେ ତିନି ଜଣ ମିଶି ଶବ ଲୁଚେଇ ବାର ଉପାୟ କରିଲେ।

ଏହାପରେ ନିରଜର ଲାଶକୁ ଖଣ୍ଡ ଖଣ୍ଡ କରି ଏବଂ ସୁଟକେସରେ ଭର୍ତୀ କରି ଓଲା କ୍ୟାବ ବୁକ କରି ନିଜାମଉଦ୍ଦିନ ରେଲଓ୍ବେ ସ୍ଟେଶନ ନେଇ ଗଲେ। ଜୁବେର ଟ୍ରେନର ପାର୍ଟିରେ କାମ କରୁଥିଲା । ଏଥିପାଇଁ ସେ ସହଜରେ ନିରଜର ଶବକୁ ରାଜଧାନୀ ଟ୍ରେନରୁ ନେଇ ଯାଇ ଦିଲ୍ଲୀ ଗୋଆ ମଧ୍ୟରେ ଥିବା ଭାରୁଚରେ ଫୋପାଡି ଦେଇଥିଲା। ଆର୍ଦଶ ନଗର ପୋଲିସକୁ ନିରଜ ଗାୟେବ ହେବାର ଖବର ତାର ସାଙ୍ଗ ମନଦୀପ ମିତ୍ତଲ ଦେଇଥିଲା। ନଭେମ୍ବର ୧୪ ରେ ମିଳିଥିବା ସୂଚନାରେ ପୋଲିସ ଜାଞ୍ଚ କରୁଛି, କିନ୍ତୁ ନିରଜର କୌଣସି ଖବର ମିିଳି ନଥିଲା।

ପୋଲିସ ନଭେମ୍ବର ୧୮କୁ ନିରଜଙ୍କ ସ୍ତ୍ରୀ ଅଞ୍ଚଲ ଗୁପ୍ତାଙ୍କ ଅଭିଯୋଗରେ ମାମଲା ରୁଜୁ କରିଛି। ଅଞ୍ଚଲ ଗୁପ୍ତା ଫୈସଲ ଉପରେ ସନ୍ଧେୟ କରିଥିଲେ ଏବଂ ନିରଜଙ୍କ ଗାଡି ମଧ୍ୟ ଫୈସଲଙ୍କ ଘରୁ ମିଳିଥିଲା। ଯେତେବେଳେ ପୋଲିସ ଏହି ଘଟଣାକୁ ନେଇ ଜାଞ୍ଚ କଲାତ ଘଟଣା ବିଷୟରେ ସବୁ ଜଣା ପଡିଥିଲା। ପୋଲିସ ତିନି ଜଣଙ୍କୁ ଗିରଫ କରି ନେଇଛି ଏବଂ ହତ୍ୟାରେ ବ୍ୟବହୃତ ଛୁରୀ, ଇଟା ଜବତ କରି ନେଇଛି। ନିରଜଙ୍କ ଶବକୁ ଜବତ କରିବାକୁ ପୋଲିସ ଟିମ ଯାଇଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *