ଆସନ୍ତା ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ପିଆଜର ମୂଲ୍ୟ ବଢିପାରେ ବୋଲି ଆଶା କରାଯାଉଛି କାରଣ ଏସିଆର ସବୁଠୁ ବଡ ହୋଲସେଲ ବଜାର ଲାସାଲଗାଓଁରେ ଏହି ସପ୍ତାହରେ ପିଆଜର ହାରାହାରି ମୂଲ୍ୟ ପ୍ରାୟ 50 ପ୍ରତିଶତ ହ୍ରାସ ପାଇଛି।
ଆଗାମୀ ଏକରୁ ଦୁଇ ସପ୍ତାହ ପିଆଜର ବୃଦ୍ଧି ପାଇଥିବା ମୂଲ୍ୟରୁ ଆଶ୍ବସ୍ତି ମିଳିପାରେ | ମାର୍କେଟରେ ପିଆଜର ସପ୍ଲାଇ ବଢାଇବା ପାଇଁ ନାଫେଡ଼ ୧୫ ହଜାର ଟନ ଏୟାତୀତ ପିଆଜର ଅର୍ଡର ଦେଇଛନ୍ତି | ଏସମ୍ବନ୍ଧରେ ବିଲଡର ମାନଙ୍କୁ ଚୂଡାନ୍ତ ଦିଆଯାଉଛି | ସରକାରଙ୍କର ଏହି ପଦକ୍ଷେପ କାରଣରୁ ପିଆଜର ମୂଲ୍ୟ ହ୍ରାସ ପାଇବା ଧାର୍ଯ୍ୟ ବୋଲି କୁହାଯାଉଛି | ଗତ କିଛିଦିନ ହେବ ସରକାରଙ୍କ ତରଫରୁ ଉଠାଯାଇଥିବା ପଦକ୍ଷେପ ଏବଂ ସପ୍ଲାଇ ବ୍ବାଢିବା କାରଣରୁ ଦାମରେ ଆସିଥିବା ବୃଦ୍ଧି ଆଉ ବଢିବ ନାହିଁ |
ଲାସଲ ଗାଁରେ ଏକ ସପ୍ତାହ ମଧ୍ୟରେ ଅଧା ପିଆଜର ଦାମ:

ଆସନ୍ତା ଗୋଟିଏ ଦୁଇଟି ସପ୍ତାହ ମଧ୍ୟରେ ପିଆଜର ଦର ବଢିବାର ସମ୍ଭାବନା ଏଥିପାଇଁ ପ୍ରକଟ କରାଯାଉଛି ଯେ ଏସିଆର ସବୁଠୁ ବଡ ହୋଲସେଲ ମଣ୍ଡି ଲାସଲ ଗାଁରେ ଏହି ସପ୍ତାହରେ ପିଆଜର ହାରାହାରି ମୂଲ୍ୟ ପ୍ରାୟ ୫୦ ପ୍ରତିଶତର ହ୍ରାସ ରେକର୍ଡ କରାଯାଇଛି | ସୋମବାର ଦିନ ଲାସଲ ଗାଁର ମଣ୍ଡିରେ ପିଆଜର ଅଧିକତମ ମୂଲ୍ୟ ୩,୮୧୧ ଟଙ୍କା ଏବଂ ନ୍ୟୁନତମ ମୂଲ୍ୟ ୧,୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଏବଂ ହାରାହାରି ମୂଲ୍ୟ ୩,୦୦୦ ଟଙ୍କା କ୍ୱିଣ୍ଟାଲ ପ୍ରତି ରହିଥିଲା | ଗତ ସପ୍ତାହରେ ଏଠାରେ ପିଆଜର ହାରାହାରି ମୂଲ୍ୟ ୫,୩୦୦ ଟଙ୍କା, ଅଧିକତମ ମୂଲ୍ୟ ୬,୧୯୧ ଟଙ୍କା ଏବଂ ନ୍ୟୁନତମ ମୂଲ୍ୟ ୧,୦୬୦ ଟଙ୍କା ରହିଥିଲା | ରିପୋର୍ଟ ମୁତାବକ ଲାସଲ ଗାଁରେ ଲାଲ ପିଆଜର ହାରାହାରି ମୂଲ୍ୟ ହ୍ରାସ ପାଇ୨,୪୫୧ ଟଙ୍କା ପ୍ରତି କ୍ୱିଣ୍ଟାଲ ରହି ଯାଇଛି |
ବର୍ତ୍ତମାନ ମହଙ୍ଗା ରହିଛି ପିଆଜ କିନ୍ତୁ ଖୁବଶୀଘ୍ର ବଦଳିବ ସ୍ଥିତି:

ହୋଲସେଲ ବଜାରରେ ମୂଲ୍ୟର ପ୍ରଭାବ ମୁମ୍ବାଇରେ ଖୁଚୁରା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି | ଏଠାରେ ଏକ ସପ୍ତାହ ପୂର୍ବରୁ କିଲୋ ପ୍ରତି ୮୦ର ୧୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ହ୍ରାସ ପାଇ ୪୫ରୁ ୭୦ ଟଙ୍କା ପ୍ରତି କିଲୋ ହୋଇଯାଇଛି | ବର୍ତ୍ତମାନ ପ୍ରତ୍ୟେକଦିନ ପିଆଜର ହୋଲସେଲ ଏବଂ ଖୁଚୁରା ମୂଲ୍ୟରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି | ମହାରଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଅନ୍ୟ ରାଜ୍ୟ ଗୁଡିକ ଠାରୁ ରବି ଫସଲର ପୁରୁଣା ସ୍ଟକର ସପ୍ଲାଇ ଦ୍ୱାରା ପିଆଜର ବଢୁଥିବା ମୂଲ୍ୟ ଉପରେ ଲଗାମ ଲାଗିଛି |
ଏଥିମଧ୍ୟରେ ଉତ୍ତରପ୍ରଦେଶ-ଦିଲ୍ଲୀରେ ଆଫଗାନିସ୍ତାନର ପିଆଜ ଆସିବା ଆରମ୍ଭ ହୋଇଯାଇଛି | ଏଥିରେ ମଧ୍ୟ ଦାମର ନରମ ପଡ଼ିବାର ଆଶା ରହିଛି | ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଶସ୍ତା ପିଆଜ ଆସିବା କାରଣରୁ ମଧ୍ୟ ଦାମରେ ହ୍ରାସ ଆସିବାର ସମ୍ଭାବନାକୁ ପ୍ରକଟ କରାଯାଉଛି | ତେବେ ବର୍ତ୍ତମାନ ଗ୍ରାହକଙ୍କୁ ମହଙ୍ଗା ପିଆଜ ଦରରୁ ରକ୍ଷା ମିଳି ନାହିଁ | କିନ୍ତୁ ଏହି ସ୍ଥିତି ଏକରୁ ଦୁଇ ସପ୍ତାହ ମଧ୍ୟରେ ପରିବର୍ତ୍ତନ ହୋଇପାରେ | ଏହାର ସବୁଠୁ ବଡ କାରଣ ଲାସଲ ଗାଁରେ ପିଆଜ ମୂଲ୍ୟରେ ହ୍ରାସ ଏବଂ ଅନ୍ୟ ସେଣ୍ଟର ଗୁଡିକରେ ପିଆଜର ସପ୍ଲାଇରେ ବୃଦ୍ଧି ଅଟେ | ବାହାରୁ ପିଆଜ ମଗାଇବାର ସରକାରଙ୍କର ନିଷ୍ପତ୍ତିର ମଧ୍ୟ ପ୍ରଭାବ ଦେଖାଦେବ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।