ଫିଲ୍ମ ଅଭିନେତା ଆସିଫ ବସରା ଆଜି ଗୁରୁବାରକୁ ହିମାଞ୍ଚଳ ପ୍ରଦେଶର ଧର୍ମଶାଳାରେ ରହୁଥିଲେ। ସେଠାରେ ସେ ଭଡା ଘରେ ରହୁଥିଲେ। ପୋଲିସଙ୍କର କହିବା କଥା କି ସେ ଫାସି ଲଗେଇଛନ୍ତି। ଫରେନସିକ ଟିମ ସେଠି ଉପସ୍ଥିତ ଅଛନ୍ତି ଏବଂ ପୋଲିସ ଘଟଣାର ଜାଞ୍ଚ କରୁଛି।
ଫେମସ ଫିଲ୍ମ ଅଭିନେତା ଆସିଫ ବସରା ଆଜି ଗୁରୁବାରକୁ ହିମାଞ୍ଚଳ ପ୍ରଦେଶର ଧର୍ମଶାଳାରେ ଆତ୍ମୟତ୍ୟା କରିଛନ୍ତି । ଟିଭି ଏବଂ ଫିଲ୍ମର ଜଣା ଶୁଣା ଅଭିନେତା ଆସିଫ ଧର୍ମଶାଳାର ଏକ ଭଡା ଘରେ ରହୁଥିଲେ। ଆକ୍ଟର ଏହି ଆତ୍ମହତ୍ୟା ସକାଳ ୧୧.୩୦ ରେ କରିଛନ୍ତି। ପୋଲିସକୁ ଆତ୍ମହତ୍ୟାର ଖବର ୧୨.୩୦ ରେ ମିଳିଥିଲା।
ଆକ୍ଟର ଆସିଫ ବସରା କଲେ ଆତ୍ମହତ୍ୟା:
ଆସିଫଙ୍କ ଶବକୁ ପୋଷ୍ଟର୍ମାଟମ ପାଇଁ ପଠା ଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ହିମାଞ୍ଚଳ ପ୍ରଦେଶର କାଙ୍ଗଡାର ଏସଏସପି ବିମୁକ୍ତ ରଞ୍ଜନ କହିଛନ୍ତି କି ଫିଲ୍ମ ଅଭିନେତା ଆସିଫ ବସରା ଧର୍ମଶାଳାର ଏକ ଭଡା ଘରୁ ତାଙ୍କ ଶବ ଉଧାର କରାଯାଇଛି । ସେ ଫାସି ଲଗେଇଛନ୍ତି। ଫରେନସିକ ଟିମ ଠିକ ସମୟରେ ପହଁଚି ଥିଲା ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସେ କଣ ପାଇ ଏତେ ବଡ କାମ କଲେ। ଏହା ଜଣା ପଡିନାହିଁ ।
ଆସିଫ କିଛି ବର୍ଷ ହେବ ମୈକ୍ଲଡଙ୍ଗଜରେ ଭଡା ଘରେ ବିଦେଶୀ ମହିଳା ମିତ୍ର ସହିତ ରହୁଥିଲେ। ମିଥିବା ତଥ୍ୟ ଅନୁସାରେ ସେ ମୈକ୍ଲଡଙ୍ଗଜ ରେ ଯୋଗିବାଡା ରୋଡ ପାଖରେ ଥିବା ଏକ କ୍ୟାଫେ ପାଖରେ ଆତ୍ମହତ୍ୟା କରିଛନ୍ତି। ସ୍ଥାନିୟ ଲୋକ ଙ୍କ କହିବା ଅନୁସାରେ ଆସିଫା ନିଜର କୁକୁର କୁ ବୁଲଇବା ପାଇଁ ଗୁରୁବାର କୁ ବାହାର କୁ ଆସିଥିଲେ। ଘର କୁ ଫେରି ସେ କୁକୁର ର ରସି ରେ ଫାସି ଲଗାଇଥିଲେ। ପ୍ରଥମ ଜାଞ୍ଚ ରେ ଏହି ତଥ୍ୟ ମିଳିଛି କି ସେ ଡାପ୍ରିସନ ରେ ରହିଥିଲେ।
କିଏ ସେହି ଆସିଫ ବସରା ?
ଆସିଫ ବସରାଙ୍କ ଫିଲ୍ମ କାରିଅର କଥା କହିବାକୁ ଗଲେ ସେ କେତେକ ବଡ ଫିଲ୍ମରେ କାମ କରିଛନ୍ତି। ଏହି ଆକ୍ଟର ଛୋଟ ପରଦା ରୁ ବଡ ପରଦା ପର୍ଯ୍ୟନ୍ତ ନିଜର ଜଲଓ୍ବା ଦେଖେଇଛନ୍ତି। ସେ ସୁଶାନ୍ତ ଙ୍କ ସହ କାଏ ପୋଚେ ରେ କାମ କରିଥିଲେ। ଏହା ବ୍ୟତିତ ଆସିଫ ରାନୀ ମୁଖାର୍ଜୀ ଙ୍କ ହିଚ୍କି ଫିଲ୍ମ ରେ ମଧ୍ୟ କାମ କରିଛନ୍ତି। ସେ ହ୍ରିତିକ୍ ରୋଶନ୍ ଙ୍କ ସହ କ୍ରିସ ୩ ଏବଂ ସୈଫ ଅଲି ଖାନଙ୍କ ସହ କାଲାକାଣ୍ଡରେ ମଧ୍ୟ କାମ କରିଛନ୍ତି। ଓ୍ବେବ ସିରିଜ ର କଥା କହିଲେ ତ ଆସିଫ ପତଳା ଲୁକ ଏବଂ ହୋସ୍ଟ ଜିନ୍ସ ରେ ମଧ୍ୟ ନିଜର ଅଭିନୟ ଖୁବ ଭଲ କରିଥିଲେ। ଆସିଫ ବହୁତ ବଡ ବଡ ସ୍ଟାରଙ୍କ ସହ କାମ କରିଛନ୍ତି। ଏହି ସମୟରେ ସେ ଏହି ଦୁନିଆରେ ଆଉ ନାହାଁନ୍ତି। ସେଥିପାଇଁ ସାରା ବଲିଉଡ୍ ରେ ସୋକ ଛାୟା ହୋଇଯାଇଛି। ସମସ୍ତେ ତାଙ୍କୁ ମନେ ପକାଉ ଛନ୍ତି।
୨୦୨୦ ରେ ବଲିଉଡ୍ ବହୁତ ବଡ ବଡ ଅାକ୍ଟର ମାନଙ୍କୁ ହରାଇଛି। ଏମାନଙ୍କ ମଧ୍ୟରୁ ଋିଷି କାପୁର,ଇରଫାନ ଖାନ,ସୁଶାନ୍ତ ସିଂହ ରାଜପୂତ ଆଜି ଆଉ ଏ ଦୁନିଆ ରେ ନାହାଁନ୍ତି। ମହାମାରୀ ର ଏହି ବର୍ଷ ବଲିଉଡ୍ ପାଇଁ ଏକ ଖରାପ ସ୍ବପ୍ନ।