ଏହି କଥା ୧୨ ବର୍ଷ ତଳେ ଯେତେବେଳେ ପାଣ୍ଡବ ମାନେ ବନବାସ ଏବଂ ୧ ବର୍ଷ ଅଜ୍ଞାତବାସ ସମାପ୍ତ କରି ହସ୍ତୀନାପୁର ଫେରି ଆସିଥିଲେ। ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଭେଟିବାକୁ ଆସିଥିଲେ ଏବଂ ସେ ପ୍ରଶ୍ନ କରିଥିଲେ ଯେ,” ଘରେ ସୁଖ ସମୃଦ୍ଧି ବଜାୟ ରଖିବାକୁ ହେଲେ କଣ କରିବାକୁ ହେବ ? ଶ୍ରୀକୃଷ୍ଣ କହିଥିଲେ ଯେ, କିଛି ଏମିତି ବସ୍ତୁ ଅଛି ଯାହା ସବୁବେଳ ପାଇଁ ଘରେ ରଖିବାକୁ ପଡିବ। ଏହି ସବୁ ବସ୍ତୁ ଘରେ ରଖିବା ଦ୍ବାରା ବ୍ୟକ୍ତି ହୋଇଥାଏ ଧନଵାନ୍।
ଆପଣମାନେ ବି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପୂଜା ଉପଲକ୍ଷେ ଆପଣଙ୍କ ଘରକୁ ଏହି ସବୁ ଜିନିଷ ଆଣନ୍ତୁ:
ଘିଅ:

ପ୍ରତିଦିନ ଆପଣଙ୍କ ଠାକୁର ଘରେ ଗାଈ ଘିଅ ଅର୍ପଣ କରିବା ଉଚିତ୍। ଗାଈର ଦୁଧରୁ ତିଆରି ଘିଅକୁ ଦେବାଦେବୀଙ୍କୁ ଅର୍ପଣ କରିବା ଉଚିତ୍ ଏବଂ ଏହି ଘିଅକୁ ଘରେ ରଖିବା ଉଚିତ୍। ଏମିତି କରିବା ଦ୍ଵାରା ସମସ୍ତ ଦେବଦେବୀ ଆପଣଙ୍କ ଉପରେ କୃପା ବର୍ଷଣ କରିବେ।
ପାଣି:
ଆପଣ ଅଳ୍ପ କାମରେ ବି ଅଧିକ ରୋଜଗାର କରିବା ପାଇଁ ଚାହୁଁଥିଲେ ଆପଣ ଆପଣଙ୍କର ଗାଧୁଆ ଘରେ ସବୁବେଳେ ଜଳ ପୂର୍ଣ୍ଣ ବାଲ୍ଟି ରଖନ୍ତୁ। ଯେତେବେଳେ ଘରକୁ ଅତିଥି ଆସିବେ ସେତେବେଳେ ସେହି ଜଳ ପୂର୍ଣ୍ଣ ବାଲ୍ଟିରୁ ସେମାନଙ୍କୁ ପାଣି ଦିଅନ୍ତୁ, ଏମିତି କରିବା ଦ୍ଵାରା ସମସ୍ତ ଅଶୁଭ ଗ୍ରହ ଶୁଭ ହୋଇଥାନ୍ତି। ଆପଣଙ୍କ ଘରେ ଥିବା କୈାଣସି ନଳ କିମ୍ବା ଜଳ ଆସୁଥିବା ମାର୍ଗ କିପରି ଖରାପ୍ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
ମହୁ:
ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଯେଉଁ ବି ନକରାତ୍ମକ ଶକ୍ତି ଥାଏ ତାହା ମହୁର ସକରାତ୍ମକ ଶକ୍ତି ସହ ମିଶି ସମାପ୍ତ ହୋଇଯାଏ। ଯାହାକି ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବହୁତ ଫାଇଦା ହୋଇଥାଏ। ଏଥିପାଇଁ ବହୁତ ଲୋକଙ୍କ ଘରେ ଏହି ମହୁକୁ ଆବଶ୍ୟକ ପଦାର୍ଥ ରୂପେ ରଖାଯାଇଥାଏ। ତେଣୁ ଆପଣ ସବୁବେଳେ ଏହି ମହୁକୁ କିପରି ସଫା ଏବଂ ସୁରକ୍ଷିତ ସ୍ଥାନରେ ରଖିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହି ମହୁକୁ ସବୁବେଳେ ଘରେ ମହଜୁଦ ରଖନ୍ତୁ, ଆବଶ୍ୟକ ସମୟରେ ଏହା କାମରେ ଆସିଥାଏ।
ଚନ୍ଦନ:

ଜ୍ୟୋତିଷ ଶାସ୍ତ୍ରମତରେ -ସପ୍ତାହ ବାର ଅନୁସାରେ ମଥାରେ ତିଳକ ଲଗାଇଲେ ଆପଣଙ୍କ ଗ୍ରହ ଅନୁକୂଳ ହୋଇଥାଏ ଏବଂ ସେଥିରୁ ଶ୍ରେଷ୍ଠ ଓ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଚନ୍ଦନ ତିଳକ ଲଗାଇବାର ବିଶେଷ ମହତ୍ତ୍ଵ ଥାଏ। ଚନ୍ଦନ ତିଳକ ବହୁତ ଶିତଳ ହୋଇଥାଏ ଏବଂ ଏହାକୁ ଧାରଣ କରିବା ଦ୍ଵାରା ସମସ୍ତ ପାପ ଶକ୍ତି ନାଶ ହୋଇଥାଏ। ଏହି ଚନ୍ଦନର ସୁଗନ୍ଧରେ ସମସ୍ତ ବାତାବରଣରେ ସକରାତ୍ମକ ଶକ୍ତିର ସଂଚାର ହୋଇଥାଏ।
ବଂଶୀ:

ଯେଉଁ ଘରେ ବଂଶୀ ଥାଏ ସେହି ଘରେ ପ୍ରେମ ଆଉ ଧନର କୈାଣସି କମି ନ ଥାଏ। ସାମାନ୍ୟତଃ ଘରେ ବାଉଁଶରେ ତିଆରି ବଂଶୀ ରଖିବା ଉଚିତ୍। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଘରର ବାତାବରଣରେ ସକରାତ୍ମକ ଶକ୍ତି ସଂଚାର କରିଥାଏ।