ଉଚ୍ଚମାନର ଫୋଟୋ ପାଇଁ ଆମେମାନେ “ଗୁଗୁଲ ଫୋଟୋ” ସେବାକୁ ବ୍ୟବହାର କରିଥାଉ | ତେବେ ଏହି ସେବା ଆଜି ପର୍ଯ୍ୟନ୍ତ ସମସ୍ତେ ଦେୟମୁକ୍ତ ଭାବରେ ବ୍ୟବହାର କରି ଆସୁଥିଲେ | ମାତ୍ର ବର୍ତ୍ତମାନ ଏଥିପାଇଁ ଆପଣଙ୍କୁ କିଛି ଟଙ୍କା ମୂଲ୍ୟ ହିସାବରେ ଚାର୍ଜ କରାଯିବ | ବର୍ତ୍ତମାନ ପାଇଁ ଏହା ଏକ ଦେୟମୁକ୍ତ ସେବା ରହିଥିବା ବେଳେ ୨୦୨୧ ମସିହା ଜୁନ ମାସ ୧ ତାରିଖ ବେଳକୁ ଏଥିପାଇଁ ଟଙ୍କା ଚାର୍ଜ କରାଯିବ ବୋଲି ଗୁଗୁଲ ପକ୍ଷରୁ ଘୋଷଣା କରାଯାଇଛି | ଆଉ ମାତ୍ର କିଛି ମାସ ପରେ ଅର୍ଥାତ ଆସନ୍ତା ଜୁନ ମାସ ଠାରୁ ଏହି ସେବା ମାଗଣାରେ ଉପଲବ୍ଧ କରାଯିବ ନାହିଁ ଏହାର ବ୍ୟବହାର ପାଇଁ ଟଙ୍କା ଦେବାକୁ ପଡିବ ବୋଲି ଗୁଗୁଲ ନିଜର ନିଷ୍ପତ୍ତି ଶୁଣାଇଛି |
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଉପଭୋକ୍ତା ମାନଙ୍କର ଅସୀମିତ ଫୋଟୋ ଗୁଗୁଲ ଫୋଟୋର୍ଟେ ରହି ପରାଛୁ ଏବଂ ଏଥିପାଇଁ ସେମାନଙ୍କ ଠାରୁ କୌଣସି ଦେୟ ଆଦାୟ କରାଯାଉ ନାହିଁ | ସେହିପରି ଗୁଗୁଲ ଏହାମଧ୍ୟ ସ୍ପଷ୍ଟ କରିଦେଇଛି ଯେ ଜୁନ ମାସ ୧ ତାରିଖ ପୂର୍ବରୁ ୧୫ ଜିବି ଷ୍ଟୋରେଜ ଉପରେ କୌଣସି ଦେୟ ଆଦାୟ ହେବ ନାହିଁ | ଏହାଛଡା ଗୁଗୁଲ ନିଜ ଗ୍ରାହକ ମାନଙ୍କ ପାଇଁ ନୂତନ ନିୟମ ମଧ୍ୟ ଲାଗୁ କରିବାକୁ ଯାଉଛି | କିନ୍ତୁ ଏହି ନିୟମ ବର୍ତ୍ତମାନ ନୁହେ ଆସନ୍ତା ଜୁନ ମାସରେ ହିଁ କାର୍ଯ୍ୟକାରୀ କରାଯିବ |
ଏଥିସହିତ ଯଦି ଆପଣଙ୍କର ଜିମେଲ, ଗୁଗୁଲ ଫୋଟୋ ଏବଂ ଗୁଗୁଲ ଡ୍ରାଇଭ ଦୁଇବର୍ଷ ହେବ ନିଷ୍କ୍ରିୟ ରହିଛି ତେବେ କମ୍ପାନୀ ଆପଣଙ୍କୁ ଏହାର ନେଟୱାର୍କରୁ ବାହାର କରିଦେବାକୁ ଯାଉଛି | କଇଆଁପାଣି ପକ୍ଷରୁ ବୁଧବାର ଦିନ ପ୍ରକାଶ କରାଯାଇଛି ଯେ ନୂତନ ନୀତି ଅନୁସାରେ ଏସବୁ ସେହି ଉପଭୋକ୍ତା ଉପରେ ଲାଗୁ କରାଯିବ ଯେଉଁମାନଙ୍କର ଜିମେଲ, ଗୁଗଲ ଫୋଟୋ, ଗୁଗୁଲ ଡ୍ରାଇଭର ଷ୍ଟୋରେଜ କ୍ଷମତା ଅତିକ୍ରମ କରିଯାଇଛି କିମ୍ବା ଏହି ଆକାଉଣ୍ଟ ଗୁଡ଼ିକି ନିଷ୍କ୍ରିୟ ହୋଇ ପଡି ରହିଛି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।