ଦୁଃଖ ନେଇ ଆସିଥିଲା ଏଥରର ଦୀପାବଳୀ, ସବୁଦିନ ପାଇଁ ଲିଭିଗଲା ଘରର ଆଲୋକ, ଦୀପାବଳି ନେଇଗଲା ଦୁଇ ଭଉଣୀଙ୍କ ଜୀବନ

ଦୀପାବଳୀ ଆସିବା ମାତ୍ରେ ସବୁଠୁ ଅଧିକ ଯଦି କେହି ଖୁସି ହୁଅନ୍ତି ସେ ହେଉଛନ୍ତି ଛୋଟ ପିଲାମାନେ | କାରଣ ତାଙ୍କୁ ବାଣ ଏବଂ ମସ୍ତି କରିବାକୁ ମିଳିଯାଇଥାଏ | କିନ୍ତୁ ଗୁଜୁରାଟର ରାଜକୋଟର ଏକ ପରିବାରରେ ଏଥର ଦୀପାବଳୀ ପାଳିତ ହୋଇ ନାହିଁ | ସେଠାରେ ପିଲାଙ୍କର ସ୍ୱର ବଦଳରେ ଯନ୍ତ୍ରଣାର ଚିତ୍କାର ଶୁଣା ଯାଉଛି | ଏଠାରେ ଖେଳୁଥିବା ସମୟରେ ଦୁଇଜଣ ଯାଆଁଳା ଝିଅଙ୍କର ମୃତ୍ୟୁ ହୋଇଯାଇଛି |

ଝିଅଙ୍କର ଚିତ୍କାର ଶୁଣି ମାଆ ମଧ୍ୟ ଟାଙ୍କି ଭିତରକୁ ଡେଇଁ ପଡ଼ିଥିଲେ :

ବାସ୍ତବରେ, ରାଜକୋଟ ଜିଲ୍ଲାର ଡୋଲାସା ଗାଁରେ ଦୁଇଜଣ ଯାଆଁଳା ଝିଅ ନିଷ୍ଠା ଏବଂ ନିହାରିକା ନିଜର ମାଆଙ୍କ ସହିତ ମସ୍ତି କରି ଘର ସଫା କରୁଥିଲେ | ଏହି ଅବସରରେ ଘରେ ତିଆରି ଅଣ୍ଡର ଗ୍ରାଉଣ୍ଡ ପାଣି ଟାଙ୍କିରେ ବୁଡି ଯାଇଥିଲେ | ଝିଅଙ୍କର ଚିତ୍କାର ଶୁଣି ମାଆ କିରଣ ବେନ ଦୌଡ଼ି କରି ପିଲାଙ୍କ ପାଖରେ ପହଞ୍ଚିଥିଲେ ଏବଂ ପଡୋଶୀଙ୍କର ସହାୟତାରେ ତାଙ୍କୁ ବାହାର କରାଯାଇ ହସ୍ପିଟାଲ ନିଆଯାଇଥିଲା | କିନ୍ତୁ ଡାକ୍ତର ହସ୍ପିଟାଲ ପହଞ୍ଚିବା ମାତ୍ରେ ଦୁଇଟି ନିରୀହ ପିଲାଙ୍କୁ ମୃତ ଘୋଷିତ କରି ଦେଇଥିଲେ |

ସବୁଦିନ ପାଇଁ ଲିଭିଗଲା ଘରର ଦୀପ:

କହିରଖୁଛୁ ଯେ ପୀଡିତ ପରିବାର ରାଜକୋଟରେ ରହୁଥିଲେ | କିନ୍ତୁ କରୋନା ଏବଂ ତାଲାବନ୍ଦ କାରଣରୁ ସେ ନିଜ ଗାଁରେ ରହୁଥିଲେ | ସମସ୍ତ ପରିବାର ବହୁତ ଖୁସିରେ ଥିଲେ ଯେ ଏଥର ସବୁ ସଦସ୍ୟ ମିଳିମିଶି ଦୀପାବଳୀ ପାଳନ କରିବେ | କିନ୍ତୁ ଏହି ସ୍ବପ୍ନ କେବଳ ଏକ ସ୍ବପ୍ନ ହୋଇକି ହିଁ ରହିଗଲା | ତାଙ୍କୁ କଣ ଜଣାଥିଲା ଯେ ଯେଉଁ ଦୀପାବଳୀରେ ସେ ଦୀପ ଜଳାଇ ଘରକୁ ପ୍ରଜ୍ବଳିତ କରିବାକୁ ଚାହୁଁଛନ୍ତି ତା’ର କିଛି ଘଣ୍ଟା ପୂର୍ବରୁ ଘରର ଦୀପକ ଅର୍ଥାତ ଆଲୋକ ସବୁଦିନ ପାଇଁ ଲିଭିଯିବ |

ଅନେକ ଘରେ ଜଳିଲା ଚୁଲି:

ଏହି ଯନ୍ତ୍ରଣା ଦାୟକ ଘଟଣାକୁ ନେଇ ସମସ୍ତଙ୍କୁ ଏକ ବଡ ଝଟକା ଲାଗିଛି | ଅନେକ ଘରେ ଏହି ଦିନରେ ପର୍ବ ଥିଲେ ମଧ୍ୟ ଚୁଲି ଜଳି ନାହିଁ | ଦୁଇଝିଅଙ୍କର ମାଆ କାନ୍ଦି କାନ୍ଦି ନିଜର ସ୍ଥିତି ଶୋଚନୀୟ କରି ପକାଇଛନ୍ତି | ସେ ବାରମ୍ବାର ବାହୁନି ବାହୁନି କହୁଥିଲେ ଯେ, ଏବେ କାହାକୁ ମୁଁ ଆଉ ମୋ ଝିଅ ବୋଲି କହିବି, କାହାକୁ ଆଉ ମୋ କୋଳରେ ବସାଇବି |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *