ଫତେହପୁର ଜେଲରେ ଡବଲ ମର୍ଡରର ଘଟଣା ଇଲାକାରେ ଆତଙ୍କ ସୃଷ୍ଟି କରିଛି। ଦୁଇ ଦଳିତ ଭଉଣୀଙ୍କର ଅଧିକ ରାତିରେ ଗାଁ ବାହାର ପୋଖରୀରେ ପଡି ରହିଥିବାର ଦେଖିବାକୁ ମିଳିଲା । ଘଟଣାର ସୂଚନା ପରେ ପୋଲିସ ସେଠି ପହଁଚି ଥିଲା। ପୋଲିସ ଦୁଇ ଶବକୁ ଶିଘ୍ର ପୋଖରୀରୁ ବାହାରକୁ ବାହାର କରି ଦୁଇ ଶବକୁ ହସ୍ପିଟାଲ ନେଇଯାଇ ଥିଲା। ପରିବାରଙ୍କ ମୁତାବିକ ଦୁଇ ଭଉଣୀଙ୍କର ହାତ ନଡାରେ ବନ୍ଧା ହୋଇଥିଲା। ମୁଣ୍ଡ ଏବଂ କାନରେ କୌଣସି ଧାରୁଆ ଅସ୍ତ୍ରର ଦାଗ ଥିଲା। ଏତିକି ହି ନୁହେଁ ଦୁଇ ନାବାଳିକାଙ୍କର ଆଖି ଫୁଟେଇ ଦେଇଥିଲେ। ଏମିିତିରେ ପରିବାର ଲୋକମାନଙ୍କ ସନ୍ଧେହ କି ତାଙ୍କୁ ବଳତ୍କାର କରି ହତ୍ୟା କରାଯାଇଛି।
ଘଟଣା ଅସୋଥରା ଥାନା ଇଲାକାର। ଏହି ଘଟଣାର ସୂଚନା ମିଳିଲା ପରେ ଥାନା ଏସପି ପ୍ରଶାନ୍ତ ବର୍ମା ସହିତ ଆଉ କେତେକ ଥାନା ପୋଲିସ ଫୋର୍ସ ସେଠି ଯାଇ ପହଁଚି ଥିଲା। ଘଟଣା ସ୍ଥଳରେ ମୃତକ ଝିଅ ର ଦାଦା ଦାବିର ସହ କହିଛନ୍ତି କି ରେପ କରି ହତ୍ୟା ହୋଇଛି ବୋଲି କହିଛନ୍ତି। ସେତେବେଳେ ତାଙ୍କର ଏହି କଥା ଶୁଣି ପୋଲିସ ହଠାତ୍ ରାଗି ଯାଇଥିଲା।
ଯାହାପରେ ପରିବାର ଲୋକ ପୋଲିସ ର ଗୁଣ୍ଡାଗିରୀ କୁ ବିରୋଧ କରିଥିଲା। ପରିବାର ଲୋକଙ୍କ ଅନୁସାରେ ଦୁଇ ଭଉଣୀ ଚଣା ସାଗ ତୋଳିବାକୁ ବିଲକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଦୁୁଇ ଭଉଣୀ ଘରକୁ ଫେରିନ ଥିବାରୁ ପରିବାର ଝିଅଙ୍କୁ ଖୋଜିବାକୁ ଲାଗିଲେ। ବିଳମ୍ବ ରାତି ରେ ଦୁଇ ଭଉଣୀଙ୍କ ଶବ ପୋଖରୀ ପାଖରୁ ମିଳିଲା। ଘଟଣାର ସୂଚନା ମିଳିବା ପରେ ପୋଲିସ ସେଠି ଯାଇ ପହଁଚି ଥିଲା। ଯେତେବେଳେ ପୋଲିସ ଦୁଇ ଭଉଣୀଙ୍କୁ ପୋଖରୀରୁ ବାହର କଲେ ସେତେବେଳେ ସେ ଦୁଇ ଭଉଣୀଙ୍କ ହାତ ନଡାରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଲା।
ମୁଣ୍ଡ ଏବଂ କାନରେ କୌଣସି ଧାରୁଆ ଅସ୍ତ୍ରର ଦାଗ ଥିଲା ଏବଂ ଦୁଇ ଜଣକର ଗୋଟିଏ ଗୋଟିଏ ଆଖି ଫୁଟେଇ ଦିଆ ଯାଇଥିଲା। ଘଟଣା ପରେ ମୃତକଙ୍କ ମା ସନ୍ଧେହରେ କହିଛନ୍ତି କି ଗୋଟିଏ ଝିଅକୁ ରେପ କରିବାକୁ ଚେଷ୍ଟା କରିଥିବେ ତାପରେ ଅନ୍ୟ ଭଉଣୀ ଜଣକ ବିରୋଧ କରିଥିବ ବୋଧେ ଯେଉଁଥି ପାଇଁ ଦୁଇ ଜଣଙ୍କର ଆଖି ଫୁଟେଇ ହତ୍ୟା କରିଛନ୍ତି। ପୂର୍ବରୁ ତାଙ୍କ ଦିଅର ଏହି କଥା କହିଥିବାରୁ ପୋଲିସ ତାଙ୍କର ପୋଷାକର ଗର୍ବ ଦେଖେଇ ତାଙ୍କୁ ଥାନା ଉଠେଇ ନେଇଥିଲା। ଏହି ଘଟଣା ବିଷୟରେ ଏସପି ପ୍ରଶାନ୍ତ ବର୍ମା କହିଛନ୍ତି ଅସୋଥର ଥାନା କ୍ଷେତ୍ରର ଛିଛିନ ଗାଁର ପୋଖରୀରୁ ଦୁଇ ନାବାଳିକାଙ୍କର ଶବ ମିଳିଛି। ଗାଁ ଲୋକମାନଙ୍କ ଅନୁସାରେ ଦୁଇ ଭଉଣୀ ସିଙ୍ଘଡା ଆଣିବାକୁ ପୋଖରୀ ଆସିଥିଲେ ଗଭୀର ପାଣି ହେତୁ ଦୁଇ ଜଣକ ପାଣିରେ ବୁଡି ମୃତ୍ୟୁ ହୋଇଛି। ବର୍ତ୍ତମାନ ପୋଲିସ ତଦନ୍ତ କରୁଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।