ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କ ପୁଷ୍ଟିସାର ବଢାଇବା ଲାଗି ପିଲାଙ୍କୁ ଅଣ୍ଡା ଓ ଛତୁଆ ପରି ସୁଷମ ଖାଦ୍ୟ ଦିଆଯାଉଥିଲା | ଏବେ ଏହି ତାଲିକା ବଦଳାଯାଇ ଏଥିରେ ଜଲଦି ସାମିଲ ହେବ ଚୁନା ମାଛ |
ଏଥର ଗର୍ଭବତୀ, ପ୍ରସୂତି ମହିଳା, ୩ ରୁ ୬ବର୍ଷର ପିଲାଙ୍କୁ ଏବଂ କିଶୋରୀ ମାନଙ୍କୁ ମିଳିବ ଚୁନା ମାଛ | ଶିଶୁଙ୍କ ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ରର ପୁଷ୍ଟିସାଧନ ତାଲିକାରେ ଏହି ସବୁକୁ ସାମିଲ କରାଯିବ |
ପ୍ରଥମେ ମୟୁରଭଞ୍ଜ ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଭାବରେ ଏହି ଯୋଜନାକୁ ଶୁଭାରମ୍ଭ କରାଯିବ | ଏହି ଯୋଜନା ଅନୁସାରେ ୫୦ଟି ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଚୁନାମାଛ ଦିଆଯିବ |
ଗତକଲି ଏଥିପାଇଁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ବସିଥିଲା | ମତ୍ସ୍ୟ ଉତ୍ପାଦାନ,ଶିଶୁ ବିକାଶ ବିଭାଗ ଓ ରାଜ୍ୟ ମହିଳା ମିଶନ ଶକ୍ତି, ୱାଲର୍ଡ ଫିସ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି । ପୃଷ୍ଟି ସାଧନ କ୍ଷେତ୍ରରେ ଏହା ବହୁତ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେବ ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରୁଥିବା ମିଶନ ଶକ୍ତି |
ମାଛରେ ପ୍ରଚୁର ପରିମାଣରେ ଲୌହ, ଜିଙ୍କ୍, କ୍ୟାଲସିୟମ୍, ଭିଟାମିନ ଓ ଓମେଗା-୩ ଫ୍ୟାଟି ଏସିଡ ମହଜୁଦ ରହିଛି । ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବା ଦ୍ୱାରା ଶିଶୁ ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଅଣାଯାଇପାରିବ। ଏ ସମ୍ପର୍କରେ ସୂଚନା ଦେଇ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି | ବୈଷୟିକ-ଅର୍ଥନୈତିକ ବ୍ୟବହାରିକ ଜ୍ଞାନ ସଂସ୍ଥା ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି କି ଖୁବ ଶୀଘ୍ର ସମଗ୍ର ରାଜ୍ୟରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରାଯିବ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।