ହାଜିପୁରର ପିଡୀତାଙ୍କ ଭଉଣୀଙ୍କୁ ଦିଆ ଯାଉଛି ଏମିତି ଭୟଙ୍କର ଧମକ, ‘ ଦିଦି ପରି ତତେ ମଧ୍ୟ ଜାଳି ଦେବୁ ‘

୧୫ ଦିନ ପର୍ଯ୍ୟନ୍ତ ପୋଡା ଦେହର କଷ୍ଟ ସହିବା ପରେ ହାଜିପୁରର ପିଡୀତାଙ୍କ ମୃତ୍ୟୁ ହୋଇଛି। ସେ ଏହି ଭୁଲ କରିଥିଲେ କି ଗାଁର ଦବଙ୍ଗ ଗୁଣ୍ଡା ମାନଙ୍କର ବିରୋଧ କରିଥିଲେ। ପରିବାରଙ୍କ କହିବା ଅନୁସାରେ ତିନୋଟି ଯୁବକ ମିଶି ତାଙ୍କ ଉପରେ କିରୋଶିନ ଢାଳି ନିଆଁ ଲଗେଇ ଦେଇଥିଲେ। ଘଟଣା ଘଟିବା ଦିନ ଠାରୁ ହସ୍ପିଟାଲ ଏବଂ ପୋଲିସର ଚକର କାଟୁଥିବା ପିଡୀତାର ପରିବାର ଲୋକଙ୍କ ସହିବା ଶକ୍ତି ସେତେବେଳେ ସରିଗଲା ଯେତେବେଳେ ତାଙ୍କ ଝିଅ ଏହି ଦୁନିଆ ଛାଡି ଚାଲିଗଲା। ପୋଲିସଙ୍କ ଉପସ୍ଥିତି ପିଡୀତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ଏହି ପରିସ୍ଥିତି ଦେଖି ଗାଁରେ ପୋଲିସଙ୍କୁ ଚାରି ଆଡେ ଜଗା ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ପିଡୀତାଙ୍କ ପରିବାରକୁ ଆରୋପିଙ୍କ ଠାରୁ ଧମକ ମିଳୁଛି। ଶୁଣନ୍ତୁ ପିଡୀତାଙ୍କ ଭଉଣୀଙ୍କର ବୟାନ।

AI for Crime Prevention and Detection – 5 Current Applications | Emerj

ପିଡୀତାଙ୍କ ଭଉଣୀ ବୟାନରେ କହିଛନ୍ତି କି ” ପ୍ରମୋଦ ରାୟ ନାମକ ଏକ ଯୁବକ ତାଙ୍କୁ ଧମକାଉଛି କି ତୋ ଭଉଣୀ ପରି ତତେ ମଧ୍ୟ ଜଳେଇ ଦେବୁ ତୁମେ କିଛି କରି ପାରିବ ନାହିଁ” । ସେଇଠି ଆରୋପୀଙ୍କ ପରିବାର ଲୋକ କହିଛନ୍ତି କି ଆମ ପୁଅକୁ ଫସେଇ ଦିଆ ଯାଉଛି। ପୋଲିସ ଉପରେ ମଧ୍ୟ ଦାୟତ୍ବହୀନର ଆରୋପ ଲଗା ଯାଉଛି।

ଏହି ଘଟଣା ଘଟିଥିଲା ୩୦ ଅକ୍ଟୋବରକୁ । ପୋଲିସର ଏହି ଦାୟିତ୍ବହୀନ ପାଇଁ ଲାଗୁଛି ଯେ ଏହି କେସ ଚପେଇ ଦିଆ ଯାଉଛି। ୩୦ ଅକ୍ଟୋବରରୁ ଘଟିଥିବା ଏହି ଘଟଣା କୌଣସିବି ଅପରାଧୀ ପାଖରେ ପୋଲିସ ପହଁଚି ନାହିଁ କି କୌଣସି ତଥ୍ୟ ସଂଗ୍ରହ କରି ନାହିଁ। ପ୍ରଶାସନରେ ଏହି ଘଟଣା ବିଷୟରେ କାର୍ଯ୍ୟାଅନୁଷ୍ଠାନ ନିଆ ଯାଉଛି ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *