ପରିବର୍ତ୍ତନ ସମୟର ଦାବି ଅଟେ | ଗୋଟିଏ ସମୟ ପରେ କିଛି ଜିନିଷ ବଦଳାଇବା ଜରୁରୀ ହୋଇଯାଇଥାଏ | ଏମିତି ହିଁ ଏକ ପରିବର୍ତ୍ତନ ଦେଖିବାକୁ ମିଳିଲା ମୌଳବାଦୀ ଦେଶ ୟୁଏଇରେ | ତେବେ ଏଠାରେ ଆଇପିଏଲ ଚାଲିଛି | ଏହାର ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଦେଶର ନିୟମରେ କିଛି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିଲା | ଏଥିରେ ମଦ ପିଇବା ଏବଂ ବିବାହ କରିବା ପୂର୍ବରୁ ପୁଅ ଝିଅ ଏକାସାଙ୍ଗରେ ରହିବାକୁ ନେଇ ସ୍ୱାଧୀନତା ଦିଆଯାଇଥିଲା | ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ୟୁନାଇଟେଡ଼ ଆରବ ଅମୀରାତରେ ଏହି ଦୁଇଟି ଜିନିଷ ଉପରେ ବ୍ୟାନ ଲାଗିଥିଲା | ଯଦି କୌଣସି କପଲ ବିବାହ ପୂର୍ବରୁ ଏକାସାଙ୍ଗରେ ଗୋଟିଏ କୋଠରୀରେ ମିଳନ୍ତି ତେବେ ତାଙ୍କୁ କୋଡାରେ ମାଡ଼ ମରାଯାଇଥାଏ | ଏଥିସହିତ ଏଠାରେ ପବ୍ଲିକରେ ମଦର ସେବନ ମଧ୍ୟ ବର୍ଜିତ ଥିଲା | କିନ୍ତୁ ବର୍ତ୍ତମାନ ନିୟମ ଗୁଡିକର ବଦଳିବା ପରେ ଲୋକମାନେ ବିବାହ ପୂର୍ବରୁ ଏକାସାଙ୍ଗରେ ରହି ମଧ୍ୟ ପାରିବେ ଏବଂ ମଦ ମଧ୍ୟ ପିଇ ପାରିବେ | ଏଥିମଧ୍ୟରେ ଯୁଏଡ଼ିରେ ବ୍ୟାନ ଆଉ କିଛି ନିୟମ ମଧ୍ୟ ରହିଛି, ଯାହା ସେଠାରେ କରିବା ଦ୍ୱାରା ଲୋକମାନେ ସିଧା ଜେଲ ପହଞ୍ଚି ଯାଇଥାନ୍ତି |
ୟୁଏଇ ପରି ମୌଳବାଦୀ ଦେଶରେ ବିବାହ ପୂର୍ବରୁ କପଲଙ୍କୁ ସାଙ୍ଗରେ ରହିବା ଲିଗାଲ କରିଦେବା ଏକ ବଡ କଥା ଅଟେ | ଏହି ନିଷ୍ପତ୍ତି ପରେ ଦେଶରେ ଜନସଂଖ୍ୟା ଦୁଇଟି ଭାଗରେ ବିଭାଜିତ ହୋଇଯାଇଛି | ଗୋଟିଏ ପକ୍ଷ ଏହି ନିଷ୍ପତ୍ତିର ସ୍ୱାଗତ କରିଥିବା ବେଳେ ଅନ୍ୟ ପକ୍ଷ ମୁତାବକ ଏହାଦ୍ୱାରା ଦେଶର ସଂସ୍କୃତିକୁ କ୍ଷତି ପହଞ୍ଚିବ |
ସେହିପରି ଦେଶରେ ଏପରି ଅନେକ ନିୟମ ରହିଛି, ଯାହାକୁ ନମାନିଲେ ଲୋକଙ୍କୁ ସିଧା ସଳଖ ଜେଲ ପଠାଇ ଦିଆଯାଇଥାଏ | ଏହି କାରଣରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ | ଗୋଟିଏ ଦାୟିତ୍ବହୀନତା ଏବଂ ଛୁଟି ସିଧା ଯାଇ ଜେଲରେ ଶେଷ ହୋଇଥାଏ |
ରଜକୀୟ ପରିବାରକୁ ସମ୍ମାନ:
ଦୁବାଇରେ ରାଜ ପରିବାରକୁ ସମ୍ମାନ ଦେବା ଜରୁରୀ ହୋଇଥାଏ | ଏଠାରେ ତାଙ୍କର ଉପହାସ କରିବା ଆଇନଗତ ଅପରାଧ ଭିତରେ ଆସିଥାଏ | ଯଦି କେହି ଏପରି କରନ୍ତି ତେବେ ଶକ୍ତ ଦଣ୍ଡ ପାଇଁ ପ୍ରସ୍ତୁତ ରୁହନ୍ତୁ |
ଅନେକ ଆଇଟମ ବେଆଇନ ଅଟେ:
ୟୁଏଇରେ ଅନେକ ଆଇଟମ ବେଆଇନ ଅଟେ | ଯେପରି ଆପଣ ଏଠାରେ ଏଡ଼ଲ୍ଟ କଣ୍ଟେଣ୍ଟ ଥିବା ମେଗାଜିନ ନେଇ ପାରିବେ ନାହିଁ | ଏଥିସହିତ ଇସ୍ରାଏଲରୁ ତିଆରି ଜିନିଷ ମଧ୍ୟ ଏଠାକୁ ନେଇଯିବାରେ ପ୍ରତିବନ୍ଧ ରହିଛି | ଏବଂ ପୋର୍କ ମଧ୍ୟ ଏଠାରେ ପ୍ରତିବନ୍ଧିତ ଅଟେ |
ଡ୍ରାଇଭିଙ୍ଗରେ ସାବଧାନୀ:
ଭାରତରେ ଡ୍ରାଇଭିଙ୍ଗ ସମୟରେ ଲୋକମାନେ ଅନେକଥର ନିଜ ଉପରେ ନିୟନ୍ତ୍ରଣ ହରାଇ ଦେଇଥାନ୍ତି | ଦୁବାଇରେ ଏପରି କରିବା କରିବା ଆପଣଙ୍କୁ ସମସ୍ୟାରେ ପକାଇ ଦେଇପାରେ | ଏଠାରେ ଆପଣଙ୍କୁ ରାସ୍ତା ଉପରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ | ଏଠାରେ କ୍ରୋଧ ଆପଣଙ୍କୁ ସମସ୍ୟାରେ ପକାଇ ପାରେ |
ରମଜାନ ସମୟରେ ବିଶେଷ ସତର୍କତା:
ଯଦି ଆପଣ ଏଠାରେ ରମଜାନ ମାସରେ ଆସିଛନ୍ତି, ତେବେ ବିଶେଷ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି | ଏହି ଅବସରରେ ଆପଣ ସର୍ବସାଧାରଣରେ ଖାଇ ପାରିବେ ନାହିଁ | ଏମିତିକି କାରରେ ମଧ୍ୟ ନୁହେଁ କିମ୍ବା ଚୁଇଙ୍ଗଗମ ମଧ୍ୟ ନୁହେଁ | ହୋଟେଲ କୋଠରୀରେ ଖାଇ ନିଅନ୍ତୁ ଏବଂ ଏମିତି ସ୍ଥାନରେ ଯେଉଁଠାରେ ଅନ୍ୟକୁ ଦେଖାଯିବ ନାହିଁ |
ଔଷଧ ଉପରେ ମଧ୍ୟ ରୋକ:
ଯଦି ଆପଣ ୟୁଏଇ ଯାଉଛନ୍ତି, ତେବେ ନିଜର ଔଷଧକୁ ନେଇ ସଜାଗ ରୁହନ୍ତୁ | ଏହି ଦେଶରେ ଏମିତି ଅନେକ ଔଷଧ ରହିଛି ଯାହା ଉପରେ ରୋକ ଲଗାଯାଇଛି | ଯଦି ଆପଣଙ୍କ ଡାକ୍ତର ଏହାକୁ ଖାଇବାକୁ କୁହନ୍ତି ତେବେ ସାଙ୍ଗରେ ପ୍ରେସକ୍ୟୁସନ ନେବାକୁ ଭୁଲନ୍ତୁ ନାହିଁ | ନହେଲେ ଚାରି ବର୍ଷ ପର୍ଯ୍ୟନ୍ତ ଜେଲ ଯିବାକୁ ପଡିପାରେ |
ଫୋଟୋଗ୍ରାଫିରେ ସାବଧାନତା:
ଦୁବାଇରେ ଆପଣଙ୍କୁ ଲୋକଙ୍କର ଫୋଟୋ ଉଠାଇବା ପୂର୍ବରୁ ତାଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ | ଏହି ସହରରେ ସୁନ୍ଦରତା ଭରି ରହିଛି | କିନ୍ତୁ ଏଗୁଡିକର ଫୋଟୋ ଉତ୍ତୋଳନ କରିବା ପୂର୍ବରୁ ଦେଖି ନିଅନ୍ତୁ କଣ ସେହି ସ୍ଥାନରେ ଫୋଟୋ ଉଠାଇବାର ଅନୁମତି ରହିଛି କି ନାହିଁ ? ଯଦି ନାହିଁ ତେବେ ଆପଣ ବହୁତ ବଡ ସମସ୍ୟାରେ ପଡି ପାରନ୍ତି |
ନିଜର ବାଣୀ ଉପରେ କରନ୍ତୁ ନିୟନ୍ତ୍ରଣ:
ୟୁଏଇରେ ସର୍ବସାଧାରଣ ସ୍ଥାନରେ ଆପଣଙ୍କୁ ନିଜର ବାଣୀ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି | ଏଠାରେ ସର୍ବସାଧାରଣରେ ଗାଳି ଦେବା ଉପରେ ପ୍ରତିବନ୍ଧ ରହିଛି | ଏମିତିରେ ଆପଣ କଣ କହୁଛନ୍ତି ଏଥିପ୍ରତି ଧ୍ୟାନ ରଖନ୍ତୁ | ଏଥିସହିତ ଇସଲାମ ଏବଂ ମୁସଲିମ ସମୁଦାୟ ବିରୋଧରେ କିଛି ମଧ୍ୟ କହିବାରୁ ଦୂରେଇ ରୁହନ୍ତୁ | ଏପରି କରିବା ଆପଣଙ୍କୁ ସିଧା ସଳଖ ଜେଲ ପହଞ୍ଚାଇ ଦେଇପାରେ |
ପୋଷାକକୁ ନେଇ ସଜାଗ ରୁହନ୍ତୁ:
ୟୁଏଇରେ ଆପଣଙ୍କୁ ନିଜ ପୋଷାକ କଲେକ୍ସନ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ | ବିଶେଷ କରି ମହିଳା ମାନଙ୍କୁ | ଏଠାରେ ସର୍ବସାଧାରଣ ସ୍ଥାନରେ ସାର୍ଟ, ଟାଇଟ ସ୍କିନ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧ ରହିଛି | ଏମିତି କପଡା ଯାହାକୁ ପିନ୍ଧିଲେ ହାତ ଦେଖା ହେବ ନାହିଁ ଏବଂ ଛାତି ଢାଙ୍କି ହୋଇରହିବ, ସେପରି କପଡା ପିନ୍ଧିବାକୁ ଚେଷ୍ଟା କରନ୍ତୁ | ନହେଲେ ଆପଣଙ୍କୁ ବହୁତ ବଡ ଜରିମାନା ଭରିବାକୁ ପଡିବ |
ସର୍ବସାଧାରଣ ସ୍ଥାନରେ ପ୍ରେମ ବ୍ୟକ୍ତ କରିବା:
ଅନେକ କପଲ ହନିମୁନ ପାଇଁ ଦୁବାଇ ଯାଇଥାନ୍ତି | କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ଏଠାରେ ସର୍ବସାଧାରଣ ସ୍ଥାନରେ ହାତ ଧରିବା, ପରସ୍ପରଙ୍କୁ ଆଲିଙ୍ଗନ କରିବା ଉପରେ ପ୍ରତିବନ୍ଧ ରହିଛି | ଯଦି ଆପଣ ଏପରି କରୁଥିବାର ଧରା ପଡୁଛନ୍ତି ତେବେ ଆପଣଙ୍କୁ ଜେଲ ହୋଇପାରେ | ଅନେକ ବିଦେଶୀଙ୍କୁ ଏହି କାରଣରୁ ସମସ୍ୟାର ସାମ୍ନା କରିବାକୁ ପଡି ସାରିଛି |
ବାମ ହାତ ବ୍ୟବହାର କରିବା:
ଯଦି ଆପଣ ୟୁଏଇରେ ଅଛନ୍ତି, ତେବେ ଆପଣ ହାତର ବ୍ୟବହାର କରିବା ସମୟରେ ଠିକ ଧ୍ୟାନ ଦିଅନ୍ତୁ | ଏଠାରେ ଆପଣ ଖାଇବା ପାଇଁ , କୌଣସି ବ୍ୟକ୍ତି ସହିତ ହାତ ମିଶାଇବା ପାଇଁ, କବାଟ ଖୋଲିବା ପାଇଁ ବାମ ହାତର ବ୍ୟବହାର କରିଲେ ସମସ୍ୟାରେ ପଡି ପାରନ୍ତି | ବାସ୍ତବରେ ଦୁବାଇରେ ବାମ ହାତର ବ୍ୟବହାର ଲୋକମାନେ ଟଏଲେଟ ପରେ ନିଜକୁ ସଫା କରିବା ପାଇଁ ବ୍ୟବହାର କରିଥାନ୍ତି | ଏମିତିରେ ଏହି ହାତରେ ଅନ୍ୟ କୌଣସି କାର୍ଯ୍ୟ କରିବା ବର୍ଜିତ ହୋଇଥାଏ | ବିଶେଷ କରି ସର୍ବସାଧାରଣ ସ୍ଥାନରେ | ଏମିତିରେ ଯଦି ଆପଣ ବାମ ହାତର ବ୍ୟବହାର କରନ୍ତି ତେବେ ସର୍ବସାଧାରଣ ସ୍ଥାନରେ ସାବଧାନ ରୁହନ୍ତୁ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।