ପଞ୍ଜାବ ରେ ମୋଗା ସରକାର ହସ୍ପିଟାଲ ରେ ଜଣେ ମହିଳା ଙ୍କର ଚଟାଣ ରେ ହୋଇଥିବା ଡେଲିଭରି ଘଟଣା ର ଜାଞ୍ଚ ଏବେ ଚାଲିଛି। ଏବେ ସିବିଲି ହସ୍ପିଟାଲ ର ଡକ୍ଟର ମାନଙ୍କ ଦାୟିତ୍ବ ହୀନ ରୁ ଜିଲ୍ଲା ପାଖ ବୁଧ ସିଂହ ବାଲା ର ଏକ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟଣା ସାମ୍ମନା କୁ ଆସିଛି।
ବାସ୍ତବରେ ଏହି ଘଟଣା ସେତେବେଳେ ଜଣା ପଡିଲା ଯେତେବେଳେ ସେହି ମହିଳା ଙ୍କ ଅସ୍ତି ନିଆ ଯାଉଥିଲା ସେତିକି ବେଳେ ସେହି ଅସ୍ତି ର ପାଉଁସ ରୁ ଏକ କଇଁଚି ମିଳିଥିଲା ଯାହା ସାହାର୍ଯ୍ୟ ଅପରେସନ କରାଯାଏ। ମୃତକ ମହିଳା ଙ୍କ ଘର ଲୋକ କହିଛନ୍ତି ଏହା ସରକାରୀ ଡାକ୍ଟର ଙ୍କ ଦାୟିତ୍ବହୀନ ରୁ ମହିଳା ଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଡକ୍ଟର ଏହାକୁ ଅସ୍ବୁକାର କରିଛନ୍ତି।
ଏଠାରେ ସମ୍ବନ୍ଧିତ ଥାନା ସିଟି ସାଉଥର ପୋଲିସ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗରେ ହସ୍ପିଟାଲର ସିନିଅର ଅଫିସରଙ୍କୁ ଏକ ପତ୍ର ଲେଖି ଏହି ଘଟଣାର ରିର୍ପୋଟ ମାଗିଛନ୍ତି। ମୃତକଙ୍କ ପରିବାର ଲୋକଙ୍କର ଆରୋପ ଏହା କି ସରକାରୀ ଡକ୍ଟରଙ୍କ ଦାୟିତ୍ବହୀନତା ପାଇଁ ଏହି ଘଟଣା ଘଟିଛି। ଯାହା ପାଇଁ ସେମାନେ ଅଭିଯୋଗ କରିଛନ୍ତି।
ସେଠାରେ ପୋଲିସ ଅଧିକାରୀ କହଛନ୍ତି କି ପରିବାର ଲୋକ ଙ୍କ କହିବା ଅନୁସାରେ କଇଁଚି ଅସ୍ତି ରୁ ମିଳିଛି। ଯାହାକୁ ପୋଲିସ କବ୍ଜାକୁ ନେଇ ଆଗକୁ ଜାଞ୍ଚ ଆରମ୍ଭ କରିଛି। ପୋଲିସ ଦ୍ବାରା ସିନିଅର ମେଡିକାଲ ଅଧିକାରୀ ଙ୍କୁ ଏକ ପତ୍ର ଲେଖି ଏହି ଘଟଣା ର ସବୁ ରିର୍ପୋଟ ମାଗିଛି।
ସରକାରୀ ହସ୍ପିଟାଲ ର ସିନିଅର ଡାକ୍ଟର ସିମରତ କୌର ଖୋସା କହିଛନ୍ତି କି ଏହି ମହିଳା ତାଙ୍କ ପାଖକୁ ୬ ତାରିଖ କୁ ଆସିଥିଲେ ଏବଂ ରବିବାର ସକାଳେ ତାଙ୍କୁ ନିଶ୍ବାସ ନେବା ରେ ଅସୁବିଧା ହୋଇଥିଲା ଯାହା ଦ୍ବାରା ତାଙ୍କୁ ଫରିଦକୋଟ ରେଫର କରାଯାଇଥିଲା। ସେମାନେ କହିଥିଲେ କି ସେଠାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି। ଏବଂ ସେଠାକାର ଡାକ୍ଟର ଙ୍କ ସହିତ ତାଙ୍କର କଥା ମଧ୍ୟ ହୋଇଥିଲା। ସେମାନେ କହିଥିଲେ କି ସେଠାରେ ତାଙ୍କ ପେଟ ଖୋଲି ସବୁ ଚେକ କରାଯାଇଥିଲା। ଯେଉଁ ଭିଡିଓ ସେ ଦେଖିଛନ୍ତି ଏବଂ ଯେଉଁ କଇଁଚି ସେଥିରୁ ମିଳିଛି ସେ ସରକାରୀ ହସ୍ପିଟାଲ କୁ ଆସୁଥିବା ସ୍ଟକ ରେ ନାହିଁ। ଏହାର ଜାଞ୍ଚ ହେବା ନିହାତି ଜରୁରୀ।
ମୃତକଙ୍କ ମୃତ୍ୟୁର ତିନି ଦିନ ପୂର୍ବେ ମୋଗାର ସରକାରୀ ହସ୍ପିଟାଲ ରେ ବଡ ଅପରେସନ ରେ ଡେଲିଭରି ହୋଇଥିଲା। ଯାହା ପରେ ତାଙ୍କର ଦେହ ଅସୁସ୍ଥ ହୋଇଥିଲା ଏବଂ ତା ପରେ ତାଙ୍କୁ ଫରିଦକୋଟ ରିଫର କରାଯାଇଥିଲା। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା।