ଅରୁଣାଚଳପ୍ରଦେଶରେ ପୂର୍ବତନ ବିଧାୟକଙ୍କ ପୁତ୍ରବଧୂଙ୍କର ହତ୍ୟା ଘଟଣାରେ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି | ଗର୍ଭବତୀ ମହିଳାଙ୍କୁ ଜୀବନରୁ ହତ୍ୟା କରିବା ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ କରାଯାଇଥିଲା | ଏହି ହତ୍ୟାକାଣ୍ଡକୁ ନେଇ ପୋଲିସର ସନ୍ଦେହ କାହା ପ୍ରତି ନଯାଉ ସେଥିପାଇଁ ସମସ୍ତ ଘଟଣାକୁ ଏକ ଦୁର୍ଘଟଣାର ରୂପ ପ୍ରଦାନ କରାଯାଇଥିଲା | ଇନୋଭା କାରର ଏକ୍ସିଡେଣ୍ଟରେ ମହିଳାଙ୍କର ମୃତ୍ୟୁ ହୋଇଥିବାର ଦର୍ଶାଇ ଦିଆଯାଇଥିଲା | କିନ୍ତୁ ପୂର୍ବତନ ବିଧାୟକଙ୍କର ପୁତ୍ରବଧୂଙ୍କର ହତ୍ୟା ଘଟଣାରେ ପୋଲିସ ସ୍ୱାମୀଙ୍କ ସହିତ ଅନ୍ୟ ଚାରିଜଣ ଲୋକଙ୍କୁ ଗିରଫ କରି ନେଇଯାଇଥିଲେ | ପୋଲିସର କହିବା କଥା ଯେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମହିଳାଙ୍କର ସ୍ୱାମୀ ଅଟନ୍ତି |
ଇଟାନଗର ପୋଲିସ ସାତ ମାସର ଗର୍ଭବତୀ ମହିଳା ନେଚି ମୀନା ଋଷିଙ୍କର ହତ୍ୟା ଘଟଣାରେ ସ୍ୱାମୀ ରୋନୀ ଲିଶିଙ୍କ ସହିତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଯାଇଛି | ରୋନୀ ଲିଶି ପୂର୍ବତନ ବିଧାୟକ ଲିଶି ଲେଗୀଙ୍କର ପୁଅ ଅଟନ୍ତି | ସୂଚନାଯୋଗ୍ୟ ଯେ ପାଞ୍ଚ ନଭେମ୍ବର ଦିନ ମୀନା କାରସିଙ୍ଗାରେ ମୃତ ଅବସ୍ଥାରେ ମିଳିଥିଲେ | ଏହି ଘଟଣାରେ ପୋଲିସ ତଦନ୍ତ ଚଳାଇଥିଲା, ଯେଉଁଥିରେ ସମ୍ପୂର୍ଣ୍ଣ ଘଟଣାରୁ ପରଦା ଉଠିଯାଇଛି | ପୋଲିସ ଏହି ଘଟଣାରେ ୫ ନଭେମ୍ବର ଦିନ ଗାଡି ଡ୍ରାଇଭର ଦଥଙ୍ଗ ସୁୟାଙ୍ଗଙ୍କୁ ଗିରଫ କରିଥିଲେ, ଯାହାକୁ ପଚରାଉଚରା କରିବା ପରେ ବଡ ଖୁଲାସା ହୋଇଥିଲା | ଏହାପରେ ୧୦ ନଭେମ୍ବରକୁ ରୋନୀ ଲିଶିଙ୍କୁ ଗିରଫ କରି ନିଆଯାଇଥିଲା |
ଏହି ଘଟଣାର ଖୁଲାସା କରିବାକୁ ଯାଇ ଆଇଜିପି ଚୁଖୁ ଆପ୍ପା କହିଛନ୍ତି ଯେ ତିରପ ପୋଲିସ ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଯେଉଁମାନଙ୍କ ମଧ୍ୟରୁ କପବାଙ୍ଗ ଲେଟି ଯିଏକି ଏନଏସସିଏନ ସଂଗଠନ ସହ ସମ୍ବନ୍ଧ ରଖିଛି, ଏହାଛଡା ତନ୍ନି ଖୋୟାଙ୍ଗ ଏବଂ ଦମିତ୍ରିତ ଖୋୟାଙ୍ଗଙ୍କୁ ଗିରଫ କରିଛି | ଏହି ଘଟଣାର ତଦନ୍ତ ପାଇଁ ସ୍ପେସିଆଲ ଟିମ ନିର୍ମାଣ କରାଯାଇଥିଲା, ଯେଉଁଥିରେ ଏସପି ଜିମ୍ମି ଚିରାମ, ନାହରଲାଗୁନ ଏସଡିପିଓ ରାଇକ କାଶ୍ମୀ, ବାନ୍ଦରଦେବ ପିଏସ ଓସି ଇନ୍ସପେକ୍ଟର ଗୋଚମ ତସ୍ମା, ଆଇଓ ଇନ୍ସପେକ୍ଟର ମିନଲୀ ଗେଇ ଏବଂ ଇନ୍ସପେକ୍ଟର ଖେଶଗୀ ୟାଙ୍ଗଫୋଙ୍କ ସହିତ ଏସପି କାର୍ଡକ ରୀବା ଏବଂ ଖୋଂସା ପୀଏସ ଓସି ଇନ୍ସପେକ୍ଟର ବଙ୍ଗୋଇ କାମହୁଆ ଶାମିଲ ରହିଥିଲେ |
ସେ କହିଲେ ଯେ ଡ୍ରାଇଭର ଦଥଙ୍ଗ ସୁୟାଙ୍ଗଙ୍କୁ ପଚରାଉଚରା କରାଯାଇଥିଲା, ସେ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଥିଲେ | ସେ କହିଥିଲେ ଯେ ସ୍ୱାମୀ ରୋନୀ ଲିଶି ନିଜେ ମୀନାଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ | ପତ୍ନୀଙ୍କର ହତ୍ୟା ପାଇଁ ସେ ୧୦ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଥିଲେ, ଯାହାପରେ ସେ ନିଜର ଜଣେ ପୁରୁଣା ବନ୍ଧୁ କପବାଙ୍ଗ ଲେଟିଙ୍କ ସହିତ ସମ୍ପର୍କ କରିଥିଲେ, ଯିଏକି କଣ୍ଟ୍ରାକ୍ଟ କିଲରଙ୍କର ବ୍ୟବସ୍ଥା କରିଥିଲେ | ଦଥଙ୍ଗ ସୁୟାଙ୍ଗ ୨୭ ଅକ୍ଟୋବର ଦିନ କପବାଙ୍ଗ ଲୋବାଙ୍ଗ ଏବଂ ଦମିତ୍ରିତ ଖିଆଙ୍ଗ ହୋଟେଲ ସୁ ପିଂସାରେ ରହିଥିଲେ | ୨୮ ଅକ୍ଟୋବର ଦିନ ରୋନୀ ଲିଶି ହୋଟେଲ ଆସିଥିଲେ, ଯେଉଁଠାରେ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର କରାଯାଇଥିଲା | ଏହି ହତ୍ୟାକୁ ଦୁର୍ଘଟଣା ରୂପ ଦେବାର ପ୍ଲାନ ପ୍ରସ୍ତୁତ କରାଗଲା | ଏଥିପାଇଁ ରୋନୀ ତାଙ୍କୁ ଦୁଇଥର କରି ୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ |
ଆଇଜି ଚୁଖୁ ଆପ୍ପା କହିଛନ୍ତି ଯେ କପବାଙ୍ଗ ଏବଂ ତନ୍ନି ୩୦ ଅକ୍ଟୋବର ଦିନ ଖୋଂସା ଅଭିମୁଖେ ବାହାରିଯାଇଥିଲେ | ଦମିତ୍ରିତ ଖିଆଙ୍ଗଙ୍କୁ ରୋନୀ ଲିଶି, ମିନାଙ୍କ କାର ଡ୍ରାଇଭର ଭାବରେ ନିଯୁକ୍ତ କରି ଦେଇଥିଲେ | ଏହାପରେ ୨ ନଭେମ୍ବର ଦିନ ଦଥଙ୍ଗ ନିଜେ ମିନାଙ୍କର ହତ୍ୟା କରିବାକୁ ମନା କରିଦେଇଥିଲେ | ସେ କହିଥିଲେ ଯେ ଏହି କାର୍ଯ୍ୟ ପାଇଁ ତାଙ୍କୁ ଆଉଜଣେ ସାଥିଙ୍କର ଆବଶ୍ୟକତା ରହିଛି | ଏହାପରେ ରୋନୀ କଣ୍ଟ୍ରାକ୍ଟ କିଲର କପବାଙ୍ଗଙ୍କ ସହିତ ସମ୍ପର୍କ କରିଥିଲେ, ଯାହାପରେ ମିନାଙ୍କର କାରରେ ଦମତ୍ରିତଙ୍କୁ ଡାଇଭର ଭାବରେ ରଖାଯାଇଥିଲା | ଆପ୍ପା କହିଛନ୍ତି ଯେ ପ୍ରାରମ୍ଭିକ ପଚରାଉଚରା ସମୟରେ ଜଣାପଡିଥିଲା ଯେ ଦମତ୍ରିତ ଖିଆଙ୍ଗ ହାତୁଡି ସାହାଯ୍ୟରେ ହତ୍ୟାକାଣ୍ଡ ଘଟାଇଛନ୍ତି |
ସେ କହିଛନ୍ତି ଯେ ୫ ନଭେମ୍ବର ଦିନ ରୋନୀ ଲିଶି ଗର୍ଭବତୀ ପତ୍ନୀ ମୀନାଙ୍କୁ ଭୂମି ବିଷୟରେ କଥାବାର୍ତ୍ତା କରିବା ପାଇଁ କାରସିଙ୍ଗା ଯିବାକୁ କହିଥିଲେ | କୁହାଯାଇଥିଲା ଯେ ଏହି ସମ୍ପୂର୍ଣ୍ଣ ଘଟଣାର ଯେଉଁ ପ୍ରକାରର ପୂର୍ବରୁ ସ୍ଥିର କରାଯାଇଥିଲା ସେହିପରି ହିଁ କରାଯାଇଥିଲା | ଇନୋଭା କାର ଯେତେବେଳେ କାରସିଙ୍ଗା ରୋଡ଼ ଉପରେ ଥିଲା ସେତେବେଳେ ଦଥଙ୍ଗ ବାଞ୍ଜ ତେନାଲୀରୁ ଦମିତ୍ରିକୁ କାରରେ ବସାଇଥିଲେ | କାରକୁ କୂଡା ଡମ୍ପିଂଗ ଜୋନ ପାର କରିବା ମାତ୍ରେ ଦମିତ୍ରି ହାତୁଡ଼ିରେ ପ୍ରହାର କରି ମୀନଙ୍କର ହତ୍ୟା କରି ଦେଇଥିଲେ | ଏହାପରେ ଦମିତ୍ରି ବ୍ଲାକ ବିନ୍ଦୁ ଠାରେ କାରରୁ ଓଲ୍ହାଇ ଯାଇଥିଲା ଏବଂ ଦଥଙ୍ଗ କାର କିଛି ଦୂର ଆଗକୁ ନେଇ ସଡକର ତାକଳୁ ଖାଲ ଆଡକୁ ଠେଲି ଦେଇଥିଲା ଯାହାଦ୍ୱାରା ଏହି ହତ୍ୟାକାଣ୍ଡ ଏକ ଦୁର୍ଘଟଣା ପ୍ରତୀତ ହେବ |
ଆଇଜି ଚୁଖୁ ଆପ୍ପା କହିଛନ୍ତି ଯେ, ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କ ପାଖରୁ ଚାରୋଟି ଫୋନ ଏବଂ ନଗଦ କିଛି ଟଙ୍କା ମଧ୍ୟ ଜବତ କରି ନେଇଥିଲେ | ସେହିପରି ମିନାଙ୍କ ଭଉଣୀ ମିଇତୁ କହିଲେ ଯେପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ମୃତ୍ୟୁଦଣ୍ଡ ମିଳିବ ନାହିଁ ସେପର୍ଯ୍ୟନ୍ତ ପରିବାରର ସଦସ୍ୟ ସନ୍ତୁଷ୍ଟ ହେବେ ନାହିଁ | ସେ କହିଲେ ଯେ ମିନାଙ୍କ ପରିବାର ସେପର୍ଯ୍ୟନ୍ତ ସୁଖମୟ ଥିଲା ଯେପର୍ଯ୍ୟନ୍ତ ରୋନୀଙ୍କ ଜୀବନରେ ତାଙ୍କ ପ୍ରେମିକା ଚୋମୀଙ୍କର ଏଣ୍ଟ୍ରି ହୋଇନଥିଲା | ରୋନୀଙ୍କ ପ୍ରେମ କାହାଣୀ ଆରମ୍ଭ ହେବା ମାତ୍ରେ ତାଙ୍କ ବ୍ୟବହାର ବଦଳିବାକୁ ଲାଗିଥିଲା | କିନ୍ତୁ ରୋନୀଙ୍କର ମଧ୍ୟ ମିନାଙ୍କ ସହିତ ପ୍ରେମ ବିବାହ ହିଁ ହୋଇହିଲା | ୨୦୧୭ରେ ରୋନୀ ଛାଡପତ୍ର ପାଇଁ ଆବେଦନ କରିଥିଲେ, କିନ୍ତୁ ଛାଡପତ୍ର କାଗଜ ଉପରେ ମୀନା ହସ୍ତାକ୍ଷର କରି ନଥିଲେ |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।