ଦିଲ୍ଲୀରେ ଦୀପାବଳୀ ଦିନରେ ଏକ ପୁଅ ନିଜର ପିତାଙ୍କୁ ତରାଜୁ ବଟ୍ଟ ଓ ଦଉଡିରେ ବେକ ଚାପି ହତ୍ୟା କରିଦେଲା। ଆରୋପୀ ପୁଅର ସନ୍ଦେହ ଥିଲାକି ବୋହୁ ସହିତ ପିତାର ଅବୈଧ ସମ୍ବନ୍ଧ ଥିଲା। ସେଥିପାଇଁ ସେ ଏମିତି ପଦକ୍ଷେପ ଉଠାଇଲେ। ପୋଲିସ ହତ୍ୟା ମାମଲାରେ ଅଭିଯୋଗ ଗ୍ରହଣ କରିଛି। ଆରୋପୀ ପୁଅକୁ ଗିରଫ କରାଯାଇଛି। ପୋଲିସ ଏହି ମାମଲାର ଯାଞ୍ଚ କରୁଛି।
ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଉତ୍ତମ ନଗର, ଓମ ବିହାର ଫେସ ୫ ଅଞ୍ଚଳରେ ଦୀପାବଳୀ ଦିନ ପୁଅ ନିଜର ୬୦ବର୍ଷୀୟ ପିତାଙ୍କୁ ନିର୍ମମ ଭାବରେ ହତ୍ୟା କରିଦେଇଛି। ଯାହାର କାରଣ ବୋହୁ ଓ ପିତାଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିବା ନେଇ ସନ୍ଦେହ ଓ ଝଗଡ଼ା ବୋଲି କୁହାଯାଉଛି। ତଥ୍ୟ ମୁତାବିକ ମୃତକଙ୍କର ନାମ ଦିଲ୍ଲୀପ ଅଟେ। ସେ ତାଙ୍କର ଦୁଇ ପୁଅ ଓ ବୋହୁ ସହିତ ରହୁଥିଲେ। ତାଙ୍କର ବଡ଼ ପୁଅ ଅବଧେଶ ଦାଦନ ଖଟୁଥିଲେ ଓ ବର୍ତ୍ତମାନ ସମୟରେ ସେ ରୋଜଗାର ହିନ ହୋଇଯାଇଥିଲେ।
ପୁଅ କରିଲା ପିତାଙ୍କର ହତ୍ୟା:
ପୋଲିସର କହିବା ଅନୁସାରେ ବଡ଼ ପୁଅ ଅବଧେଶକୁ ନିଜର ପିତାଙ୍କ ଉପରେ ବୋହୂ ସହିତ ଅବୈଧ ସମ୍ପର୍କ ଥିବାର ସନ୍ଦେହ ହୋଇଥିଲା, ଓ ଏହି କଥାକୁ ନେଇ ବାପା ଓ ପୁଅ ମଧ୍ୟରେ ଝଗଡ଼ା ହେଉଥିଲା। ଏହିପରି ଭାବରେ କିଛିଦିନ ପୂର୍ବରୁ ବଡ଼ ପୁଅ ନିଜର ସ୍ତ୍ରୀଙ୍କୁ ଗାଁକୁ ପଠାଇ ଦେଇଥିଲେ। ଦୀପାବଳୀ ଦିନ ଛୋଟ ପୁଅ ଘରୁ ବାହାରକୁ ଯାଇଥିଲା।
ବୋହୂ ଶ୍ଵଶୁର ମଧ୍ୟରେ ଅବୈଧ ସମ୍ପର୍କ:
ଫଳରେ ବଡ ପୁଅ ଅବଧେଶ ନିଜର ପିତାଙ୍କୁ ତରାଜୁର ବଟ୍ଟ ଓ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲେ ଏବଂ ଏହାସତ୍ତ୍ୱେ ପୁଅର ମନ ଶାନ୍ତି ହୋଇନଥିଲା ସେ ଦଉଡ଼ି ସାହାଯ୍ୟରେ ନିଜର ପିତାଙ୍କର ବେକ ଚିପି ହତ୍ୟା କରି ଘରେ ତାଲା ପକାଇ ଫେରାର ହୋଇଯାଇଥିଲେ। ଯେତେବେଳେ ସାନ ପୁଅ ଘରକୁ ଫେରିଥିଲା, ସେତେବେଳେ ସେ ବାପାଙ୍କ ମୃତଦେହ ରକ୍ତରେ ଆବୃତ ହୋଇଥିବାର ଦେଖିଲେ। ଏହା ପରେ ସେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଫୋରେନସିକ ଯାଞ୍ଚ ପରେ ପୋଷ୍ଟମର୍ଟମ ପାଇଁ ପଠାଇଛି।
ଉତ୍ତମ ନଗର ଥାନାରେ ପୋଲିସ ହତ୍ୟା ମାମଲାରେ ଆରୋପୀ ପୁଅ ଅବଧେଶଙ୍କୁ ଗିରଫ କରାଯାଇଛି ଓ ହତ୍ୟା କରାଯାଇଥିବା ଜିନିଷ ଗୁଡ଼ିକୁ ବରାମଦ କରାଯାଇଛି। କିନ୍ତୁ ପୋଲିସ ମାମଲାର ଯାଞ୍ଚ କରୁଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।