ଗତ କାଲି ଓଲିଉଡ଼ ଅଭିନେତା ଅମ୍ଳାନଙ୍କ ସ୍ତ୍ରୀ ମହାନଦୀ କୁ ଖସି ପଡ଼ିଥିଲେ | ଏହାପରେ ତାଙ୍କୁ ମହାନଦୀରୁ ଉଧାର କରାଯାଇଥିଲା | ପୋଲିସ ଦେଇଥିବା ସୂଚନା ମୁତାବିକ ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ସମୟରେ ମହାନଦୀକୁ ଖସି ପଡ଼ିଥିଲେ |
ମହାନଦୀରୁ ସୁରକ୍ଷିତ ଭାବରେ ଉଧାର ହେବା ପରେ ନିଜେ ପତିକ୍ରିୟା ରଖିଛନ୍ତି ନିଜେ ଅମ୍ଲାନଙ୍କ ପତ୍ନୀ | ତାଙ୍କ କହିବା ଅନୁସାରେ ଉପବାସ ରହିଥିଲେ ଯାହା ଫଳରେ ତାଙ୍କୁ ଦୁର୍ବଳ ଅନୁଭବ ହେଉଥିଲା ଏବଂ ନଦୀରେ ପୂଜା ସାମଗ୍ରୀ ପକେଇବା ବେଳେ ତାଙ୍କୁ ମୁଣ୍ଡ ବୁଲାଇଦେଲା, ଏହା ସହିତ ସେ ହାଇ ହିଲ ପିନ୍ଧି ଥିଲେ ତେଣୁ ତାଙ୍କୁ ଗୋଡ ମଧ୍ୟ ଘସିଗଲା ଓ ସେ ନିଜ ଭାରସ୍ୟାମ ହରେଇ ସିଧା ନଦୀ ଭିତରେ ପଡି ଯାଇଥିଲେ | ଏହା ପରେ ତାଙ୍କୁ ଉଧାର କରାଯାଇଥିଲା |
ଏହା ପରେ ସେ ଆହୁରି ମଧ୍ୟ କହିଛନ୍ତି ଏହି କଥାକୁ ଆଧାର କରି ଗୁଜବ ପ୍ରଚାର କରାଯାଇ ମତେ ଓ ମୋ ପରିବାରକୁ ବଦନାମ କରାଯାଉଛି | ଏମିତି ମୋ ପରିବାର ଓ ସ୍ୱାମୀଙ୍କ ବିଷୟରେ କହିବା ଠିକ ନୁହେଁ ତେଣୁ ଦୟାକରି ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ |
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଦିଅନ୍ତୁ |