ଶମସୁଦ୍ଦିନ ୧୯୯୨ ମସିହାରେ ୯୦ ଦିନ ଭିଜିଟ ଭିସାରେ ପାକିସ୍ତାନ ଯାଇଥିଲେ | ଏହା ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ ଥିଲା | ସେ କହିଥିଲେ ଯେ ପାକିସ୍ତାନରେ ହିନ୍ଦୁସ୍ତାନୀ ମାନଙ୍କ ସହିତ ବହୁତ ଖରାପ ବ୍ୟବହାର କରାଯାଇଥାଏ |
ଗୁପ୍ତଚରର ଅଭିଯୋଗରେ ପାକିସ୍ତାନର ଜେଲରେ ୮ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଥିଲେ ୭୦ ବର୍ଷୀୟ ଶମସୁଦ୍ଦିନଙ୍କ ପାଇଁ ଏହି ଦୀପାବଳୀ ସବୁବେଳେ ସ୍ମରଣୀୟ ରହିବ | କାହିଁକି ବା ହେବନି, ରବିବାର ଦିନ ଶେଷରେ ନିଜ ଦେଶ ଫେରିବାର ତାଙ୍କ ସ୍ବପ୍ନ ପୁରଣ ହୋଇଯାଇଥିଲା | ପୋଲିସ କ୍ଷେତ୍ରାଧିକାରୀ ତ୍ରିପୁରାରୀ ପାଣ୍ଡେ ସୋମବାର ଦିନ କହିଥିଲେ ଯେ ଗତ ୨୬ ଅକ୍ଟୋବରକୁ ଅଟାରୀ-ବାଘା ସୀମା ରାସ୍ତାରେ ଭାରତ ଆସିଥିବା ଶମସୁଦ୍ଦିନ କୋଭିଡି-୧୯ ମହାମାରୀର ଜରୁରୀ ପ୍ରଟୋକଲ କାରଣରୁ ଅମୃତସରରେ କ୍ଵାରିଣ୍ଟିନ ଅବଧୀବିତାଇବା ପରେ ରବିବାର ଦିନ କାନପୁର ପହଞ୍ଚିଥିଲେ | ଘରେ ପହଞ୍ଚିବା ପରେ ପରିବାରର ଲୋକ ସମ୍ପର୍କୀୟ ଏବଂ ପାଖ ପଡୋଶୀର ଲୋକମାନେ ତାଙ୍କୁ ବହୁତ ଧୂମଧାମରେ ସ୍ୱାଗତ କରିଥିଲେ |
ସମ୍ପୂର୍ଣ୍ଣ ଜୀବନ ମନେ ରହିବ ଏହି ଦୀପାବଳୀ:
କାନପୁରର କଂଘୀ ମହଲା ଅଞ୍ଚଳରେ ରହୁଥିବା ଶମସୁଦ୍ଦିନଙ୍କର ଘରକୁ ଫେରିବାର ଆଶା ଛାଡି ସାରିଥିବା ପରିବାର ଲୋକ ନିଜର ଗୁରୁ ଗୁରୁଜନଙ୍କୁ ନିଜ ପାଖରେ ପାଇଁ ନିଜର ଭାବନାକୁ ଅଟକାଇ ପାରି ନଥିଲେ ଏବଂ ସେମାନଙ୍କୁ ଧରି କାନ୍ଦିବାକୁ ଲାଗିଲେ | ସେ କହିଥିଲେ ଯେ ଏଥରର ଦୀପାବଳୀ ତାଙ୍କୁ ସମ୍ପୂର୍ଣ୍ଣ ଜୀବନ ସ୍ମରଣୀୟ ରହିବ | ବଜରୀୟ ଥାନାରେ ପୋଲିସ କ୍ଷେତ୍ରାଧିକାରୀ ତ୍ରିପୁରାରୀ ପାଣ୍ଡେ ନିଜେ ଶମସୁଦ୍ଦିନଙ୍କୁ ମାଳ ପିନ୍ଧାଇ ଏବଂ ମିଠା ଖୁଆଇ ସ୍ୱାଗତ କରିଥିଲେ | ଶମସୁଦ୍ଦିନ ସର୍ବପ୍ରଥମେ ବଜରୀୟ ଥାନାରେ ହାଜିରୀ ପକାଇଥିଲେ | ସେଠାରେ ତାଙ୍କ ସ୍ୱାଗତ କରିବା ପରେ ପୋଲିସ ତାଙ୍କୁ କଂଘୀ ମୋହାଲ ସ୍ଥିତ ତାଙ୍କ ଘରକୁ ନେଇକରି ଯାଇଥିଲେ, ଯେଉଁଠାରେ ପରିବାର ଲୋକ ଏବଂ ପଡୋଶୀ ତାଙ୍କ ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ |
ଜୀବନର ସବୁଠୁ ବଡ ଭୁଲ ଥିଲା:
ଶମସୁଦ୍ଦିନ କହିଛନ୍ତି ଯେ ୧୯୯୨ ବର୍ଷରେ ସେ ନିଜର ଏକ ପରିଚିତ ଲୋକଙ୍କ ସହିତ ୯୦ ଦିନ ପାଇଁ ଭିଜିଟ ଭିସାରେ ପାକିସ୍ତାନ ଯାଇଥିଲେ | ଏହା ତାଙ୍କ ଜୀବନର ସବୁଠୁ ବଡ ଭୁଲ ଥିଲା | ୧୯୯୪ ମସିହାରେ ତାଙ୍କୁ ପାକିସ୍ତାନର ନାଗରିକତା ମଧ୍ୟ ମିଳି ଯାଇଥିଲା କିନ୍ତୁ ୨୦୧୨ରେ ଏମିତି କଣ ହୋଇଗଲା ଯେ ପାକିସ୍ତାନ ପୋଲିସ ତାଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କରି କରାଚୀ ଜେଲରେ ବନ୍ଦ କରି ଦେଇଥିଲେ | ସେ କହିଥିଲେ ଯେ ବହୁତ ସଂଘର୍ଷ ପରେ ଶେଷରେ ତାଙ୍କୁ ପାକିସ୍ତାନ ଜେଲରୁ ମୁକ୍ତି ମିଳିଥିଲା ଏବଂ ବର୍ତ୍ତମାନ ସେ ନିଜର ଦେଶକୁ ଫେରି ଆସିଲେ, ଯାହାକୁ ନେଇ ଗୋଟିଏ ସମୟରେ ସେ ଆଶା ଛାଡି ସାରିଥିଲେ |
ହିନ୍ଦୁସ୍ତାନୀଙ୍କ ସହିତ ହୋଇଥାଏ ଖରାପ ବ୍ୟବହାର:
ଶମସୁଦ୍ଦିନ ସାମ୍ବାଦିକ ମାନଙ୍କୁ କହିଲେ ଯେ, ପାକିସ୍ତାନରେ ହିନ୍ଦୁସ୍ତାନୀ ମାନଙ୍କ ସହିତ ବହୁତ ଖରାପ ବ୍ୟବହାର କରାଯାଇଥାଏ | ତାଙ୍କ ସହିତ ଶତ୍ରୁଙ୍କ ପରି ବ୍ୟବହାର କରାଯାଇଥାଏ | ସେ କହିଥିଲେ ଯେ ପାକିସ୍ତାନରେ ଜବରଦସ୍ତ ଲାଞ୍ଚ ଏବଂ ଭ୍ରଷ୍ଟାଚାର ବ୍ୟାପି ରହିଛି | ଶମସୁଦ୍ଦିନ କହିଲେ ଯେ ଭିସା ଅବଧି ବିତିଯିବା ପରେ ଉଭୟ ଦେଶରେ ଫସି ରହିଥିବା ଲୋକମାନଙ୍କୁ ତାଙ୍କ ଘରକୁ ଯିବାକୁ ଦେବା ଉଚିତ |