୨୦୨୦ ମସିହା କେମିତି ଚାଲିଯିବ ସେଥିପାଇଁ ସମସ୍ତେ ଅପେକ୍ଷା କରିଛନ୍ତି | ଏହା ସ୍ଥିର ନୁହେଁ ଯେ ଏବର୍ଷ ଚାଲିଗଲେ କରୋନାର ସମସ୍ୟା ମଧ୍ୟ ଶେଷ ହୋଇଯିବ | କିନ୍ତୁ ଆଶା ଏବଂ ବିଶ୍ୱାସରେ ହିଁ ଦୁନିଆ ଚାଲିଥାଏ | ଲୋକଙ୍କୁ ବିଶ୍ୱାସ ରହିଛି ଯେ ଏହି ବର୍ଷ ଚାଲିଯିବା ସହିତ ଏହି ସମସ୍ୟାରୁ ମୁକ୍ତି ମିଳିଯିବ | କରୋନା ଭ୍ୟାକ୍ସିନର ଅପେକ୍ଷା କରି ଲୋକମାନଙ୍କ ପାଇଁ ୨୦୨୦ର ଶେଷ ହେବାର ଦେଢ଼ ମାସ ପୂର୍ବରୁ ଏକ ଖୁସିର ଖବର ଆସିଛି | କିନ୍ତୁ ଭ୍ୟାକ୍ସିନ ମାର୍କେଟକୁ ଆସି ନାହିଁ, ବରଂ ସେହି ସ୍ଥାନରେ ତିଆରି ହୋଇଯାଇଛି ପ୍ଲାଜ୍ମା ଜେଟ | ଏହା କରୋନା ଭାଇରସକୁ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ହତ୍ୟା କରିଦେବ | କରୋନାକୁ ହରାଇବା ପାଇଁ ପ୍ଲାଜ୍ମା ଜେଟ ବହୁତ କାମରେ ଆସିବ | ଏହା ଜରିଆରେ ବର୍ତ୍ତମାନ ସଂକ୍ରମିତ ଲୋକଙ୍କର ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିବ |
୨୦୨୦ ମସିହାର ପ୍ରାରମ୍ଭରୁ କରୋନା ଭାଇରସ ଦୁନିଆରେ ଧ୍ବଂସର ଲୀଳା ରଚାଇବା ଆରମ୍ଭ କରିଦେଇଥିଲା | ପ୍ରଥମେ ଏହାର ଖବର ଚିଂ ଏବଂ ଦୁନିଆର ଅନ୍ୟ ଭାଗରେ ଆସିଥିଲା କିନ୍ତୁ ଏହାପରେ ଭାରତରେ ଧୀରେ ଧୀରେ ଏହି ଭାଇରସ ପାଦ ଥାପିଥିଲା |
କରୋନା କାରଣରୁ ମାର୍ଚ୍ଚରୁ ଭାରତରେ ତାଲାବନ୍ଦ ହୋଇଯାଇଥିଲା | ଦୁନିଆର ଅନେକ ଦେଶ ମଧ୍ୟ ତାଲାବନ୍ଦ କରି ଜୀବନ ବଞ୍ଚାଇବା ପାଇଁ ଘର ଭିତରେ ବନ୍ଦ ରହିବାକୁ କୁହାଗଲା | କେହି ଭାବି ମଧ୍ୟ ନଥିଲେ ଯେ ୨୦୨୦ରେ କିଛି ଏପରି ସ୍ଥିତି ଦେଖିବାକୁ ମିଳିବ |
ସ୍ଥିତି ସୁଧୁରିବାକୁ ଲାଗିଲା ଏବଂ ସଂକ୍ରମଣ ଓ ମୃତ୍ୟୁର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲା | ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଦ୍ୱାରା ଅନେକ ଲୋକଙ୍କର ମୃତ୍ୟୁ ହୋଇଯାଇଛି | ଏଥିସହିତ ଅନେକ ଲୋକ ବର୍ତ୍ତମାନ ମଧ୍ୟ ଏହାଦ୍ୱାରା ସଂକ୍ରମିତ ରହିଛନ୍ତି | କରୋନା ଭ୍ୟାକ୍ସିନ ତିଆରି କରିବାକୁ ପ୍ରସ୍ତୁତି ଚାଲିଛି | କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ମାର୍କେଟକୁ ଅଣାଯାଇ ପାରି ନାହିଁ |
ଏଥିମଧ୍ୟରେ ବର୍ତ୍ତମାନ ଅନେକ ଦେଶ ଅନଲକ ପ୍ରକ୍ରିୟା ଦେଇ ଗତି କରୁଛନ୍ତି | ଏଥିରେ ଭାରତ ମଧ୍ୟ ଶାମିଲ ରହିଛି | ଏଥିସହିତ ଅନେକ ଦେଶ ପୁଣିଥରେ ତାଲାବନ୍ଦ କରୁଛି ଯେମିତିକି ୟୁକେ, କାରଣ ସେଠାରେ ସଂକ୍ରମଣ ତୀବ୍ରତର ସହିତ ବଢୁଛି |
ଏମିତିରେ ବର୍ତ୍ତମାନ ପ୍ଲାଜ୍ମା ଜେଟ ଆସିଯିବାରୁ ସଂକ୍ରମଣ ମାମଲାରେ ହ୍ରାସ ଆସିବାର ଆଶା ରହିଛି | ଆମେରିକାର ଲସଏଞ୍ଜଲସର ୟୁନିଭେର୍ସିଟି ଅଫ କାର୍ଲିଫର୍ନିଆରେ କରାଯାଇଥିବା ଗବେଷଣା ପ୍ଲାଜ୍ମା ଜେଟର ଆବିଷ୍କାରକୁ କରୋନାକୁ ପରାଜୟର ମୁଖ୍ୟ ବୋଲି କହିଛନ୍ତି |
ପ୍ଲାଜ୍ମା ଜେଟ ଜରିଆରେ କୌଣସି ପ୍ଲାଷ୍ଟିକ କିମ୍ବା ଧାତୁ ଉପରେ ଥିବା କରୋନା ଭାଇରସକୁ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ହତ୍ୟା କରି ପାରିବ | ଏହାଦ୍ୱାରା କରୋନା ସଂକ୍ରମଣର ସଂଖ୍ୟା ତୀବ୍ରତର ସହିତ ହ୍ରାସ ପାଇବ |
ପ୍ଲାଜ୍ମା ଜେଟ ଏକ ଥ୍ରୀ-ଡି ପ୍ରିଣ୍ଟର ଦ୍ୱାରା ନିର୍ମିତ ସ୍ପ୍ରେ ଅଟେ | ଏହାର ଟେଷ୍ଟିଙ୍ଗ ମଧ୍ୟ କରାଯାଇ ସାରିଛି , ଯେଉଁଥିରେ ଏହା ସଫଳ ହୋଇଛି | ଏହି ଟେଷ୍ଟିଙ୍ଗରେ ସ୍ପ୍ରେକୁ ପ୍ଲାଷ୍ଟିକ, ଧାତୁ, କାର୍ଡ ବୋର୍ଡ ଏବଂ ଚମଡା ଉପରେ ପକାଯାଇଥିଲା | ସମସ୍ତ ଜିନିଷରୁ ଏହା କରୋନାକୁ ୩୦ ସେକେଣ୍ଡ ମଧ୍ୟରେ ନଷ୍ଟ କରିଦେଇଥିଲା |
ପ୍ଲାଜ୍ମା ଜେଟ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଫିଜିକ୍ସ ଅଫ ଫ୍ଲୁଡ୍ସ ଜର୍ଣ୍ଣାଲରେ ରହିଥିଲା | ଏଥିରେ କୁହାଯାଇଛି ଯେ ପ୍ଲାଜ୍ମା ଜେଟ କିପରି କାମ କରିଥାଏ ? ଏଥିସହିତ ଏହାକୁ ଆଧାର କରି ଏଥିରେ ଥିବା ଚାରୋଟି ଅବସ୍ଥା ବିଷୟରେ ମଧ୍ୟ କୁହାଯାଇଛି |
ପ୍ଲାଜ୍ମା ଜେଟ ଫେସ ମାସ୍କ ଉପରେ ଥିବା ଭାଇରସକୁ ମଧ୍ୟ ୩୦ ସେକେଣ୍ଡ ମଧ୍ୟରେ ନଷ୍ଟ କରି ପାରିବ | ଏହା ମାସ୍କ ଉପରେ ଠିକ ସେହିପରି କାମ କାମ କରିଥାଏ ଯେପତି ଅନ୍ୟ ବସ୍ତୁ ଗୁଡିକ ଉପରେ କାମ କରେ | ଏହା ଆସିଯିବା ଫଳରେ ଲୋକମାଙ୍କର ଭାଇରସକୁ ନେଇ ଭୟ ବହୁତ କମ ହୋଇଯିବ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।