ସକାଳୁ ଉଠି ଭୁଲରେ ବି ମଧ୍ୟ ଦେଖନ୍ତୁ ନାହିଁ ଏହି ୫ ଟି ଜିନିଷ, ନହେଲେ ହୋଇଯିବ ସର୍ବନାଶ

ବନ୍ଧୁଗଣ ସକାଳୁ ଉଠି ଭୁଲରେ ମଧ୍ୟ ଏହି ୫ ଟି ଜିନିଷ ଦେଖନ୍ତୁ ନାହିଁ ବା ଏହି ୫ଟି କାର୍ଯ୍ୟ କରନ୍ତୁ ନାହିଁ। ନହେଲେ ଦିନସାରା ଅମଙ୍ଗଳ ହୋଇପାରେ । ଆପଣମାନେ ନିଶ୍ଚିତ ଭାବରେ ଗୋଟେ ଲୋକ କଥା ଜାଣିଥିବେ ଯେ ସକାଳୁ ଉଠି ତା ମୁହଁ ଚାହିଁବାରୁ ଦିନଟା ଖରାପ କଟିଲା। ତେବେ ଆସନ୍ତୁ ଜାଣିବା କଣ ସେହି ୫ଟି କାର୍ଯ୍ୟ ଯାହାକୁ ସକାଳୁ ଉଠି କେବେବି କରିବା ଉଚିତ ନୁହେଁ କିମ୍ବା ଦେଖିବା ଉଚିତ ନୁହେଁ।

ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କର ଉଦୟ ପରଠାରୁ ଦିନର ଆରମ୍ଭ ହୋଇଥାଏ। ସମ୍ପୂର୍ଣ୍ଣ ଦିନଟି ଭଲରେ ବିତୁ ବୋଲି ସମସ୍ତ ଲୋକମାନେ ବିଭିନ୍ନ କାର୍ଯ୍ୟ କରିଥାନ୍ତି ଏବଂ ଶୁଭ ବିଚାର ଆଣିଥାନ୍ତି। ଯଦି ସକାଳୁ ଉଠି ନାକାରାତ୍ମକ ଭାବନା ମନକୁ ଆଣିଥାନ୍ତି, ତେବେ ଦିନସାରା ଆପଣଙ୍କର ଅଶୁଭ ହୋଇଥାଏ। କିଛି ଲୋକ ଇଛା କରି ମଧ୍ୟ ସେହି ନାକାରାତ୍ମକ ଭାବନାକୁ ମନରୁ ବାହାର କରିପାରିନଥାନ୍ତି ।ତେଣୁ ତାର ସମ୍ପୂର୍ଣ୍ଣ ଦିନଟି ଅଶୁଭରେ ବିତିଥାଏ। ତେଣୁ ଜ୍ଞାନୀମାନେ କହିଛନ୍ତି ସକାଳୁ ଉଠି ସାକାରାତ୍ମକ ଜିନିଷ ଦେଖିବା ଦ୍ୱାରା ଦିନଟି ମଙ୍ଗଳମୟ ହୋଇଥାଏ।ତେଣୁ ସେଥିପାଇଁ ସକାଳୁ ସକାଳୁ ଅଶୁଭ ବସ୍ତୁ ଦେଖିବାରୁ ବର୍ଜିତ ହେବା ଉଚିତ। ତେବେ ଆସନ୍ତୁ ଜାଣିବା ସକାଳୁ ସକାଳୁ କଣ ଦେଖିବା ଉଚିତ ଆଉ କଣ ଦେଖିବା ଅନୁଚିତ ହୋଇଥାଏ।

ଚରିତ୍ରହୀନା ମହିଳା:

ସକାଳୁ ଉଠି ଭୁଲରେ ମଧ୍ୟ ଚରିତ୍ରହୀନା ମହିଳା ମାନଙ୍କର ମୁଁହ ଦେଖନ୍ତୁ ନାହିଁ। ନଚେତ ଆପଣଙ୍କର ଦିନଟି ସମ୍ପୂର୍ଣ୍ଣ ବର୍ବାଦ ହୋଇଯାଏ।

ଦର୍ପଣ:

ବନ୍ଧୁଗଣ ଆପଣ ଜାଣିରଖନ୍ତୁ ଯେ ଶୟନ କକ୍ଷରେ ଦର୍ପଣ ରଖିବା ଉଚିତ ହୋଇନଥାଏ। ଯଦି ରଖିବାକୁ ପଡୁଛି,ତେବେ ଏମିତି ସ୍ଥାନରେ ରଖନ୍ତୁ ଯେମିତି ଆପଣଙ୍କର ମୁହଁ ଦର୍ପଣରେ ଦେଖାଯିବ ନାହିଁ। ଏହି ଦର୍ପଣରେ ଆପଣଙ୍କର ବେଡ଼ ଦେଖାଯିବା ଉଚିତ ନୁହେଁ। ଯଦି ଏମିତି ହୁଏ ତେବେ ଦିନସାର ଏବଂ ରାତି ସାରା ସେହି ଦର୍ପଣକୁ କପଡ଼ାରେ ଘୋଡାଇ ରଖନ୍ତୁ। ଏହାର ଆବଶ୍ୟକ ପଡ଼ିଲେ ହିଁ କପଡାକୁ ଖୋଲନ୍ତୁ।

ଓଲଟା ଚପଲ:

ଜାଣି ରଖନ୍ତୁ ଯେ ସକାଳୁ ଉଠି ଓଲଟା ଚପଲ, ବୁଢିଆଣି ଜାଲ,କିମ୍ବା କୌଣସି ଧାରୁଆ ଜିନିଷ ଦେଖିବା ଅନୁଚିତ ହୋଇଥାଏ। କାରଣ ସେ ଗୁଡିକ ଦେଖିବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଆପଣଙ୍କର ଦିନଟି ମଧ୍ୟ ଭଲରେ ବିତି ନଥାଏ।

ଅଇଁଠା ବାସନ:

ସକାଳୁ ଉଠି ଅଇଁଠା ବାସନ ଦେଖିବା ଦ୍ୱାରା ଆପଣ ସବୁ କାର୍ଯ୍ୟରେ ଅସଫଳ ହୋଇଥାଆନ୍ତି। ଅଇଁଠା ବାସନ ସକାଳ ପର୍ଯ୍ୟନ୍ତ ପକାଇ ରଖିବା ଅଶୁଭ ହୋଇଥାଏ ବୋଲି ମାନ୍ୟତା ରହିଛି ଏବଂ ମା ଲକ୍ଷ୍ମୀଙ୍କର କୋପ ମଧ୍ୟ ପଡିଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଆପଣ ମନେ ରଖନ୍ତୁ ଅଇଁଠା ବାସନକୁ କେବେବି ସକାଳୁ ଉଠି ଦେଖନ୍ତୁ ନାହିଁ। ନଚେତ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଅସଫଳ ଏବଂ ଅମଙ୍ଗଳ ହୋଇଥାଏ।

କଳି ଝଗଡା:

ଆପଣ ଜାଣିରଖନ୍ତୁ ଯେ ସକାଳୁ ଉଠି କେବେବି କାହାରି କୌଣସି କଳି ଝଗଡା ଦେଖିବା ଉଚିତ ନୁହେଁ। ସକାଳୁ ଉଠି କଳି ଝଗଡା ଦେଖିବା ଦ୍ୱାରା ଘରେ ଦାରିଦ୍ର୍ୟତା ବଢିଥାଏ। ମନରେ ନାକାରାତ୍ମକ ଭାବନା ବା ଚିନ୍ତା ଧାରା ଆସିବା ସହିତ ଦିନଟି ସମ୍ପୂର୍ଣ୍ଣ ଭାବରେ ସଫଳତା ଏବଂ ଭଲରେ ବିତି ନଥାଏ।

ତେଣୁ ବନ୍ଧୁଗଣ ଆପଣ ସର୍ବଦା ମନେରଖନ୍ତୁ ଯେ ସକାଳୁ ଉଠି ନିଜର ଦୁଇ ପାପୁଲିକୁ ଦେଖି ଭଗବାନଙ୍କ ନାମ ସ୍ମରଣ କରିବା ପରେ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ। ଏବଂ ଏହି ୫ ଟି ଜିନିଷକୁ କେବେବି ଦେଖିବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ଦେଖନ୍ତୁ ନାହଁ। ଏହା ଦ୍ୱାରା ଆପଣଙ୍କର ଦିନଟି ଅମଙ୍ଗଳ ହେବା ସହିତ ଅସଫଳ ହୋଇଥାଏ ଏବଂ ଦିନସାରା ଆପଣଙ୍କୁ କୌଣସି କାର୍ଯ୍ୟରେ ମନ ଲାଗି ନଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *