ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇ ଭାଣିଜୀ ମଲ୍ଲିକା ଲେଖିଲେ ଇମୋସନାଲ ପୋଷ୍ଟ, କହିଲେ- ଭଗବାନ ତୁମକୁ..

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ଆଜି ପାଞ୍ଚ ମାସ ପୁରା ହୋଇଯାଇଛି | ସୁଶାନ୍ତ ସିଂହ ରାଜପୁତଙ୍କ ଭାଣିଜୀ ମଲ୍ଲିକା ସିଂହ ଏହି ଦୁଃଖଦ ଅବସରରେ ନିଜର ମାମୁଁଙ୍କ ପାଇଁ ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି |

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ ୨୦୨୦କୁ ନିଜର ବାନ୍ଦ୍ରା ସ୍ଥିତ ଘରେ ମୃତ ମିଳିଥିଲେ, ଯାହା ଉପରେ ବର୍ତ୍ତମାନ ମଧ୍ୟ ତଦନ୍ତ ଜାରି ରହିଛି | ଆଜି ଅଭିନେତାଙ୍କ ନିଧନକୁ ୫ ମାସ ପୁରା ହୋଇଯାଇଛି | ତାଙ୍କ ନିକଟବର୍ତ୍ତୀ ଲୋକ ଏବଂ ପ୍ରଶଂସକଙ୍କ ମନରେ ଆଜି ମଧ୍ୟ ଅଭିନେତାଙ୍କ ସହ ଜଡିତ ସ୍ମୃତି ତାଜା ରହିଛି | ସୁଶାନ୍ତ ସିଂହ ରାଜପୁତଙ୍କ ଭାଣିଜୀ ମଲ୍ଲିକା ସିଂହ ଏହି ଦୁଃଖଦ ଅବସରରେ ନିଜର ମାମୁଁଙ୍କ ପାଇଁ ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି | ଏହାଛଡା ସୁଶାନ୍ତଙ୍କ ସହିତ ନିଜର ଏକ ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ଏହି ଫୋଟୋରେ ସୁଶାନ୍ତ ନିଜର ଭାଣିଜୀଙ୍କୁ ଧରିଛନ୍ତି ଏବଂ ଉଭୟ କ୍ୟାମେରା ଆଡକୁ ଦେଖି ହସୁଥିବାର ନଜର ଆସୁଛନ୍ତି |

ନିଜର ଏହି ପୋଷ୍ଟର କ୍ୟାପସନରେ ମଲ୍ଲିକା ଲେଖିଛନ୍ତି ଯେ ,”ଭଗବାନ ଆପଣଙ୍କୁ ନିଜ ପାଖରେ ରଖିଛନ୍ତି | ମୁଁ ଆପଣଙ୍କୁ ମୋ ନିଜ ହୃଦୟରେ ରଖିଛି | ଅଭିନେତାଙ୍କର ମୃତ୍ୟୁକୁ ୫ ମାସ ହୋଇସାରିଲାଣି ଏବଂ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ନ୍ୟାୟ ମିଳିବାର ଅପେକ୍ଷା ରହିଛି |

ସୁଶାନ୍ତଙ୍କ ଭଉଣୀ ଶ୍ଵେତା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି | ସୁଶାନ୍ତ ଭଉଣୀ ଶ୍ଵେତା ସୁଶାନ୍ତଙ୍କର ପ୍ରଶଂସକଙ୍କ ପାଇଁ ଦୀପାବଳୀରେ ଏକ ବିଶେଷ ମେସେଜ ଦେଇଥିଲେ | ଶ୍ଵେତା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି,”ଏହି ଦୀପାବଳୀରେ କିଛି ଭଲ କରନ୍ତୁ, ଲୋକମାନଙ୍କର ଭଲ କରନ୍ତୁ ଏବଂ ଦୀନହୀନଙ୍କର ସହାୟତା କରନ୍ତୁ |” ଏଥିସହିତ ସେ ଲେଖିଛନ୍ତି,”ଏହି ଦୀପାବଳୀ ଦୀନହୀନ ଏବଂ ଗରିବ ଲୋକଙ୍କୁ ଦୀପ କିଣି ଦିଅନ୍ତୁ ଯାହାଦ୍ୱାରା ସେମାନେ ମଧ୍ୟ ଦୀପାବଳି ଅବସରରେ ଖୁସି ପାଳନ କରି ପାରିବେ |” ଶ୍ଵେତା ବିଶେଷ ମେସେଜରେ ମାନବିକତାକୁ ଜୀବିତ ରଖିବା ପାଇଁ କହିଥିଲେ | ସେ ଲୋକଙ୍କୁ ଏହା ମଧ୍ୟ ଅପିଲ କରିଥିଲେ ଯେ, ଯେତେ ପରିମାଣରେ ହୋଇ ପାରୁଛି ସେତେ ପରିମାଣରେ ଲୋକଙ୍କର ସାହାଯ୍ୟ କରନ୍ତୁ |

ଶ୍ଵେତା ଫୋଟୋ ସେୟାର କରି କ୍ୟାପ୍ସନ ଲେଖିଥିଲେ ଯେ, “ଏହି ଦୀପାବଳୀ ସୁଶାନ୍ତଙ୍କ ପାଇଁ ” | ଏହି ଦୀପାବଳୀ ସୁଶାନ୍ତଙ୍କ ପରି ପାଳନ କରନ୍ତୁ | ଲୋକଙ୍କୁ ସାହାଯ୍ୟ କରନ୍ତୁ | ସେହିପରି ସୁଶାନ୍ତଙ୍କ ପ୍ରଶଂସକ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି | ପ୍ରଶଂସକ ଶ୍ଵେତା ଏବଂ ସୁଶାନ୍ତଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି |

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *