ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଜବ ଗଜବ ମାମଲା ସାମ୍ନା ଆସିଛି | ଜଣେ ନାବାଳିକା ଝିଅ ଇନ୍ଦୋରର ପରଦେଶୀପୁରାରେ ଭଣ୍ଡାରୀ ବ୍ରିଜ ଉପରେ ଚଢିଗଲେ | ଝିଅଟିକୁ ବ୍ରିଜ ଉପରେ ଚଢ଼ୁଥିବାର ଦେଖି ତଳେ ଲୋକଙ୍କର ଭିଡ ଲାଗି ଯାଇଥିଲା | ଝିଅଟିର କହିବାର କଥା ଥିଲା ଯେ ନିଜ ପ୍ରେମୀଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି | ଏହି ବିବାହକୁ ତାଙ୍କ ମାଆ ବିରୋଧ କରୁଛନ୍ତି | ତଳୁ ରହି ଲୋକମାନେ ଝିଅଟିକୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯୁବତୀ ଜଣଙ୍କ କାହାରି କଥା ଶୁଣି ନଥିଲେ | ତେବେ ଘଟଣାର ସୂଚନା ପାଇ ପ୍ରେମୀ ତାଙ୍କୁ ପ୍ରେମର ସହିତ ବୁଝାଇଥିଲେ, ସେତେବେଳେ ଯାଇ ଝିଅଟି ହୋର୍ଡ଼ିଂଗ ଉପରୁ ତଳକୁ ଓଲ୍ହାଇଥିଲେ |
ଫଟୋରେ ଝିଅଟିର ହାତରେ ମୋବାଇଲ ଫୋନ ଦେଖାଯାଉଛି ଏବଂ ସେ କଥା ହେଉଥିବାର ମଧ୍ୟ ନଜର ଆସୁଛନ୍ତି | ପରଦେଶୀପୁରା ଥାନା ପ୍ରଭାରୀ ଅଶୋକ ପାଟିଦାରଙ୍କ କହିବା କଥା ଯେ, ଜଣେ ନାବାଳିକା ଝିଅ ନିଜ ମାଆଙ୍କ ଇଚ୍ଛା ବିରୋଧରେ ଏକ ପୁଅକୁ ବିବାହ କରିବାର ଦାବି କରୁଥିଲେ, ଏଥିପାଇଁ ସେ ହୋର୍ଡ଼ିଂଗ ଉପରେ ଚଢିଯାଇଥିଲେ | ପରେ ପୁଅଟିର କହିବା ଦ୍ୱାରା ତଳକୁ ଓଲ୍ହାଇ ଆସିଥିଲେ |” ସେହିପରି ପରେ ପୋଲିସ ଝିଅଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲା |
Madhya Pradesh: A girl climbed atop a hoarding at Bhandari Bridge in Indore's Pardesipura
"A minor girl climbed a hoarding demanding to marry a boy against her mother's wish. She later came down on boy's insistence," says Pardesipura Station Incharge Ashok Patidar
(08.11.2020) pic.twitter.com/lluvZVr9qc
— ANI (@ANI) November 9, 2020
ପୋଲିସ ଦ୍ୱାରା ଏହି ଘଟଣାରେ ଝିଅର ମାଆଙ୍କ ଠାରୁ ଲିଖିତରେ ଏହା ମଧ୍ୟ ଲେଖାଇ ନିଆଗଲା ଯେ ତାଙ୍କ ଝିଅକୁ ସୁରକ୍ଷିତ ଭାବରେ ତାଙ୍କୁ ହସ୍ତାନ୍ତର କରିଦିଆଯାଇଛି | ଏହାଛଡା ସୋମବାର ଦିନ ମଧ୍ୟ ପୋଲିସ ଝିଅର ଘରକୁ ଯାଇ ତାଙ୍କର ସୂଚନା ନେଇଥିଲେ | ଟିଆଇ ଅଶୋକ ପାଟିଦାର କହିଛନ୍ତି ଯେ ଝିଅଟି ନାବାଳିକା ଥିଲେ | ସେହିପରି ଯେଉଁ ପୁଅକୁ ବିବାହ କରିବାକୁ ଚାହୁଁଥିଲେ ସେ ସାବାଳକ ଥିଲେ |
ଟିଆଇ ସୂଚନା ଦେଇଥିଲେ ଯେ ଝିଅଟି ମହୋଲ୍ଲାରେ ରହୁଥିବା ଯୁବକଙ୍କୁ ଭଲ ପାଉଥିଲେ | ଝିଅଟିର ମାଆ ଯୁବକଙ୍କୁ ବିବାହ କରିବା ବିରୋଧରେ ଅଛନ୍ତି | ଝିଅଟିର କମ ବୟସ ମଧ୍ୟ ବିବାହର ପ୍ରମୁଖ ବାଧାର କାରଣ ଅଟେ | ବର୍ତ୍ତମାନ ସମୟରେ ଗୋଟିଏ ଘଟଣା ପ୍ରୟାଗରାଜରୁ ଚର୍ଚ୍ଚାରେ ରହିଛି, ଯେଉଁଠାରେ ଜଣେ ଅଭିଵକ୍ତା ନିଜ ପରିବାର ସହିତ ଟାଙ୍କି ଉପରେ ଚଢ଼ିଥିଲା | ଏହା ଏକ ଅପହରଣର ମାମଲା ଅଟେ ଯେଉଁଥିରେ ଅଭିଵକ୍ତାଙ୍କ କହିବା କଥା ଯେ ପୋଲିସ ଏଥିରେ ଅବହେଳା କରୁଛି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।