ଲୋକମାନେ ସବୁବେଳେ ମହିଳା ମାନଙ୍କୁ ଦୁର୍ବଳ ବୋଲି ଭାବିଥାନ୍ତି ଏବଂ ତାଙ୍କ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଥାନ୍ତି। କିନ୍ତୁ ଆଜିକାଲି ଏହା ଆଉ ଏତେ ଫଳପ୍ରଦ ହୋଇପାରୁନାହିଁ। ଏବେ ନାରୀ ମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିପାରୁଛନ୍ତି ଆଉ ଏହା ମଧ୍ୟ ପ୍ରମାଣିତ କରିଦେଇଛନ୍ତି ଯେ ସେମାନେ ବି କମ୍ ନୁହଁନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଚକିତ ହୋଇଯିବେ। ଥରେ ଗୋଟେ ଚୋର ଚୋରୀ କରିବା ପାଇଁ ଗୋଟେ ଘରକୁ ଗଲା। ସେଇ ଘରେ କେବଳ ଗୋଟିଏ ମହିଳା ଥିଲେ ଆଉ କେହିନଥିଲେ। ଚୋର ଜଣକ ଚୋରୀ କରିବା ପରିବର୍ତ୍ତେ ମହିଳା ଜଣକ ସହ ଅଶ୍ଳୀଳ କାମ କରିବାକୁ ଉଦ୍ୟମ କରିଥିଲା। ଏହା ପରେ ମହିଳା ଜଣକ ଯାହା କଲେ ଚୋର ସାଥିରେ, ତାକୁ ସିଧାସଳଖ ହସ୍ପିଟାଲ ଯିବାକୁ ପଡ଼ିଥିଲା।
ଘାନା ରେ ରହୁଥିବା ଏଇ ୨୪ବର୍ଷୀୟ ମହିଳା ଜଷ୍ଟିନ ଡୋଁକର ଘରେ ଏକୁଟିଆ ଥିଲା ବେଳେ ଚୋରଟି ଘରେ ପଶିଥିଲା। ସେ ସାମାନ୍ ଚୋରୀ କରି ଚୁପଚାପ୍ ପଳେଇଯିବାକୁ ବସିଥିଲା କିନ୍ତୁ ଘରେ ଏକାଟିଆ ମହିଳାଙ୍କୁ ଦେଖି ତାର ଭାବନା ବଦଳିଗଲା।
ଚୋରୀ ପୂର୍ବରୁ ଚୋର ମନରେ ମହିଳାଙ୍କ ପ୍ରତି ସେକ୍ସୁଆଲ୍ ଫେଭର୍ ରଖିବା ପାଇଁ ମନରେ ଇଛା ଜାଗ୍ରତ ହେଲା। ଗୋଟେ ଅପରାଧ ମଧ୍ୟରେ ଆଉ ଗୋଟେ ଅପରାଧ କରିବାକୁ ତାର ହାତ ପଛେଇଲା ନାହିଁ। ଚୋରଟି ମହିଳା ସାମ୍ନାରେ ନିଜ ପ୍ୟାଣ୍ଟ୍ ଖୋଲି ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ବାଧ୍ୟ କଲା।
ପ୍ରଥମେ ତ ମହିଳା ଏହି ଘଟଣାରେ ପୁରା ଦୁର୍ବଳ ହୋଇପଡିଥିଲେ। କଣ କରିବେ କିଛି ଜାଣିପାରୁନଥିଲେ।କିଛି ସମୟ ପରେ ସେ ନିଜକୁ ସମ୍ଭାଳିଲେ ଓ ଚୁପଚାପ୍ ଚୋରଙ୍କ ନିକଟବର୍ତ୍ତୀ ହେଲେ।
ଏହା ପରେ ମହିଳା ଚୋରର ତାଳପଟକୁ ଯାଇ ଯୌନାଂଗ କୁ ଦାନ୍ତରେ ଏତେ ଜୋରରେ କାମୁଡ଼ିଲେ ଯେ ତାକୁ ଅଲଗା କରିଦେଲେ। ଏହା ପରେ ଚୋର ଯନ୍ତ୍ରଣାରେ ଜୋରରେ ଚିଲାଇଲା। ମହିଳା ଚୋରକୁ ପୁରାପୁରି ଲହୁଲୁହାଣ କରିଦେଲେ।
ପୋଲିସ ଚୋରଟିର ନା ଏମାମୁଲ ଏଙ୍କରୋ ବୋଲି କହିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମହିଳା ଜଣକର ଯେତେବେଳେ ନିଦ ଭାଙ୍ଗିଲା ,ସେତେବେଳେ ଚୋରଟି ବନ୍ଧୁକ ଧରି ଛିଡ଼ାହୋଇଥିଲା। ପ୍ରଥମେ ସେ ଘରର ସାମାନ୍ ମାଗିଲା ଓ ତାପରେ ନିଜ ପ୍ୟାଣ୍ଟ୍ ଖୋଲିଦେଲା।
ପୋଲିସ ଚୋରଟି ର ଯୌନାଂଗ ର ବିଚ୍ଛିନ୍ନ ଅଙ୍ଗଟିକୁ ସଂଗ୍ରହ କରି ହସ୍ପିଟାଲ ପଠାଇଥିଲା। କୁହାଯାଉଛି କି ସର୍ଜରୀ ଦ୍ଵାରା ତାକୁ ଯୋଡ଼ା ଯାଇପାରିବ। ଚୋରର ଏବେ ହସ୍ପିଟାଲ ରେ ଚିକିତ୍ସା ଚାଲିଛି, ଯେଉଁଠି ସେ ଜୀବନ ସହ ସଂଗ୍ରାମ କରୁଛି।